Home >>Zee Odisha

National Mineral Mission: ଜାତୀୟ ଜଟିଳ ଖଣିଜ ମିଶନକୁ ୧୬ ହଜାର ୩୦୦ କୋଟି

National Mineral Mission: ଫଳରେ ଏହାର ଫାଇଦା ସିଧାସଳଖ ଆଖୁ ଚାଷୀଙ୍କ ପାଖକୁ ଯାଉଛି। ସେହିପରି ଦ୍ୱିତୀୟ ନିଷ୍ପତ୍ତି କ୍ରମେ ଆମଦାନୀ ଉପରେ ନିର୍ଭରଶୀଳତାକୁ କମାଇବା ଲାଗି ଜାତୀୟ ଜଟିଳ ଖଣିଜ ମିଶନ ଘୋଷଣା କରାଯାଇଛି। ଏହାର ଫାଇଦା ସିଧାସଳଖ ରାଜ୍ୟଗୁଡ଼କ ପାଖକୁ ଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। 

Advertisement
National Mineral Mission: ଜାତୀୟ ଜଟିଳ ଖଣିଜ ମିଶନକୁ ୧୬ ହଜାର ୩୦୦ କୋଟି
Priyambada Rana|Updated: Jan 29, 2025, 05:38 PM IST
Share
National Mineral Mission: କେନ୍ଦ୍ର ସରକାର ଜାତୀ୍ରୟ ଜଟିଳ ଖଣିଜ ମିଶନକୁ ଅନୁମୋଦନ କରିଛନନ୍ତି। ଏହାଦ୍ୱାରା ଜଟିଳ ଖଣିଜ ଖନନ, ଅଧିକ ସଂଖ୍ୟାରେ ଖଣିଜ ବ୍ଲକ୍‍ ଅଧିଗ୍ରହଣ, ଟେକ୍ନୋଲୋଜି ବିକାଶ ଏବଂ ଜଟି, ଖଣିଜର ପୁନଃ ଉପଯୋଗ ସମ୍ଭବ ହୋଇପାରିବ।  ଏହି ମିଶନ ଲାଗି କେନ୍ଦ୍ର ସରକାର ୧୬ ହଜାର ୩୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କ୍ୟାବିନେଟ୍‍ ନିଷ୍ପତ୍ତି ନେଇଛି।
 
ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍‍ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଗୋଟିଏ ନିଷ୍ପତ୍ତିରେ ଇଥାନଲ୍‍ର ମୂଲ୍ୟ ବୃଦ୍ଧି କରାଯାଇଛି। ଫଳରେ ଏହାର ଫାଇଦା ସିଧାସଳଖ ଆଖୁ ଚାଷୀଙ୍କ ପାଖକୁ ଯାଉଛି। ସେହିପରି ଦ୍ୱିତୀୟ ନିଷ୍ପତ୍ତି କ୍ରମେ ଆମଦାନୀ ଉପରେ ନିର୍ଭରଶୀଳତାକୁ କମାଇବା ଲାଗି ଜାତୀୟ ଜଟିଳ ଖଣିଜ ମିଶନ ଘୋଷଣା କରାଯାଇଛି। ଏହାର ଫାଇଦା ସିଧାସଳଖ ରାଜ୍ୟଗୁଡ଼କ ପାଖକୁ ଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। 
 
ଏହି କାର୍ଯ୍ୟକ୍ରମରେ ୨୪ଟି ଗୁରୁତ୍ୱପୂର୍ଣ୍ଣ ଖଣିଜର ବିକାଶ ଲାଗି ଲକ୍ଷ୍ୟ ରଖାଯାଇଛି। କୃଷି ପାଇଁ ସାରଠାରୁ ଆରମ୍ଭ କରି ଇଭି ଯାନର ବ୍ୟାଟେରୀ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
Read More
{}{}