Hindi News >>Home >>Odisha National-International

Crime News: ଶାରୀରିକ ସମ୍ବନ୍ଧ ରଖିବାକୁ ମନା କରିବାରୁ ଲିଭ୍ ଇନ ପାର୍ଟନରକୁ...

Crime News ଅତିରିକ୍ତ ଡିସିପି କହିଛନ୍ତି ଯେ ନିକିତାଙ୍କ ପିତା ଏବଂ ଭଉଣୀ ତାଙ୍କ ମୃତଦେହ ନେବାକୁ କରିବାକୁ ମନା କରି ଦେଇଛନ୍ତି। ପରିବାର ପୋଲିସକୁ କହିଥିଲେ ଯେ ନିକିତା ଆଠ ବର୍ଷ ପୂର୍ବେ ଘରୁ ପଳାଇ ଆସିଥିଲେ ଏବଂ ସେବେଠାରୁ ପରିବାରର ତାଙ୍କ ସହ କୌଣସି ସମ୍ପର୍କ ନାହିଁ।   

Advertisement
Crime News: ଶାରୀରିକ ସମ୍ବନ୍ଧ ରଖିବାକୁ ମନା କରିବାରୁ ଲିଭ୍ ଇନ ପାର୍ଟନରକୁ...
Rasmita Sahoo|Updated: Dec 14, 2023, 11:10 AM IST
Share

Crime News: କିଛି ଦିନ ପୂର୍ବରୁ ଇନ୍ଦୋରର ଏକ ଘରୁ ୨୦ ବର୍ଷର ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଯୁବତୀଙ୍କ ବେକକୁ କଇଞ୍ଚି ସାହାଯ୍ୟରେ ଭୁଷି ଭୁଷି ହତ୍ୟା କରାଯାଇଥିଲା। ବର୍ତ୍ତମାନ ପୋଲିସ ଏହି ମାମଲାରେ ମୃତକଙ୍କ ଲିଭ ଇନ୍ ପାର୍ଟନରଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ଯୁବତୀ ଜଣକ ଅଭିଯୁକ୍ତଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଦେଇଥିଲେ ତେଣୁ ଅଭିଯୁକ୍ତ ପ୍ରେମିକ ରାଗିଯାଇ ନାବାଳିକାକୁ ହତ୍ୟା କରିଥିଲା। ଅଭିଯୁକ୍ତ ଜଣକ ପ୍ରବୀଣ ସିଂ ଧାକଡ ବୋଲି ଜଣାପଡିଛି। ବୟସ ୨୪ବର୍ଷ ପୋଲିସ ସୂଚନା ଦେଇଥିବା ବେଳେ ଅପରାଧ ପରେ ପୋଲିସ ଅଭିଯୁକ୍ତକୁ ଗୁନାଠାରୁ ଗିରଫ କରିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇନ୍ଦୋରର ରାଓଜୀ ବଜାର ପୋଲିସ ଷ୍ଟେସନ(Indore Police Station) ପରିସରରେ ଏହି ଘଟଣା ଘଟିଛି। ୯ ଡିସେମ୍ବରରେ ଯୁବତୀଙ୍କ ମୃତଦେହ ଘରୁ ମିଳିଥିଲା । ଯୁବତୀଙ୍କ ନାମ ନିକିତା ପ୍ରଜାପତ। ସେ ସାଗରର ବାସିନ୍ଦା ଥିଲେ ଏବଂ ତାଙ୍କ ଲିଭ ଇନ ପାର୍ଟନର ପ୍ରବୀଣଙ୍କ ସହିତ ସେଠାରେ ଏକ ଭଡା ଘରେ ରହୁଥିଲେ । ପ୍ରକାଶ ଯେ, ପ୍ରବୀଣ କିଛି ଦିନ ପୂର୍ବରୁ ଇନ୍ଦୋରକୁ ଆସିଥିଲେ। ଖବର ଅନୁଯାୟୀ ଦୁହେଁ ଇନଷ୍ଟାଗ୍ରାମ ମାଧ୍ୟମରେ ରିଲେସନରେ ଆସିଥିଲେ। ଅତିରିକ୍ତ ଡିସିପି ଅଭିନୟ ବିଶ୍ୱକର୍ମା ସୂଚନା ଦେଇଛନ୍ତି ଯେ ଦୁହେଁ ଡିସେମ୍ବର ୭ ରେ ଘର ଭଡା ନେଇଥିଲେ ଏବଂ ମାତ୍ର ଦୁଇ ଦିନ ପରେ ଯୁବତୀଙ୍କ ମୃତଦେହ ଘରୁ ଉଦ୍ଧାର କରାଯାଇଥିଲା। 

