Home >>Odisha National-International

ଆଜି ରାହୁଲ ନୀଳ ଟି-ଶାର୍ଟରେ କାହିଁକି ଆସିଥିଲେ?

Rahul Gandhi Sports Blue T-Shirt: ଗୁରୁବାର ଦିନ ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିଥିଲା। ସବୁବେଳେ ଧଳା ଟି-ଶାର୍ଟରେ  ନିଜର ଯୁବ ସୁଲଭ ଚେହେରା ଦେଖାଉଥିବା ରାହୁଲ  ଗାନ୍ଧି ଆଜି ନୀଳ ରଙ୍ଗର ଟି-ଶାର୍ଟ ପିନ୍ଧି ସଂସଦକୁ ଆସିଥିଲେ।

Advertisement
Rahul Gandhi Sports Blue T-Shirt
Rahul Gandhi Sports Blue T-Shirt
Jagdish Barik|Updated: Dec 19, 2024, 11:06 PM IST
Share

ଭୁବନେଶ୍ୱର: ଗୁରୁବାର ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିଥିଲା। ସବୁବେଳେ ଧଳା ଟି-ଶାର୍ଟରେ  ନିଜର ଯୁବ ସୁଲଭ ଚେହେରା ଦେଖାଉଥିବା ରାହୁଲ  ଗାନ୍ଧି ଆଜି ନୀଳ ରଙ୍ଗର ଟି-ଶାର୍ଟ ପିନ୍ଧି ସଂସଦକୁ ଆସିଥିଲେ। ପ୍ରଥମେ ତାଙ୍କୁ ସଂସଦର ସେକ୍ରେଟାରିଏଟ ବା ଆନେକ୍ସି କୋଠାରେ ଦେଖିବାକୁ ମିଳିଥିଲା। କଂଗ୍ରେସ ପାର୍ଟି ବୈଠକରେ ସେ ଯୋଗ ଦେଇଥିଲେ। ଏହାପରେ ପ୍ରେରଣା ସ୍ଥଳରୁ ଶୋଭାଯାତ୍ରାରେ ଭଉଣି ପ୍ରିୟଙ୍କା ଏବଂ ଅନ୍ୟ କଂଗ୍ରେସ ନେତାଙ୍କ ସହ ସାଂସଦକୁ ଆସିଥିଲେ। ପ୍ରଶ୍ନ ହେଉଛି ଆଜି କାହିଁକି ନୀଳ ରଙ୍ଗର ଶାର୍ଟ ପିନ୍ଧିଥିଲେ ରାହୁଲ? ଏହି ନୀଳ ରଙ୍ଗର କିଛି ରହସ୍ୟ ରହିଛି କି?
ଗତ କିଛିଦିନ ହେଲା ଆମ୍ବେଦକରଙ୍କୁ ନେଇ ସଂସଦରେ ଚାଲିଥିବା ଅଚଳାବସ୍ଥାର କେନ୍ଦ୍ରବିନ୍ଦୁରେ ରହିଛି ଦଳିତଙ୍କ ଭୋଟ ବ୍ୟାଙ୍କ୍। ଆଉ ଏହି ଭୋଟ ବ୍ୟାଙ୍କକୁ ନଜରରେ ରଖି ରାହୁଲ ନୀଳ ଟି ଶାର୍ଟ ପିନ୍ଧିଥିବା ନେଇ ଚର୍ଚ୍ଚା ହେଉଛି। 

