Hindi News >>Home >>Odisha Politics

Hemamalini: ୧୭ରେ ଓଡିଶା ଆସିବେ ଡ୍ରିମଗାର୍ଲ

୧୬,୧୭ ଓ ୧୮ ତିନିଦିନି ଧରି ଓଡ଼ିଶାରେ ଏହି ହେବିୱେଟ ନେତାମାନେ ପ୍ରଚାର କରିବେ ବୋଲି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। 

Advertisement
Hemamalini: ୧୭ରେ ଓଡିଶା ଆସିବେ ଡ୍ରିମଗାର୍ଲ
Prabhudatta Moharana|Updated: May 16, 2024, 06:58 AM IST
Share

Hemamalini: ଭୁବନେଶ୍ୱର: ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳିନୀ ଆସନ୍ତାକାଲି ଅର୍ଥାତ ମଇ ୧୭ ୨୦୨୪ ଶୁକ୍ରବାର ଦିନ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତରେ ଆସି ସେ ତିନୋଟି ସ୍ଥାନରେ ପ୍ରଚାର କରିବେ। ଭୁବନେଶ୍ୱରର ସାଲିଆ ସାହିଠାରେ ଓ କଟକ ସଦର ନିର୍ବାଚନ ମଣ୍ଡଳୀର କିଶୋରନଗରଠାରେ, ପିପିଲି ଠାରେ ଅନୁଷ୍ଠିତ ହେବାକୁ ଥିବା ଜନସଭାକୁ ସମ୍ବୋଧନ କରିବା ସହିତ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିବେ। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଲୋକସଭା ବାଚସ୍ପତି ଓମ ବିର୍ଲ୍ଲା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଚାର କାର୍ଯ୍ୟକ୍ରମ  ବିଜେପି ଘୋଷଣା କରିଛି। ୧୬,୧୭ ଓ ୧୮ ତିନିଦିନି ଧରି ଓଡ଼ିଶାରେ ଏହି ହେବିୱେଟ ନେତାମାନେ ପ୍ରଚାର କରିବେ ବୋଲି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। 

Read More
{}{}