Hindi News >>Home >>Zee Odisha

Pak pm position:ଏହି ଦେଶରେ ୭୬ ବର୍ଷରେ ୨୪ ପ୍ରଧାନମନ୍ତ୍ରୀ,ଜଣେ ବି ପୁରା କରିପାରି ନାହାନ୍ତି କାର୍ଯ୍ୟକାଳ !

ବୋମା ବିସ୍ଫରୋଣ ଓ ଆତଙ୍କବାଦୀ ଆକ୍ରମଣ ଭିତରେ ପାକିସ୍ତାନରେ ଗୁରୁବାର ଦିନ ଭୋଟ୍ ହୋଇଛି। ନୱାଜ ସରିଫଙ୍କ ଦଳ ପୁଣିଥରେ  କ୍ଷମତାକୁ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ନୂଆ ସରକାର ତା କାର୍ଯ୍ୟାକାଳ ପୁରା କରିପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା। କାରଣ ପାକିସ୍ତାନ ଇତିହାସରେ ଆଜି ପର୍ଯ୍ୟନ୍ତ ଜଣେ ମଧ୍ୟ ପ୍ରଧାନମନ୍

Advertisement
SOCIAL MEDIA
SOCIAL MEDIA
Zee Odisha Desk|Updated: Feb 08, 2024, 10:13 PM IST
Share

Pak pm position:

ବୋମା ବିସ୍ଫରୋଣ ଓ ଆତଙ୍କବାଦୀ ଆକ୍ରମଣ ଭିତରେ ପାକିସ୍ତାନରେ ଗୁରୁବାର ଦିନ ଭୋଟ୍ ହୋଇଛି। ନୱାଜ ସରିଫଙ୍କ ଦଳ ପୁଣିଥରେ  କ୍ଷମତାକୁ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ନୂଆ ସରକାର ତା କାର୍ଯ୍ୟାକାଳ ପୁରା କରିପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା। କାରଣ ପାକିସ୍ତାନ ଇତିହାସରେ ଆଜି ପର୍ଯ୍ୟନ୍ତ ଜଣେ ମଧ୍ୟ ପ୍ରଧାନମନ୍ତ୍ରୀ କିମ୍ବା ଦଳ ନିଜ କାର୍ଯ୍ୟକାଳ ସଂପୂର୍ଣ୍ଣ କରିପାରି ନାହାନ୍ତି। ଇତିହାସର ପୃଷ୍ଠା ଓଲଟାଇଲେ ଏହି ସତ ଜଣା ପଡେ।

ପାକିସ୍ତାନର ୭୬ ବର୍ଷର ଇତିହାସରେ ଜଣେ ବି ପ୍ରଧାନମନ୍ତ୍ରୀ ତାଙ୍କ କାର୍ଯ୍ୟକାଳ ପୂରଣ କରିନାହାନ୍ତି। ୨୧ ଜଣ ପ୍ରଧାନମନ୍ତ୍ରୀ ୨୪ ଥର ଶପଥ ନେଇଛନ୍ତି। ତେବେ ସମସ୍ତଙ୍କ କାର୍ଯ୍ୟକାଳ ଅସମ୍ପୂର୍ଣ୍ଣ ରହିଥିଲା। କିଏ ୧୩ ଦିନ, କିଏ ୫୪ ଦିନ ତ ଆଉ କିଏ ୫୫ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଚେୟାରରେ ବସିଥିବା ପ୍ରଧାନମନ୍ତ୍ରୀଙ୍କ ଦୀର୍ଘତମ କାର୍ଯ୍ୟକାଳ ଥିଲା ମାତ୍ର ୪ ବର୍ଷ ୮୬ ଦିନ।

ନୱାଜ ସରିଫ ପାକିସ୍ତାନରେ ସର୍ବାଧିକ ତିନି ଥର ପ୍ରଧାନମନ୍ତ୍ରୀ ଙ୍କ ଚେୟାରରେ ବସିଥିଲେ । ତାଙ୍କର କାର୍ଯ୍ୟକାଳ ଥିଲା ୯ ବର୍ଷ ୧୭୯ ଦିନ। ବେନାଜିର ଭୁଟ୍ଟୋ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ୬ ଜଣ ପ୍ରଧାନମନ୍ତ୍ରୀ ଗୋଟିଏ ବର୍ଷର କାର୍ଯ୍ୟକାଳ ମଧ୍ୟ ପୂରଣ କରିପାରିନଥିଲେ। ଗୋଟିଏ କି ଦୁଇଟି ନୁହେଁ ବରଂ ୧୮ଥର ପ୍ରଧାନମନ୍ତ୍ରୀଙ୍କୁ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ନିଜ ଚେୟାର ଛାଡିବାକୁ ପଡିଥିଲା ।

ସେହିପରି ୧୯୯୩ରେ  ଗୋଟିଏ ବର୍ଷରେ ୫ ଜଣ ପ୍ରଧାନମନ୍ତ୍ରୀ ବଦଳିଥିଲେ। ଏଭଳି ସ୍ଥିତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଙ୍କ ଚେୟାର କେଉଁ ପ୍ରକାର ଆହ୍ୱାନର ସମ୍ମୁଖୀନ ହେଉଥିଲା, ତାହା ଏହି ପରିସଂଖ୍ୟାନରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଜଣେ ପିଏମ୍ ବେନଜିର ଭୁଟ୍ଟୋଙ୍କୁ ହତ୍ୟା କରାଯାଇଥିଲା ଏବଂ ଜୁଲ୍ଫିକାର ଅଲ୍ଲୀ ଭୁଟ୍ଟୋଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଖାଲି ସେତିକି ନୁହେଁ ସେଠାରେ ୪ଥର ବିଦ୍ରୋହ ହୋଇଛି।

