Hindi News >>Home >>Odisha Politics

INDIA Bloc: ଆସନ ବୁଝାମଣାକୁ ନେଇ ପଶିଲା କେଁ; ଚର୍ଚ୍ଚାରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କ ବୟାନ

Uttar Pradesh Politics: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା କରିବାକୁ ନେଇ ସମାଜବାଦୀ ପାର୍ଟି-କଂଗ୍ରେସ ମଧ୍ୟରେ ଛକାପଞ୍ଝା ଜାରିସ ରହିଛି।  

Advertisement
INDIA Bloc: ଆସନ ବୁଝାମଣାକୁ ନେଇ ପଶିଲା କେଁ; ଚର୍ଚ୍ଚାରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କ ବୟାନ
Updated: Jan 29, 2024, 05:41 PM IST
Share

Lok Sabha Election 2024 UP: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱାଧିନ ଏନଡି଼ଏ ମେଣ୍ଟକୁ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିଛି ଜେଡିୟୁ। ଯାହା ବିରୋଧି ଇଣ୍ଡିଆ ମେଣ୍ଟ ପାଇଁ କୌଣସି ଝଟକା ଠାରୁ କମ ନୁହେଁ। ଅନ୍ୟପକ୍ଷରେ ଇଣ୍ଡିଆ ମେଣ୍ଟରେ ସାମିଲ ରହିଥିବା ତୃଣମୂଳ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ଏକାକୀ ନିର୍ବାଚନ ଲଢିବା ନେଇ ଘୋଷଣା କରି ସାରିଛନ୍ତି। ଏବେ ଉତ୍ତର ପ୍ରଦେଶରେ ବିରୋଧି ମେଣ୍ଟରେ ଆସନ ବୁଝାମଣାକୁ ନେଇ ସମସ୍ୟା ଉପୁଜିଛି। 

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ମୋଟ ୮୦ ଆସନ ମଧ୍ୟରୁ ସମାଜବାଦୀ ପାର୍ଟି, କଂଗ୍ରେସ ଲାଗି ୧୧  ସିଟ୍ ଦେବାକୁ ଘୋଷଣା କରିଥିଲା। ଏକଥା ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବ ଟ୍ୱିଟ୍ ଜଣାଇଥିଲେ। ହେଲେ ଏହି ନିର୍ବାଚନ ପାଇଁ ୧୧ ଆସନ ମିଳିବାକୁ ନେଇ କଂଗ୍ରେସ ସହମତ ହୋଇନାହିଁ। ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଅଜୟ ରାୟ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଅଧିକ ଆସନ ପାଇବା ଉପରେ ଆଲୋଚନା ହେଉଛି।

ଉତ୍ତର ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଅଜୟ ରାୟ କହିଛନ୍ତି ଯେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଦ୍ୱାରା ଦଳକୁ ୧୧ ସିଟ୍ ଦେବାକୁ ଗ୍ରହଣ କରିପାରି ନାହାଁନ୍ତି। ଏ ସମ୍ପର୍କରେ ମତ ରଖି  କଂଗ୍ରେସ ନେତା ଜଣଙ୍କ କହିଛନ୍ତି ଯେ ମୁଁ ସମସ୍ତ ସହକର୍ମୀଙ୍କୁ କହିବାକୁ ଚାହେଁ ଯେ ଅଖିଳେଶ ଯାଦବ ଯାହା ନିଷ୍ପତ୍ତି ନେଇଛନ୍ତି, ସେ ସମ୍ପର୍କରେ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱଙ୍କ ଦ୍ୱାରା ମୁକୁଲ ୱାସନିକଙ୍କ ନେତୃତ୍ୱରେ ଗଠିତ କମିଟି ଦ୍ୱାରା ନିଷ୍ପତ୍ତି ନିଆଯାଉଛି। ଏକ ସକରାତ୍ମକ ପରିବେଶରେ ଆସନ ବୁଝାମଣା ସମ୍ପର୍କରେ ଆଲୋଚନା ହେଉଛି। ଯାହାର ଫଳାଫଳ ଖୁବ ଶୀଘ୍ର ଆସିଯିବ। 

