Hindi News >>Home >>Odisha Politics

Odisha Election 2024: ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ଭୋଟ, ୫୪୦୦ ବୁଥରେ ଲାଇଭ୍‍ ଓ୍ବେବକାଷ୍ଟିଂ

 ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି,  ଭୋଟ ଗ୍ରହଣ ଭଲ ରହିଛି। ଭୋଟରଙ୍କୁ ସବୁସୁବିଧା ଦିଆଯାଇଛି। ସହରାଞ୍ଚଳରେ ମଧ୍ୟ ଭଲ ଭୋଟିଂ ହୋଇଛି। ରାଉରକେଲା ସହରରେ ୭% େଭାଟିଂ ହୋଇଥିବା ବେଳେ   ରଘୁନାଥ ପାଲୀ-୯%  ଭୋଟ ହୋଇଥିବା ସେ କହିଛନ୍ତି ।

Advertisement
Odisha Election 2024: ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ଭୋଟ, ୫୪୦୦ ବୁଥରେ ଲାଇଭ୍‍ ଓ୍ବେବକାଷ୍ଟିଂ
Prabhudatta Moharana|Updated: May 20, 2024, 10:18 AM IST
Share

Odisha Election 2024: ଭୁବନେଶ୍ୱର: ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ପ୍ରତିନିଧି ବାଛିବାକୁ ଭୋଟ୍‍ଦାନ ଜାରି ରହିଛି। ଏଥିରେ ୩୫ଟି ବିଧାନସଭା ମଣ୍ଡଳୀ ଏବଂ ୫ଟି ଲୋକସଭା ମଣ୍ଡଳୀ ପାଇଁ ଭୋଟ ଗ୍ରହଣ କରାଯାଉଛି। ସକାଳ ୭ଟାରୁ ଭୋଟ୍ ଦାନ ଆରମ୍ଭ ହୋଇଛି। କାଁ ଭାାଁ ବିଶୃଙ୍ଖଳା ଅଥବା ଇଭିଏମ୍‍ ଖରାପ ଯୋଗୁ ଭୋଟ ଦାନରେ ସାମୟିକ ସମସ୍ୟା ସୃଷ୍ଟି ହୋଇଥିଲେ ମଧ୍ୟ ମୋଟା ମୋଟି ଭାବେ ଭୋଟ୍‍ଦାନ ଶୃଂଖଳା ସହକାରେ ଜାରି ରହିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। 
ରାଜ୍ୟରେ ସକାଳ ୯ଟା ସୁଦ୍ଧା ସମୁଦାୟ ୬.୯୯ ପ୍ରତିଶତ ଭୋଟ ହୋଇଥିବା ସୂଚନା ମିଳିଛି।  ଝାରସୁଗୁଡ଼ାରେ ସର୍ବାଧିକ ୯.୮୬%  ପ୍ରତିଶତ ଭୋଟଦାନ ହୋଇଥିବା ବେଳେ ବଲାଙ୍ଗୀରରେ ସର୍ବନିମ୍ନ ଭୋଟ ରେକର୍ଡ କରାଯାଇଛି। ଏଠାରେ ପ୍ରାୟ ୪.୯୬ ପ୍ରତିଶତ ଭୋଟଦାନ ହୋଇଛି। ସୁନ୍ଦରଗଡ଼ରେ ୪.୮୯% ଭୋଟ୍‍ ରେକର୍ଡ ହୋଇଛି। କନ୍ଧମାଳରେ ୬.୭୯, ସୁନ୍ଦରଗଡ଼ରେ ୪.୮୯, ଆଦ୍କାରେ ୭.୨୦ ପ୍ରତିଶତ େଭାଟ୍‍ଦାନ ହୋଇଛି। 

 ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି,  ଭୋଟ ଗ୍ରହଣ ଭଲ ରହିଛି। ଭୋଟରଙ୍କୁ ସବୁସୁବିଧା ଦିଆଯାଇଛି। ସହରାଞ୍ଚଳରେ ମଧ୍ୟ ଭଲ ଭୋଟିଂ ହୋଇଛି। ରାଉରକେଲା ସହରରେ ୭% େଭାଟିଂ ହୋଇଥିବା ବେଳେ   ରଘୁନାଥ ପାଲୀ-୯%  ଭୋଟ ହୋଇଥିବା ସେ କହିଛନ୍ତି ।
 
ନକ୍ସଲ ପ୍ରଭାବିତ କନ୍ଧମାଳର ଜି ଉଦୟଗିରିରେ ୮.୨୮ ପ୍ରତିଶତ ମତଦାନ ହୋଇଛି। ବାଲିଗୁଡ଼ାରେ ୭% ମତଦାନ ହୋଇଛି। ଯେଉଁ ସ୍ଥାନରେ ଇଭିଏମ୍‍  ତ୍ରୁଟି ସାମ୍ନାକୁ ଆସିଛି ସଙ୍ଗେ ସଙ୍ଗେ ତାହାକୁ ବଦଳାଯାଇଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଏବେ ସୁଦ୍ଧା ୭୦ଟି  ଭୋଟିଂ ମେସିନ, ୮୫ଟି କଣ୍ଟ୍ରୋଲ ୟୁନିଟ, ୧୬୭ ଟି ଭିଭିପ୍ୟାଟ୍‍ ବଦଳାଯାଇଥିବା ସେ କହିଛନ୍ତି। 
ଶ୍ରୀ ଧଳ କହିଛନ୍ତି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ୯୧୬୨ଟି ବୁଥରୁ  ୫୪୦୦ରେ ଲାଇଭ୍‍ ଓ୍ୱେବକାଷ୍ଟିଂ ଚାଲିଛି। ଏହାକୁ ରାଜ୍ୟ ଓ୍ୱେବ୍‍ କାଷ୍ଟିଂ ନିୟନ୍ତ୍ରଣ କକ୍ଷରୁ ପରିଚାଳନା କରାଯାଉଛି।   
ଆସ୍କା ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଆମେ ସେଠାରେ ରାଜନୀତିକ ଶତ୍ରୁତା ବିଷୟରେ ଅବଗତ ରହିଛୁ। ଆମେ ଏଥିଲାକୁ ପଦକ୍ଷେପ ନେଇଛୁ। ଭୋଟ୍‍ ସମୟରେ ହିଂସା ପାଇଁ ଶୂନ୍ୟ ସହନ ଶୀଳ ନୀତି ରହିଛି। 
ଆସ୍କାରେ ସୃଷ୍ଟି ହୋଇଥିବା ହିଂସା ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। କୌଣସି ସମୟରେ ହିଂସାକୁ ପ୍ରଶ୍ରୟ ନଦେବା ଲାଗି ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରାଯାଇଛି।

Read More
{}{}