Home >>Zee Odisha

Nitesh Tiwari Ramayan:ଆସୁଛି 'ରାମାୟଣ',ସନି ହନୁମାନ ତ ବବି ହେବେ କୁମ୍ଭକର୍ଣ୍ଣ

ରଣବୀର କପୁର, ସାଇ ପଲ୍ଲବୀ ଏବଂ କେଜିଏଫ୍ ଫେମ୍  ୟଶଙ୍କୁ ନେଇ ଆସୁଛି ପାନ୍ ଇଣ୍ଡିଆ ଫିଲ୍ମ 'ରାମାୟଣ' ।  ନିତେଶ ତିୱାରୀଙ୍କ 'ରାମାୟଣ'କୁ ନେଇ ଚର୍ଚ୍ଚା ସେତିକି ହେଉଛି ଯେତିକି  ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ଦେଶରେ ଆଲୋଚନା ହେଉଛି।  ଏହି ଫିଲ୍ମର ସୁଟିଂ ମାର୍ଚ୍ଚ ୨୦୨୪ରେ ଆରମ୍ଭ ହେବ, ଯେଉଁଥିରେ ରଣବୀର

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Jan 16, 2024, 11:56 PM IST
Share

Nitesh Tiwari Ramayan:

ରଣବୀର କପୁର, ସାଇ ପଲ୍ଲବୀ ଏବଂ କେଜିଏଫ୍ ଫେମ୍  ୟଶଙ୍କୁ ନେଇ ଆସୁଛି ପାନ୍ ଇଣ୍ଡିଆ ଫିଲ୍ମ 'ରାମାୟଣ' ।  ନିତେଶ ତିୱାରୀଙ୍କ 'ରାମାୟଣ'କୁ ନେଇ ଚର୍ଚ୍ଚା ସେତିକି ହେଉଛି ଯେତିକି  ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ଦେଶରେ ଆଲୋଚନା ହେଉଛି।  ଏହି ଫିଲ୍ମର ସୁଟିଂ ମାର୍ଚ୍ଚ ୨୦୨୪ରେ ଆରମ୍ଭ ହେବ, ଯେଉଁଥିରେ ରଣବୀର ଭଗବାନ ରାମ ଏବଂ ସାଇ ପଲ୍ଲବୀ ସୀତା ଭୂମିକାରେ ଅଭିନୟ କରିବେ ଏବଂ ୟଶ ରାବଣ ଭୂମିକାରେ ଅଭିନୟ କରିବେ । ଭଗବାନ ହନୁମାନଙ୍କ ଭୂମିକା ପାଇଁ ନିର୍ମାତା ସନ୍ନି ଦେଓଲଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିବା କୁହାଯାଉଛି। ଏଣେ 'ପିଙ୍କଭିଲା'ର ରିପୋର୍ଟ ଅନୁଯାୟୀ ନିତେଶ ତିୱାରୀ ଆଣ୍ଡ କୋ ବର୍ତ୍ତମାନ  ଏହି ମହାକାବ୍ୟର ଷ୍ଟାର କାଷ୍ଟକୁ ଫାଇନାଲ କରିବାକୁ  ନିଷ୍ପତ୍ତି ନେଇଛନ୍ତି ।

ପିଙ୍କଭିଲା'ର ନିକଟତମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାମାୟଣ ମୁଭିରେ ରାଣୀ କୈକେୟୀଙ୍କ ଭୂମିକା ପାଇଁ 'ନିତେଶ ତିୱାରୀ' ଲାରା ଦତ୍ତଙ୍କ ସହ କଥାବାର୍ତ୍ତା କରୁଛନ୍ତି। ନିତେଶ ତିୱାରୀ ଭାରତୀୟ ଇତିହାସର ସବୁଠାରୁ ବଡ କାହାଣୀରେ ଅଭିନୟ କରିବାରେ ସକ୍ଷମ ଅଭିନେତାମାନଙ୍କୁ ନିଜ ଫିଲ୍ମରେ ନେବାକୁ ଚାହୁଁଛନ୍ତି । ସେ ବିଶ୍ୱାସ କରନ୍ତି ଯେ ରାଜା ଦଶରଥଙ୍କ ତୃତୀୟ ପତ୍ନୀ ରାଣୀ କୈକେୟୀ ଭୂମିକାରେ ଅଭିନୟ କରିବା ପାଇଁ ଲାରା ଦତ୍ତ ଉପଯୁକ୍ତ ଅଟନ୍ତି । ରାମାୟଣର  ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ଲାରା ମଧ୍ୟ କାଳେ  ନିତେଶ ତିୱାରୀଙ୍କ ଚଳଚ୍ଚିତ୍ରକୁ ନେଇ ଉତ୍ସାହିତ ଅଛନ୍ତି।

 କୁମ୍ଭକର୍ଣ୍ଣ ଭୂମିକାରେ ନଜର ଆସିବେ ବବି ଦେଓଲ ?

