Hindi News >>Home >>Odisha Politics

Cuttack Chandi: ମାଆ କଟକ ଚଣ୍ଡୀଙ୍କ ଆଶୀର୍ବାଦ ନେଲେ ବର୍ଷା ପ୍ରିୟଦର୍ଶିନୀ

Varsha Priyadarshini: ବଡ଼ଚଣାରୁ ବିଧାୟିକା ପ୍ରାର୍ଥୀ ଭାବେ ବିଜେଡିରୁ ଟିକେଟ ପାଇବା ପରେ ଲୋକପ୍ରିୟ ଅଭିନେତ୍ରୀ ବର୍ଷାପ୍ରିୟଦର୍ଶିନୀ ମାଆ କଟକ ଚଣ୍ଡୀଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏଥିସହ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ବର୍ଷା । ମୁଖ୍ୟମନ୍ତ୍ରୀ ସର୍ବଦା ମହିଳାଙ୍କୁ ସମ୍ମାନ ଦେଇଛନ୍ତି । ମିଶନ ଶକ୍ତି ଦ୍ୱାରା ଲକ୍ଷ ଲକ୍ଷ ମହିଳା ଉପକୃତ ହେଉଛନ୍ତି ବୋଲି ବର୍ଷା କହିଛନ୍ତି ।

Advertisement
Cuttack Chandi: ମାଆ କଟକ ଚଣ୍ଡୀଙ୍କ ଆଶୀର୍ବାଦ ନେଲେ ବର୍ଷା ପ୍ରିୟଦର୍ଶିନୀ
Soubhagya Ranjan Mishra|Updated: Apr 20, 2024, 08:36 PM IST
Share

Varsha Priyadarshini: ବଡ଼ଚଣାରୁ ବିଧାୟିକା ପ୍ରାର୍ଥୀ ଭାବେ ବିଜେଡିରୁ ଟିକେଟ ପାଇବା ପରେ ଲୋକପ୍ରିୟ ଅଭିନେତ୍ରୀ ବର୍ଷାପ୍ରିୟଦର୍ଶିନୀ ମାଆ କଟକ ଚଣ୍ଡୀଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏଥିସହ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ବର୍ଷା । ମୁଖ୍ୟମନ୍ତ୍ରୀ ସର୍ବଦା ମହିଳାଙ୍କୁ ସମ୍ମାନ ଦେଇଛନ୍ତି । ମିଶନ ଶକ୍ତି ଦ୍ୱାରା ଲକ୍ଷ ଲକ୍ଷ ମହିଳା ଉପକୃତ ହେଉଛନ୍ତି ବୋଲି ବର୍ଷା କହିଛନ୍ତି ।

ସୂଚନାଯୋଗ୍ୟ, ଆଜି ବିଜୁ ଜନତା ଦଳର ଗଡ଼ ଭାବେ ପରିଚିତ ବଡ଼ଚଣାରୁ ଅମର ଶତପଥିଙ୍କ ଟିକଟ କାଟିଛି ଦଳ। ତାଙ୍କ ସ୍ଥାନରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ଆଜି ଏନେଇ ଦଳର ସଭାପତି ନବୀନ ପଟ୍ଟନାୟକ ନାଁ ଘୋଷଣା କରିଛନ୍ତି। ଏଠାରେ କହି ୨୦୧୯ରୁ ନିର୍ବାଚନରେ ବିଜେଡି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ ବର୍ଷା। ସେ ସମୟରେ ଦଳ ପାଇଁ ବେଶ୍ ପ୍ରଚାର ମଧ୍ୟ କରିଥିଲେ । ଏବେ ସେ ଦଳରେ ବିଦ୍ଧିବଦ୍ଧ ଭାବେ ଦଳରେ ମିଶିବା ପରେ ଦଳ ତାଙ୍କୁ ବଡଚଣାରୁ ପ୍ରାର୍ଥୀ କରିଛି । ତେବେ ଏହି ଆସନରୁ ବିଜେପି ଅମର ନାୟକଙ୍କୁ ପ୍ରାର୍ଥୀ କରିଥିବାବେଳେ ଏହି ଆସନରେ ଲଢେଇ ରୋଚକ ହେବ ବୋଲି କୁହାଯାଉଛି।

ସେପଟେ ଅମରଙ୍କ ସମେତ ଅନ୍ୟ ଦୁଇ ବରିଷ୍ଠ ନେତା ଶଶୀଭୂଷଣ ବେହେରା, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନାଁ କଟିଛି। ବିଜେଡି ଏପର୍ଯ୍ୟନ୍ତ ୧୩୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଥିବା ବେଳେ ୧୨ଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ। ଏଣେ ଏଯାଏ ୧୬ଟି ଆସନରେ ନାଁ ଘୋଷଣା କରିନି ବିଜେପି। ଠିକ୍ ସେହିପରି କଂଗ୍ରେସ ମଧ୍ୟ ୧୨୫ଟି ଆସନରେ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ବାକି ଅଛି ଆଉ ୨୨ ଟି ଆସନ, ଯେଉଁଠି ପ୍ରାର୍ଥୀ ଘୋଷଣା କରିନି ଦଳ।

Also Read- Lukcy Zodiac Sign: ୧୦ ଦିନ ପରେ ବୃଷ ରାଶିରେ କୁବେର ଯୋଗ, ୩ ରାଶି ଦାରିଦ୍ର୍ୟରୁ ହେବେ ଧନୀ

Also Read- Heat Wave: ୪୫ ଡିଗ୍ରୀ ଛୁଇଁଲା ତାତି, ଆସନ୍ତା ୨ଦିନ ଗରମ ଏବଂ ବଜ୍ରପାତ ନେଇ ଆଲର୍ଟ ଜାରି

Read More
{}{}