ପାକିସ୍ତାନ ଇତିହାସର ୭୬ ବର୍ଷ

୨୧ ପ୍ରଧାନମନ୍ତ୍ରୀ, ୨୪ ଥର ଶପଥ ନେଇଛନ୍ତି

କାହାର କାର୍ଯ୍ୟକାଳ ଶେଷ ହୋଇନାହିଁ

୩ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି ନୱାଜ ସରିଫ

ବେନଜିର ଭୁଟ୍ଟୋ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ

ନୱାଜ ସରିଫଙ୍କ କାର୍ଯ୍ୟକାଳ ୯ ବର୍ଷ ୧୭୯ ଦିନ

୧୮ ଥର ବିଭିନ୍ନ ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କୁ ହଟାଇ ଦିଆଯାଇଛି

ଜଣେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରାଯାଇଥିଲା ଏବଂ ଜଣେ ଫାଶୀ ଦିଆଯାଇଥିଲା

୧୯୯୩ରେ ସର୍ବାଧିକ ୫ ଥର ପ୍ରଧାନମନ୍ତ୍ରୀ ବଦଳିଥିଲେ

ସେଠାରେ ୪ଥର ବିଦ୍ରୋହ ହୋଇଛି

13 ଦିନ ପାଇଁ ପ୍ରଧାନମନ୍ତ୍ରୀ

ପାକିସ୍ତାନରେ କୌଣସି ସରକାର ଗତ 76 ବର୍ଷ ଭିତରେ ସଂପୂର୍ଣ୍ଣ କାର୍ଯ୍ୟକାଳ ପୁରା କରିପାରି ନାହାନ୍ତି। ଏହା ଭିତରେ କିଛି ପ୍ରଧାନମନ୍ତ୍ରୀ ହୋଇଛନ୍ତି ମାତ୍ର ସପ୍ତାହେ ଦୁଇ ସପ୍ତାହ ପାଇଁ ତ କିଏ ଦୁଇ ମାସରୁ କମ ସମୟ ପାଇଁ। ଉଦାହରଣ ଭାବେ  ନୁରୁଲ ଅମିନଙ୍କ କାର୍ଯ୍ୟକାଳ ଥିଲା ମାତ୍ର ୧୩ ଦିନ । ଚୌଧୁରୀ ସୁଜାତ ହୁସେନଙ୍କ କାର୍ଯ୍ୟକାଳ ୫୪ ଦିନ ଏବଂ ଇବ୍ରାହିମ ଇସମାଇଲ ଚୁନ୍ଦ୍ରିଗରଙ୍କ କାର୍ଯ୍ୟକାଳ ୫୫ ଦିନ ଥିଲା।

ଭାଗ୍ୟବାନ 3 ପ୍ରଧାନମନ୍ତ୍ରୀ

ପାକିସ୍ତାନର 3 ଜଣ ପ୍ରଧାନମନ୍ତ୍ରୀଙ୍କୁ ଭାଗ୍ୟବାନ ବୋଲି କୁହାଯାଇପାରେ। କାରଣ ସେମାନେ ପାକିସ୍ତାନ ହିସାବରେ ଅଧିକ ଦିନ ଅଫିସରେ ଥିଲେ। ୟୁସୁଫ ରଜା ଗିଲାନୀଙ୍କ କାର୍ଯ୍ୟକାଳ ଥିଲା ୪ ବର୍ଷ ୮୬ ଦିନ । ଲିଆକତ ଅଲ୍ଲୀ ଖାନଙ୍କ କାର୍ଯ୍ୟକାଳ ଥିଲା ୪ ବର୍ଷ ୬୩ ଦିନ।। ସେହିପରି ନୱାଜ ସରିଫଙ୍କ କାର୍ଯ୍ୟକାଳ ଥିଲା ୪ ବର୍ଷ ୫୩ ଦିନ ।

ନିର୍ବାଚନରେ ନୱାଜ ସରିଫଙ୍କୁ ପୁଣି ଥରେ ବଡ ଭୂମିକାରେ ଦେଖିବାକୁ ମିଳୁଥିବା ବେଳେ ଅନ୍ୟପଟେ ବିଲାୱଲ ଭୁଟ୍ଟୋ ମଧ୍ୟ ନିଜର ବିଜୟ ଦାବି କରୁଛନ୍ତି । ଇମ୍ରାନ୍ ଖାନ୍ ଜେଲରେ ଅଛନ୍ତି। ତାଙ୍କ ଦଳରୁ ନିର୍ବାଚନ ଚିହ୍ନ ଛଡ଼ାଇ ନିଆଯାଇଛି। ଏଭଳି ସ୍ଥିତିରେ ସେମାନଙ୍କ ପ୍ରାର୍ଥୀ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି। ଇମରାନ ପ୍ରଥମ ଥର ପାଇଁ ଜେଲରୁ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସାହାରା ନେଇଥିଲେ ।

ଭାରତ ଓ ପାକିସ୍ତାନ ଏକାସାଙ୍ଗରେ ସ୍ୱାଧୀନ ହୋଇଥିଲେ। ଉଭୟ ସ୍ଥାନର ଅର୍ଥନୈତିକ, ଭୌଗୋଳିକ, ସାମାଜିକ ସ୍ଥିତି ପ୍ରାୟ ସମାନ ଥିଲା। କିନ୍ତୁ ସେଠାକାର ରାଜନୀତି ଏପରି ଭାବେ ଆଗକୁ ବଢ଼ିଥିଲା ଯେ ଆଜି ସମଗ୍ର ପାକିସ୍ତାନ ବିଫଳ ରାଷ୍ଟ୍ର କହିଲେ ଭୁଲ ହେବନି।

Read More
{}{}