Home >>Odisha Politics

One Nation One Election: ଏକ ଦେଶ ଏକ ନିର୍ବାଚନ କମିଟିରେ ୩୯ ସଦସ୍ୟ, ଓଡ଼ିଶାରୁ ୩

One Nation One Election(ଭୁବନେଶ୍ୱର): ଆଜି ସଂସଦର ଶୀତକାଳୀନ ଅଧିବେଶର ଶେଷ ଦିନ। ପୂର୍ବ ନିର୍ଦ୍ଧାରଣ ଅନୁସାରେ ଆଜି ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିପାରନ୍ତି। ହେଲେ ଏହା ପୂର୍ବରୁ ବକେୟା ରହିଥିବା କାର୍ଯ୍ୟକ୍ରମ ଅନୁସାରେ ଘୋଷଣା ହୋଇପାରେ ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟି। 

Advertisement
One Nation One Election: ଏକ ଦେଶ ଏକ ନିର୍ବାଚନ କମିଟିରେ ୩୯ ସଦସ୍ୟ, ଓଡ଼ିଶାରୁ ୩
Narmada Behera|Updated: Dec 20, 2024, 09:04 AM IST
Share
One Nation One Election(ଭୁବନେଶ୍ୱର): ଆଜି ସଂସଦର ଶୀତକାଳୀନ ଅଧିବେଶର ଶେଷ ଦିନ। ପୂର୍ବ ନିର୍ଦ୍ଧାରଣ ଅନୁସାରେ ଆଜି ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିପାରନ୍ତି। ହେଲେ ଏହା ପୂର୍ବରୁ ବକେୟା ରହିଥିବା କାର୍ଯ୍ୟକ୍ରମ ଅନୁସାରେ ଘୋଷଣା ହୋଇପାରେ ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟି। ସମ୍ବିଧାନର ୧୨୯ତମ ସଂଶୋଧନ ଲାଗି ଏହି କମିଟି ଉଦ୍ଦିଷ୍ଟ ହେବ। 
 
ଲୋକସଭାର ସଂଶୋଧିତ କାର୍ଯ୍ୟସୂଚୀ ଅନୁସାରେ ଏହି କମିଟିରେ ରହିବେ ୩୯ ଜଣ ସଦସ୍ୟ। ୨୭ ଜଣ ଲୋକସଭାର ସଦସ୍ୟ ହୋଇଥିବା ବେଳେ ୧୨ ଜଣ ରାଜ୍ୟସଭାରୁ ମନୋନୀତ ହେବେ।  ଏଥିନେଇ ଏକ ପ୍ରସ୍ତାବ ଆଜି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ୍‍ ଲୋକସଭାରେ ଆଗତ କରିବା କାର୍ଯ୍ୟକ୍ରମ ରହିଛି। ଏହି କମିଟିରେ ଓଡ଼ିଶାରୁ ୩ ଜଣ ସାଂସଦଙ୍କ ନାଁ ରହିଛି।  ଏହି ତିନିଜଣ ହେଲେ ବୈଜୟନ୍ତ ପଣ୍ଡା, ଭର୍ତ୍ତୃହରି ମହତାବ ଏବଂ ସମ୍ବିତ ପାତ୍ର। ପୂର୍ବ ସୂଚନାରେ ବୈଜୟନ୍ତ ପଣ୍ଡାଙ୍କ ନାଁ ଏହି କମିଟିରେ ନଥିଲା। 
 