ମାର୍ଚ୍ଚରେ ନୀତିଶ  ରଣବୀର କପୁରଙ୍କ ସହ ଫିଲ୍ମର ପ୍ରଥମ ସିଡ୍ୟୁଲରେ ସୁଟିଂ କରିବେ ।କୈକେୟୀଙ୍କୁ ବାଦ୍ ଦେଲେ ବାକି ଚରିତ୍ରପାଇଁ କାଷ୍ଟିଂ ଜାରି ରହିଛି। ନିତେଶ ତିୱାରୀ ବବି ଦେଓଲଙ୍କୁ କୁମ୍ଭକର୍ଣ୍ଣ ଭୂମିକାରେ ନେବାକୁ  ଚାହୁଁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କିଛି  ଚୂଡ଼ାନ୍ତ ହୋଇନାହିଁ। ବବି ରୋଲ୍ କରିବେ କି କି ନାହିଁ, ତାହା ଆସନ୍ତା ଦୁଇ ମାସ ମଧ୍ୟରେ ସ୍ଥିର କରିବେ। 'ଆନିମଲ୍'ର ସଫଳତା ପରେ ବବିଙ୍କୁ ଏବେ ଇଣ୍ଡଷ୍ଟ୍ରିର ବିଭିନ୍ନ ସ୍ଥାନରୁ ଅଫର ଆସୁଛି ।

ଭଗବାନ ହନୁମାନ ହେବେ କି ସନ୍ନି ଦେଓଲ ?

ସେପଟେ ଭଗବାନ ହନୁମାନଙ୍କ ଭୂମିକା ପାଇଁ ସନ୍ନି ଦେଓଲଙ୍କ ସହ ଆଲୋଚନା ଚାଲିଛି । 'ରାମାୟଣ'ର ଟିମ୍ ସନି ଦେଓଲଙ୍କ ସହ ଲଗାତାର କଥାବାର୍ତ୍ତା କରୁଥିବା ବେଳେ ଏ ନେଇ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହୋଇନାହିଁ। କେବଳ ନିତେଶ ତିୱାରୀ ନୁହଁନ୍ତି, ରଣବୀର କପୁର ମଧ୍ୟ ଭଗବାନ ହନୁମାନଙ୍କ ଭୂମିକା ପାଇଁ ସନ୍ନି ଦେଓଲଙ୍କୁ ସାଙ୍ଗରେ ଆଣିବାକୁ ଚାହୁଁଛନ୍ତି ।

କେବେ ରିଲିଜ୍ ହେବ 'ରାମାୟଣ'?

ଯଦି ସବୁ କିଛି ଠିକ ଠାକ୍ ଚାଲେ  ତେବେ ସନ୍ନି ଦେଓଲ ଏବଂ ୟଶ 'ରାମାୟଣ: ପାର୍ଟ-୧'ରେ କ୍ୟାମିଓ ଭୂମିକାରେ ନଜର ଆସିବେ ଏବଂ ଏହାର ଦ୍ୱିତୀୟ ଏବଂ ତୃତୀୟ ଭାଗରେ ସେମାନେ ମୁଖ୍ୟ ଭୂମିକାରେ ନଜର ଆସିବେ । ଜୁଲାଇ ୨୦୨୪ ବେଳକୁ ଉଭୟ ଟିମକୁ  ଆସିପାରନ୍ତି। ଫିଲ୍ମର  ଭିଏଫଏକ୍ସ ଓସ୍କାର ବିଜେତା କମ୍ପାନୀ ଡିଏନଇଜି ପ୍ରସ୍ତୁତ କରୁଛି।  'ରାମାୟଣ ୨୦୨୫ରେ ମୁକ୍ତିଲାଭ କରିବାକୁ ଯାଉଛି।s

Read More
{}{}