Home >>Odisha National-International

NDA କୁ ଫେରିବ ଶିବସେନା? ଇଣ୍ଡିଆ ମେଣ୍ଟରୁ ନିଜକୁ ଦୂରେଇ ରଖିଲେ ଉଦ୍ଧବ

Uddhav Thackrey: ମହାରାଷ୍ଟ୍ରରୁ ଆଉ ଏକ ବଡ ଖବର ଆସୁଛି ଯେ ଏନସିପି ମୁଖ୍ୟ ଅଜିତ ପାୱାର ମଧ୍ୟ ଏନଡିଏ ବୈଠକରୁ ନିଜକୁ ଦୂରେଇ ରହିଛନ୍ତି। ତେବେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏନଡିଏ ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ସିନ୍ଦେ ନିଶ୍ଚିତ ଭାବେ ମୁମ୍ବାଇରୁ ଆସୁଛନ୍ତି।  

Advertisement
Lok Sabha Election result
Lok Sabha Election result
Jagdish Barik|Updated: Jun 05, 2024, 02:33 PM IST
Share

Lok Sabha Election result: ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ଛୋଟ ସହଯୋଗୀମାନେ ବାହାରକୁ ଆସିବାକୁ ଲାଗିଛନ୍ତି। ଏନଡିଏ ବୌଠକରେ ଯୋଗଦେବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦିଲ୍ଲୀରେ ପହଞ୍ଚିଛନ୍ତି। ଏଥି ସହ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଅପରାହ୍ନରେ ଦିଲ୍ଲୀ ଆସିବାକୁ ଯାଉଛନ୍ତି। ଏହି ସମୟରେ ସବୁଠାରୁ ବଡ ଖବର ମହାରାଷ୍ଟ୍ରରୁ ଆସୁଛି। ଫଳାଫଳ ଆସିବା ପରେ ଶିବସେନା (ୟୁବିଟି) ମୁଖ୍ୟ ତାଙ୍କ ରଣନୀତି ବଦଳାଇଛନ୍ତି। ସେ ଆଜି ସନ୍ଧ୍ୟାରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗଦେବେ ନାହିଁ।

ଏଥି ସହିତ ମହାରାଷ୍ଟ୍ରରୁ ଆଉ ଏକ ବଡ ଖବର ହେଉଛି ଏନସିପି ମୁଖ୍ୟ ଅଜିତ ପାୱାର ମଧ୍ୟ ଏନଡିଏ ବୈଠକରୁ ନିଜକୁ ଦୂରେଇ ରହିଛନ୍ତି। ତେବେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଶ୍ଚିତ ଭାବେ ମୁମ୍ବାଇରୁ ଆସୁଛନ୍ତି।

ଆପଣଙ୍କୁ କହିରଖୁଛୁ ଯେ ଶିବସେନା (ୟୁବିଟି) ର ଇଣ୍ଡିଆ ମେଣ୍ଟରେ ୯ ଜଣ ସାଂସଦ ଅଛନ୍ତି। ଏଥି ସହିତ ଏକନାଥ ସିନ୍ଦେଙ୍କ ଶିବସେନାର ୭ ଜଣ ସାଂସଦ ଜିତିବା ପରେ ସଂସଦରେ ପହଞ୍ଚିବାକୁ ଯାଉଛନ୍ତି। ଯଦି ଉଭୟ ଗୋଷ୍ଠୀ ପୁନର୍ବାର ଏକଜୁଟ ହୁଅନ୍ତି ତେବେ ଉଭୟଙ୍କର ୧୬ ଜଣ ସାଂସଦ ରହିବେ। ଶିବସେନାଙ୍କ ଏନଡିଏକୁ ଫେରିବା ପରେ ବିଜେପି ପାଇଁ ମଧ୍ୟ ଏକ ଆରାମଦାୟକ ଖବର ହେବ।

ନିର୍ବାଚନ ଆରମ୍ଭ ପୂର୍ବରୁ ମଧ୍ୟ ଉଦ୍ଧବ ଠାକରେଙ୍କ ପ୍ରତ୍ୟାବର୍ତ୍ତନ ନେଇ କଳ୍ପନା ଜଳ୍ପନା ଚାଲିଥିଲା। କୁହାଯାଏ ଯେ ଉଦ୍ଧବ ଠାକରେ ଓ ପିଏମ ମୋଦୀଙ୍କର ବହୁତ ଭଲ ସମ୍ପର୍କ ଅଛି । ଏହି ବ୍ୟାକ ଚ୍ୟାନେଲ ସମ୍ପର୍କର ସାହାଯ୍ୟରେ ବିଜେପି ଉଦ୍ଧବଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରିପାରିନ୍ତି।

Read More
{}{}