Home >>Odisha National-International

ଋଷ-ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନା କରିବ ଭାରତ, ପ୍ରସ୍ତାବ ଦେଲା ଋଷ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସହିତ ଶାନ୍ତି ଆଲୋଚନା ବିଷୟରେ ଆଲୋଚନା କରିଛନ୍ତି, ଯାହାକି ଏକ ବଡ଼ ଆଶ୍ୱସ୍ତିକର ଖବର ଭାବେ ଚର୍ଚ୍ଚା ହେଉଛି।  ଗୁରୁବାର ସେପ୍ଟେମ୍ବର ୫ ତାରିଖରେ  ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ୟୁକ୍ରେନ ଉପରେ ଶାନ୍ତି ଆଲୋଚନାରେ ଚୀନ୍, ଭାରତ ଏବଂ ବ୍ରାଜିଲ ମଧ୍ୟସ୍ଥି ଭୂମିକା ଗ୍ରହଣ କରିପାରିବେ।

Advertisement
ଋଷ-ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନା କରିବ ଭାରତ, ପ୍ରସ୍ତାବ ଦେଲା ଋଷ
Soubhagya Ranjan Mishra|Updated: Sep 06, 2024, 03:08 PM IST
Share

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଆସୁଛି। ସମସ୍ତ ଚେଷ୍ଟା ସତ୍ତ୍ୱେ ଏହା ରୋକିବାର ନାଁ ଧରୁନାହିଁ। ବରଂ ଦିନକୁ ଦିନ ଏହା ଅଧିକ ଘନିଭୂତ ହେବାରେ ଲାଗିଛି। ଉଭୟ ପାର୍ଶ୍ୱରୁ ହୋଇଥିବା ଆକ୍ରମଣରେ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ଏହି ସମୟ ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସହିତ ଶାନ୍ତି ଆଲୋଚନା ବିଷୟରେ ଆଲୋଚନା କରିଛନ୍ତି, ଯାହାକି ଏକ ବଡ଼ ଆଶ୍ୱସ୍ତିକର ଖବର ଭାବେ ଚର୍ଚ୍ଚା ହେଉଛି।  ଗୁରୁବାର ସେପ୍ଟେମ୍ବର ୫ ତାରିଖରେ  ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ୟୁକ୍ରେନ ଉପରେ ଶାନ୍ତି ଆଲୋଚନାରେ ଚୀନ୍, ଭାରତ ଏବଂ ବ୍ରାଜିଲ ମଧ୍ୟସ୍ଥି ଭୂମିକା ଗ୍ରହଣ କରିପାରିବେ।

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୂଚନା ଦେଇ କହିଛନ୍ତି ଯେ ଯୁଦ୍ଧର ପ୍ରଥମ ସପ୍ତାହରେ ମଧ୍ୟ ରୁଷ ଏବଂ ୟୁକ୍ରେନ ବୁଝାମଣାକାରୀଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ପୁଟିନ କହିଛନ୍ତି, 'ରୁଷ ଏବଂ ୟୁକ୍ରେନ ବୁଝାମଣାକାରୀଙ୍କ ମଧ୍ୟରେ ଇସ୍ତାନବୁଲରେ ଏକ ପ୍ରାଥମିକ ଚୁକ୍ତି ହୋଇଥିଲା ଯାହା କେବେ କାର୍ଯ୍ୟକାରୀ ହୋଇନାହିଁ। ଏହି ପ୍ରାଥମିକ ଚୁକ୍ତି ବୁଝାମଣା ପାଇଁ ଏକ ଆଧାର ଭାବରେ କାର୍ଯ୍ୟ କରିପାରିବ।

ରଏଟର୍ସ ରିପୋର୍ଟ ଅନୁଯାୟୀ, ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସହ ଆଲୋଚନା ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିଥିବାବେଳେ ସେ ୟୁକ୍ରେନକୁ ମଧ୍ୟ ଟାର୍ଗେଟ କରିଛନ୍ତି। ପୁଟିନ କହିଛନ୍ତି, 'ପଶ୍ଚିମ ଋଷର କୁର୍ସ୍କରେ ୟୁକ୍ରେନ ସେନାର ଆକ୍ରମଣର ଉଦ୍ଦେଶ୍ୟ ଥିଲା ଡୋନବାସରେ ଋଷର ଅଗ୍ରଗତିକୁ ମନ୍ଥର କରିବା, କିନ୍ତୁ ସେମାନେ ସଫଳ ହୋଇପାରିନଥିଲେ। ୟୁକ୍ରେନ ସଫଳ ହୋଇପାରିଲା ନାହିଁ କାରଣ ଏହି ପଦକ୍ଷେପ ଯୋଗୁଁ ଏହା ଅନ୍ୟାନ୍ୟ ସୈନ୍ୟବାହିନୀକୁ ଦୁର୍ବଳ କରିଦେଇଥିଲା।

ଫେବୃଆରୀ ୨୦୨୨ରୁ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ ହେତୁ ଉଭୟ ଜୀବନ ଏବଂ ସମ୍ପତ୍ତିର ବହୁ କ୍ଷତି ସହିଛନ୍ତି। ନିକଟରେ ଋଷ ୟୁକ୍ରେନ ଉପରେ ଦୁଇଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା ​​ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ ଏହି ଆକ୍ରମଣକୁ ନିଶ୍ଚିତ କରିଛନ୍ତି।

Also Read- Fire Accident: ସ୍କୁଲ ଘରେ ନିଆଁ, ୧୭ ଛାତ୍ରଛାତ୍ରୀ ମୃତ

Also Read- Weekly Horoscope: ସେପ୍ଟେମ୍ୱର ୯ରୁ ୧୫ କେମିତି କଟିବ ଆଗାମି ସପ୍ତାହ ? ଜାଣନ୍ତୁ ଆପଣଙ୍କ ରାଶିଫଳ

Read More
{}{}