୨୦୨୪ ଲୋକସଭା ନିର୍ବାଚନରେ ୧୧ ଆସନରେ ଲଢିବାକୁ ଚାହୁଁନାହିଁ କଂଗ୍ରେସ 
କଂଗ୍ରେସ ନେତା ଅଜୟ ରାୟଙ୍କ ଏପରି ବୟାନ ଆସିବା ପରେ ବିଶ୍ୱାସ କରାଯାଉଛି ଯେ ସମାଜବାଦୀ ପାର୍ଟି ପକ୍ଷରୁ ୧୧ ଆସନ ଦେବାକୁ ନେଇ କଂଗ୍ରେସ ସହମତ ନାହିଁ। ଯଦି କଂଗ୍ରେସ, ସମାଜବାଦୀ ପାର୍ଟି ପକ୍ଷରୁ ଦିଆଯାଇଥିବା   ଆସନ ନେବାକୁ ରାଜି ହୁଏ ନାହିଁ ତାହେଲେ ବିରୋଧି ଇଣ୍ଡିଆ ମେଣ୍ଟରେ ଫାଟ ସୃଷ୍ଟି ହୋଇପାରେ। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କ୍ରମାଗତ ଭାବରେ କହି ଆସିଛନ୍ତି ଯେ ଉତ୍ତର ପ୍ରଦେଶରେ ଆସନ ବୁଝାମଣା ଚଳିତ ଶେଷ ପର୍ଯ୍ୟନ୍ତ ହୋଇଯିବ। ଆସନ ବୁଝାମଣାକୁ ନେଇ ସମାଜବାଦୀ ପାର୍ଟି-କଂଗ୍ରେସ ମଧ୍ୟରେ ୩ ଥର ଆଲୋଚନା ହୋଇଥିଲା। ହେଲେ ଗତ ଶନିବାର ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କଂଗ୍ରେସ ଲାଗି ୧୧ ସିଟ୍ ଛାଡି଼ବାକୁ ଘୋଷଣା କରିଥିଲେ। 

ଏ ସମ୍ପର୍କରେ ମତ ରଖି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଥିଲେ ଯେ କଂଗ୍ରେସ ଲାଗି ଆମ ଦଳ ୧୧ ଆସନ ଛାଡି ଦେଇଛି। ବିଜୟ ସମୀକରଣ ସହିତ ଏହି ଧାରା ଆଗକୁ ବଢିବ। ଯାହା ଇଣ୍ଡିଆ ଏବଂ ପିଡିଏ ମେଣ୍ଟର ରଣନୀତି ଇତିହାସ ବଦଳାଇବ।

କଂଗ୍ରେସ ଭାଗରେ ପଡ଼ିବ କେଉଁ ଆସନ?
୨୦୨୪ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ମୋଟ ୮୦ ଆସନ ମଧ୍ୟରୁ ସମାଜବାଦୀ ପାର୍ଟି, କଂଗ୍ରେସ ଲାଗି ୧୧ ସିଟ୍ ଦେବାକୁ ଘୋଷଣା କରିଥିଲା। ଏହି  ୧୧ ସିଟ୍ ୨ ଆସନ ହେଉଛି କଂଗ୍ରେସ ଦଳର ପାରମ୍ପରିକ ଗଡ଼ କୁହାଯାଉଥିବା ରାଏବରେଲି ଏବଂ ଆମେଠି। ଏହା ବ୍ୟତୀତ ଯେଉଁ ଅନ୍ୟ ୯ ସିଟ୍ କଥା କୁହାଯାଉଛି ସେ ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଖବର ଆସିନାହିଁ। ଖବର ଅନୁଯାୟୀ କଂଗ୍ରେସ ପଶ୍ଚିମ ଉତ୍ତର ପ୍ରଦେଶରେ ୪ ଆସନରେ ନିର୍ବାଚନ ଲଢିପାରେ। ଏହି ଆସନ ମଧ୍ୟରୁ ଗୋଟିଏ ହେଉଛି ଅମରୋହା। ଯେଉଁଠାରେ କୁୱଁର ଦାନିଶ ଅଲି ସାଂସଦ ଅଛନ୍ତି। ଗତ ମାସରେ ତାଙ୍କୁ ବହିଷ୍କାର କରିଥିଲା ବିଏସପି।  

ପଶ୍ଚିମ ଉତ୍ତର ପ୍ରଦେଶ ବ୍ୟତୀତକ ପୂର୍ବାଞ୍ଚଳ ଏବଂ ବୁନ୍ଦେଲଖଣ୍ଡ ଠାରେ ମଧ୍ୟ କଂଗ୍ରେସ ଭାଗରେ କିଛି ଆସନ ଆସିପାରେ। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ପୂର୍ବରୁ କହିଥିଲେ ଯେ ସେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଆସନ ବୁଝାମଣା ସମ୍ପର୍କରେ ନିଷ୍ପତ୍ତି ନେବେ। ବର୍ତ୍ତମାନ ଦଳ ଏହାକୁ ପୁନର୍ବାର ଦୋହରାଇଛି। ଗତ ୨୦୧୯ ଲୋକସଭା ନିର୍ବାଚନରେ ​​କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କେବଳ ରାଏବରେଲି ଆସନ ଜିତିଥିଲା। ଅନ୍ୟପକ୍ଷର ରାହୁଲ ଗାନ୍ଧୀ ଆମେଠି ଆସନରୁ ​​ହାରି ଯାଇଥିଲେ।

 

Read More
{}{}