Hindi News >>Home >>Odisha National-International

Delhi Blast: କିଛି ଦିନ ବ୍ୟବଧାନ ପରେ ପୁଣିଥରେ ଦିଲ୍ଲୀରେ ବିସ୍ଫୋରଣ

ନୂଆଦିଲ୍ଲୀ: ଆଜି ସକାଳୁ ଦିଲ୍ଲୀର ପ୍ରଶାନ୍ତ ବିହାର ଅଞ୍ଚଳରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ଏହା ପରେ ଦିଲ୍ଲୀ ପୋଲିସକୁ ଡକାଯାଇ ବିସ୍ଫୋରଣ ସମ୍ପର୍କରେ ସୂଚନା ଦିଆଯାଇଥିଲା। ସୂଚନା ପାଇବା ପରେ ଦଳ ଘଟଣାସ୍ଥଳରେ ପହଞ୍ଚି ବିସ୍ଫୋରଣ ବିଷୟରେ ବରିଷ୍ଠ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ। ବର୍ତ୍ତମାନ ବୋମା ନିଷ୍କ୍ରିୟକ

Advertisement
Delhi Blast: କିଛି ଦିନ ବ୍ୟବଧାନ ପରେ ପୁଣିଥରେ ଦିଲ୍ଲୀରେ ବିସ୍ଫୋରଣ
Prabhudatta Moharana|Updated: Nov 28, 2024, 02:37 PM IST
Share

Delhi Blast: ନୂଆଦିଲ୍ଲୀ: ଆଜି ସକାଳୁ ଦିଲ୍ଲୀର ପ୍ରଶାନ୍ତ ବିହାର ଅଞ୍ଚଳରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ଏହା ପରେ ଦିଲ୍ଲୀ ପୋଲିସକୁ ଡକାଯାଇ ବିସ୍ଫୋରଣ ସମ୍ପର୍କରେ ସୂଚନା ଦିଆଯାଇଥିଲା। ସୂଚନା ପାଇବା ପରେ ଦଳ ଘଟଣାସ୍ଥଳରେ ପହଞ୍ଚି ବିସ୍ଫୋରଣ ବିଷୟରେ ବରିଷ୍ଠ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ। ବର୍ତ୍ତମାନ ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍ ଏବଂ ଅଗ୍ନିଶମ ବିଭାଗ ସହିତ ବରିଷ୍ଠ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲେ। ସେପଟେ ଏହି ବିସ୍ଫୋରଣକୁ ନେଇ କାରଣ ଖୋଜୁଛି ଦିଲ୍ଲୀ ପୋଲିସ। ଏଠାରେ କହି ରଖୁ ବିସ୍ଫୋରଣ ପରେ ସ୍ଥାନୀୟ ବାସିନ୍ଦା ପୋଲିସକୁ ସୂଚନା ପ୍ରଦାନ କରିଥିଲେ। 

 

ପାର୍କ ନିକଟରେ ବିସ୍ଫୋରଣ
ଆଜି ପୂର୍ବାହ୍ଣ ୧୧.୪୫ରେ ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ଏକ ପାର୍କ ନିକଟରେ ଏହି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣଟି ପାର୍କର ପାଚେରୀ ନିକଟରେ ହୋଇଥିଲା। ଏନେଇ ସ୍ଥାନୀୟ ବାସିନ୍ଦା ପୋଲିସକୁ ସୂଚନା ପ୍ରଦାନ କରିଥିଲେ। ପୋଲିସ ଦଳବଳ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହା ସହିତ ଅଗ୍ନିଶମ ବିଭାଗର ୪ଟି ଗାଡ଼ି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଘଟଣାସ୍ଥଳରୁ ପୋଲିସକୁ ଧଳା ପାଉଡର ଭଳି କିଛି ସାମଗ୍ରୀକୁ ମଧ୍ୟ ଜବତ କରିଛି। ଏହାରି ମଧ୍ୟରେ ପୋଲିସ ନିକଟସ୍ଥ ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛି। ତେବେ ଏନେଇ ଖୁବଶୀଘ୍ର ସମସ୍ତ ତଥ୍ୟ ପ୍ରଦାନ କରିବ ବୋଲି ପୋଲିସ କହିଛି। 

 

ଏଠାରେ କହି ରଖୁ କିଛି ଦିନ ପୂର୍ବରୁ ରୋହିଣୀରେ ମଧ୍ୟ ଏଭଳି ଭୟଙ୍କର ବ୍ଲାଷ୍ଟ ହୋଇଥିଲା। ଏହି ଘଟଣାକୁ ନେଇ ପୋଲିସର ଚିନ୍ତା ବୃଦ୍ଧି ପାଇଥିଲା। ଗତ ଅକ୍ଟୋବର ୨୦ ତାରିଖରେ ରୋହିଣୀର ପ୍ରଶାନ୍ତ ବିହାର ଅଞ୍ଚଳରେ ସିଆରପିଏଫ ସ୍କୁଲ ନିକଟରେ ଏହି ବିସ୍ଫୋରଣ ହୋଇଥିଲା। ସେଠାରୁ ମଧ୍ୟ ଏହି ଧଳା ରଙ୍ଗର ପାଉଡର ଜବତ କରାଯାଇଥିଲା। 

Read More
{}{}