ବାସ୍ତବରେ ଦଳିତଙ୍କୁ ନୀଳ ରଙ୍ଗରେ ସଜାଇବା ଅଭିଯାନ ଆମ୍ବେଦକରଙ୍କ ସମୟରୁ ନୁହେଁ, ବରଂ ୧୯୯୦ ଦଶକରୁ ଆରମ୍ଭ ହୋଇଛି। ଏହି ସମୟରେ ଜାତିବାଦକୁ ନେଇ ଭାରତୀୟ ରାଜନୀତିରେ ସୃଷ୍ଟି ହୋଇଥିବା ପରିବର୍ତ୍ତିତ ପରିସ୍ଥିତିରେ ଭାରତୀୟ ରାଜନୀତିକୁ ତିନୋଟି ରଙ୍ଗରେ ବଣ୍ଟା ଯାଇଛି। ସେଥିରେ ରହିଛି ନୀଳ, ନାରଙ୍ଗୀ ଏବଂ ସବୁଜ। ନୀଳ ରଙ୍ଗକୁ ଦଳିତଙ୍କ ପାଇଁ ଉତ୍ସର୍ଗ କରାଯାଇଥିବାବେଳେ ସବୁଜ ରଙ୍ଗ ମୁସଲମାନ ଭୋଟ ବ୍ୟାଙ୍କ ଏବଂ ନାରଙ୍ଗୀ ରଙ୍ଗକୁ ହିନ୍ଦୁ ଭୋଟ ବ୍ୟାଙ୍କ ପାଇଁ ଉପଯୋଗ କରାଯାଇ ଆସୁଛି। ବିଶଷ କରି ଉତ୍ତର ଭାରତ ରାଜନୀତିରେ ଏହି ପରମ୍ପରା ରାଜନୀତିକ ଦଳ ପାଇଁ ବିଶେଷ ଗୁରୁତ୍ୱ ବହନ କରୁଛି। 

ଏହି ଅନୁସାରେ ଆମ୍ବାଦକରଙ୍କ ଦ୍ୱାରା ପ୍ରତିଷ୍ଠିତ ରିପବ୍ଲିକ ପାର୍ଟି ଅଫ ଇଣ୍ଡିଆ ହେଉ ବା ବହୁଜନ ସମାଜବାଦୀ ପାର୍ଟି ସମସ୍ତେ ନୀଳ ରଙ୍ଗକୁ ବ୍ୟବହାର କରିଛନ୍ତି। ଏପରିକି ଦଳିତଙ୍କ ପାଇଁ ଶ୍ରେଷ୍ଠ ବଳ ସାଜିଥିବା ବାବା ସାହେବ ଆମ୍ବେଦକରଙ୍କୁ ଉତ୍ତର ଭାରତର ଅନେକ ସ୍ଥାରେ ନୀଳ ରଙ୍ଗରେ ରଙ୍ଗା ଯାଇଥିବା ଦେଖିବାକୁ ମିଳିଛି। 

ଏହି ଧାରାରେ ନିଜ ରାଜନୀତିରେ ଦଳିତଙ୍କ ପାଇଁ ଜାଗା ସୃଷ୍ଟି କରିବା ଲାଗି ରାହୁଲ ନୀଳ ରଙ୍ଗର ଟିଶାର୍ଟ ପିନ୍ଧିଥିବା ଚର୍ଚ୍ଚା ହେଉଛି। ଖାଲି ସେ ନୁହନ୍ତି ପ୍ରିୟଙ୍କା ମଧ୍ୟ ଆଜି ନୀଳ ରଙ୍ଗର ଶାଢ଼ି ପିନ୍ଧିଥିଲେ। ହେଲେ କଂଗ୍ରେସର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବା ପାର୍ଟିର ଅନେକ ସାଂସଦ ଓ ନେତାଙ୍କୁ ଏହି ରଙ୍ଗର ବସ୍ତ୍ର ପିନ୍ଧିଥିବା ଦେଖିବାକୁ ମିଳି ନାହିଁ। 

ଖାଲି ସେତିକି ନୁହେଁ ଦିଲ୍ଲୀ ରାଜନୀତିରେ ଦଳିତଙ୍କ ଭୋଟକୁ ଆକର୍ଷଣ କରିବା ପାଇଁ ଆମ୍‍ ଆଦମୀ ପାର୍ଟି ମଧ୍ୟ ଏହି ସମୟକୁ ସୁଯୋଗ ଭାବେ ଗ୍ରହଣ କରିଛି। ଆଜି ନୀଳ ରଙ୍ଗର ବସ୍ତ୍ର ପିନ୍ଧିଥିବା ଅରବିନ୍ଦ କେଜ୍ରିଓ୍ୱାଲ ନୀଳ ରଙ୍ଗର ବାବା ସାହେବଙ୍କ ଆଶୀର୍ବାଦ ପ୍ରାପ୍ତ କରୁଥିବା ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Read More
{}{}