ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ଦୀର୍ଘ ୯ ମାସ ପରେ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀଲିଙ୍ଗରାଜ ମନ୍ଦିର। କୋରୋନା କଟକଣା ଭିତରେ ଆଜିଠୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି। ତେବେ ଶ୍ରୀମନ୍ଦିର ଭଳି ଏକାମ୍ରକ୍ଷେତ୍ରରେ ମଧ୍ୟ ଠାକୁର ଦର୍ଶନ ପାଇଁ ସେବାୟତଙ୍କ ପରିବାରକୁ ଅଗ୍ରାଧିକାର ଦିଆଯାଇଛି।
ଭକ୍ତଙ୍କ ପାଇଁ ଫିଟିଲା ଅଧିନ ପ୍ରାଚୀନ ଲିଙ୍ଗରାଜ ମନ୍ଦିର (Lingraj Temple) ଦ୍ୱାର। ଯାହାକୁ ନେଇ ଭକ୍ତ ବେଶ୍ ଆନନ୍ଦିତ। ତେବେ ମନ୍ଦିର ପରିସରରେ କୋଭିଡ (Covid_19) କଟକଣାକୁ କଡାକଡି କରାଯାଇଛି। ଶନିବାରଠୁ ମନ୍ଦିରରେ ନିୟୋଜିତ ପୋଲିସ କର୍ମଚାରୀ ଓ ସେବାୟତଙ୍କ ଆଣ୍ଟିଜେନ ଟେଷ୍ଟ ହୋଇଛି। ଏଥିପାଇଁ ବିଏମସି ପକ୍ଷରୁ ମନ୍ଦିର ସାମୁଖରେ କ୍ୟାମ୍ପ୍ ଖୋଲାଯାଇଛି।
Also Read: ସାଧାରଣ ଦର୍ଶନ ପାଇଁ ମନ୍ଦିର ପ୍ରଶାସନର ବ୍ୟାପକ ପ୍ରସ୍ତୁତି
ଆଜି ଠାରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସେବାୟତଙ୍କ ପରିବାର ଶ୍ରୀଲିଙ୍ଗରାଜ ମହାଦେବଙ୍କ ଦର୍ଶନ କରିବେ। ନୂଆବର୍ଷ (New Year) ଗହଳିକୁ ଦୃଷ୍ଟିରେ ରଖି ଜାନୁଆରୀ ୧ ଓ ୨ ତାରିଖ ସାଧାରଣ ଦର୍ଶନ ବନ୍ଦ ରହିବ। ପରେ ୩ରୁ ୫ ପର୍ଯ୍ୟନ୍ତ ରାଜଧାନୀବାସୀ (Bhubaneswar) ନିଜ ପରିଚୟ ପତ୍ର ଦେଇ ଦର୍ଶନ କରିପାରିବେ। ୬ ତାରିଖରୁ ସର୍ବସାଧରଣ ଲାଗି ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି।
ସେହିପରି ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି। ଦର୍ଶନ ସମୟରେ କୋଭିଡ କଟକଣା ସହ ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି। ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଯିବ। ଶାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ୩ ପ୍ଲାଟୁନ ପୋଲିସ ବଳ ଓ ୨ ସେକ୍ସନ ମହିଳା ପୋଲିସଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।