କମିଟିର ଅଧ୍ୟକ୍ଷ ହେବେ ବିଜେପି ସାଂସଦ ପିପି ଚୌଧୁରୀ। ଅନ୍ୟମାନଙ୍କ ଭିତରେ ରହିଛନ୍ତି ସିଏମ୍‍ ରମେଶ, ବାଂଶୁରୀ ସ୍ୱରାଜ, ପର୍ସୋତ୍ତମ ଭାଇ ରୂପାଲା, ଅନୁରାଗ ସିଂହ ଠାକୁର, ବିଷ୍ଣୁ ଦୟାଲ ରାମ, ଅନିଲ ବାଲୁନି, ବିଷ୍ଣୁଦତ୍ତ ଶର୍ମା, ସଞ୍ଜୟ ଜୈଶ୍ୱାଲ, ପ୍ରିୟଙ୍କା ଗାନ୍ଧି ଭଦ୍ରା, ମନୀଶ ତିଓ୍ୱାରୀ, ସୁଖଦେଓ ଭଗତ, ଧର୍ମେନ୍ଦ୍ର ଯାଦବ, ଛୋଟେଲାଲ, କଲ୍ୟାଣ ବାନାର୍ଜୀ, ଟିଏମ୍‍ ସେଲ୍ଭା ଗଣପତି, ଜିଏମ୍‍ ହରିଶ ବାଲାଯୋଗୀ, ଅନୀଲ ୟଶଓ୍ୱନ୍ତ ଦେଶାଇ, ସୁପ୍ରିୟା ସୁଲେ, ଶ୍ରୀକାନ୍ତ ଏକନାଥ ସିନ୍ଧେ, ସମ୍ଭବୀ, କେ ରାଧାକ୍ରିଷ୍ଣନ୍, ଚନ୍ଦନ ଚୌହାନ ଏବଂ ବାଲେଶ୍ୱରୀ ଭାଲାଭନେ। ଏହି କମିଟି ଆସନ୍ତା ଅଧିବେଶନର ଶେଷ ସପ୍ତାହରେ ନିଜର ରିପୋର୍ଟ ଉପସ୍ଥାପନ କରିବ। ଆଜି ଏ ସମ୍ପର୍କିତ ଘୋଷଣା ପରେ ରାଜ୍ୟସଭାକୁ ଲୋକସଭା ପକ୍ଷରୁ ନାମ ଘୋଷଣା ଲାଗି ପ୍ରସ୍ତାବ ପଠାଯିବ।  
 
ମଙ୍ଗଳବାର ଦିନ  ଲୋକସଭାରେ ଆଇନ ମନ୍ତ୍ରୀ ଏକ ଦେଶ ଏକ ନିର୍ବାଚନ ବିଧେୟକକୁ ଲୋକସଭାରେ ଆଗତ କରିବା ପାଇଁ ବାଚସ୍ପତିଙ୍କ ଅନୁମତି ମାଗିଥିଲେ। ଏହାପରେ ଦେଢ଼ ଘଣ୍ଟା ଧରି ଆଲୋଚନା ହୋଇଥିଲେ। ଆଲୋଚନା ପରେ ବିରୋଧୀ ଦଳର ସାଂସଦମାନେ ଏହି ବିଧେୟକକୁ ସମ୍ବିଧାନ ବିରୋଧୀ କହିବା ସହ ଏହାକୁ ଫେରାଇ ନେବାକୁ ଦାବି କରିଥିଲେ। ଏହାପରେ ଗୃହରେ ବିଭାଜନ ଭୋଟ ହୋଇଥିଲା। ଏଥିରେ ଶାସକ ଦଳ ୨୬୯ ଭୋଟରେ ବିଜୟ ହୋଇଥିଲା। ଅର୍ଥାତ୍‍ ବିଧେୟକକୁ ଉପସ୍ଥାପନ କରିବା ପାଇଁ ଲୋକସଭାରେ ଅନୁମତି ମିଳିଛି। ତେବେ ଗତ ଦୁଇଦିନ  ସଂସଦରେ ହଙ୍ଗାମା କାରଣରୁ ଗୃହ ମୁଲତବୀ ରହୁଛି। ଏଣୁ ସଂସଦର କାର୍ଯ୍ୟ ଆଗକୁ ବଢ଼ିପାରୁ ନାହିଁ। ଆଜି ଶେଷ ଦିନ ହୋଇଥିବାରୁ ଶାସକ ଦଳ ଏହି ବିଧେୟକକୁ ଆଗତ କରିବା ସମ୍ଭାବନା ରହିଛି।
 
Read More
{}{}