ଅଭିଯୋଗ ରହିଛି ଯେ, ଯେତେବେଳେ ଯୁବତୀ ଜଣକ ଶାରୀରିକ ସମ୍ବନ୍ଧ(Physical Intimacy) ରଖିବାକୁ ମନା କରିଥିଲେ ସେତେବେଳେ ରାଗିଯାଇଥିଲେ ପ୍ରେମିକ ପ୍ରବୀଣ। ଆଉ ରାଗିଯାଇ ପ୍ରେମିକା ନିକିତାଙ୍କ ବେକକୁ କଇଁଞ୍ଚି ସାହାଯ୍ୟରେ ଭୁସି ଭୁସି ହତ୍ୟା କରିଥିଲେ । ବେକରୁ ପ୍ରଚୁର ରକ୍ତସ୍ରାବ ହେବା କାରଣରୁ ଘଟଣାସ୍ଥଳରେ ହିଁ ପ୍ରାଣ ହାରିଥିଲେ ଯୁବତୀ ନିକିତା। ଅତିରିକ୍ତ ଡିସିପି କହିଛନ୍ତି ଯେ ନିକିତାଙ୍କ ପିତା ଏବଂ ଭଉଣୀ ତାଙ୍କ ମୃତଦେହ ନେବାକୁ କରିବାକୁ ମନା କରି ଦେଇଛନ୍ତି। ପରିବାର ପୋଲିସକୁ କହିଥିଲେ ଯେ ନିକିତା ଆଠ ବର୍ଷ ପୂର୍ବେ ଘରୁ ପଳାଇ ଆସିଥିଲେ ଏବଂ ସେବେଠାରୁ ପରିବାରର ତାଙ୍କ ସହ କୌଣସି ସମ୍ପର୍କ ନାହିଁ। ଖବର ମୁତାବକ, ମ୍ୟୁନିସିପାଲ କର୍ପୋରେସନ ସହାୟତାରେ ପୋଲିସ ମୃତା ନିକିତାଙ୍କ ଅନ୍ତିମ ସଂସ୍କାର କରିଛି। 

ସେହିପରି ଗତ ବର୍ଷେ ତଳେ ପୂରା ଦେଶକୁ ଦୋହଲାଇ ଦେଇଥିଲା ଦିଲ୍ଲୀର ଶ୍ରଦ୍ଧା ୱାଲେକର(Delhi Shraddha Case) ହତ୍ୟା ମାମଲା। ଲିଭ ଇନ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରି ଟିକ୍ ଟିକ୍ କରିଦେଇଥିଲା ଅଭିଯୁକ୍ତ ଅଫତାବ୍ । ଡେଡବଡିକୁ କାଟି ୩୫ ଖଣ୍ଡ କରି  ପାଖ ଜଙ୍ଗଲରେ ଫୋପାଡିଥିଲା ଅଭିଯୁକ୍ତ ଆଫତାବ୍। ସେହିପରି କିଛିମାସ ପୂର୍ବେ ଦିଲ୍ଲୀର ସରାୟ କାଲେ ଖାଁ ଅଞ୍ଚଳରେ ଥିବା ସନଲାଇଟ୍ କଲୋନୀ ନିକଟରେ ଏକ ପଲିଥିନ ଭିତରେ କିଛି ଥିବା ଓ ଏଥିରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପଲିଥିନ ଖୋଲିବାରୁ ସେଥିରେ ଜଣେ ମହିଳାଙ୍କ ମୃତଦେହ ଥିବାର ଦେଖିବାକୁ ମିଳିଥିଲା। କେହି ମହିଳା ଜଣଙ୍କୁ ହତ୍ୟା କରି ତାଙ୍କର ମୁଣ୍ଡ, ଅଣ୍ଟାର ତଳ ଭାଗ ଓ ହାତକୁ କାଟି ଏକ ଧଳା ପଲିଥିନ ଭିତରେ ପୁରାଇଦେଇଥିଲା । ସେହିପରି ଅନେକ ସମୟରେ ଲିଭ ଇନ ପାର୍ଟନରକୁ ହତ୍ୟା ପରି ଖବର ସାମ୍ନାକୁ ଆସିଥିବା ବେଳେ ଇନ୍ଦୋର କାଣ୍ଡରେ ପୋଲିସ ତନାଘନା ଚଳାଇଛି। 

Also Read: Dhiraj Sahu: ଅଷ୍ଟମ ଦିନରେ IT Raid, ଟଙ୍କା ପରେ ଏବେ ଖୋଜାଚାଲିଛି ସୁନାଚାନ୍ଦି

Read More
{}{}