Hindi News >>Home >>Odisha Politics

ସଂସଦକୁ ସ୍ୱଭାବିକ କରିବାକୁ ସବୁ ଦଳ ଭିତରେ ବୁଝାମଣା, ମଙ୍ଗଳବାର ହେବ ବାଂଲାଦେଶ ଆଲୋଚନା

ଆସନ୍ତା କାଲି ବାଂଲାଦେଶ ପ୍ରସଙ୍ଗ ଏବଂ ଉତ୍ତର ପ୍ରଦେଶର ସମ୍ଭଲଠାରେ ହୋଇଥିବା ସାମ୍ପ୍ରଦାୟିକ ପ୍ରସଙ୍ଗକୁ ଆଲୋଚନା କରାଯିବ। ଏନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ନିଷ୍ପତ୍ତି ନେଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‍ ରିଜିଜୁ କହିଛନ୍ତି। 

Advertisement
ସଂସଦକୁ ସ୍ୱଭାବିକ କରିବାକୁ ସବୁ ଦଳ ଭିତରେ ବୁଝାମଣା, ମଙ୍ଗଳବାର ହେବ ବାଂଲାଦେଶ ଆଲୋଚନା
Soubhagya Ranjan Mishra|Updated: Dec 02, 2024, 09:28 PM IST
Share

ଭୁବନେଶ୍ୱର: ସଂସଦର ଶୀତକାଳୀନ ଅଧିବେଶନକୁ ସ୍ୱଭାବିକ କରିବା ଲାଗି ସର୍ବଦଳୀୟ ବୈଠକରେ ମତ ପ୍ରକାଶ ପାଇଛି। ଏହିକ୍ରମରେ ଆସନ୍ତା କାଲିଠାରୁ ଆଉ ଗୃହକାର୍ଯ୍ୟରେ ବାଧା ଆସିବ ନାହିଁ। ସ୍ୱଭାବିକ ଭାବେ ପ୍ରଶ୍ନୋତ୍ତର କାଳ ସହ ଅନ୍ୟ ନିର୍ଦ୍ଧାରିତ କାର୍ଯ୍ୟ ହୋଇପାରିବ। ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ବିଧେୟକସବୁ ଉପସ୍ଥାପନ କରାଯିବ। ଏହାସହ ଆସନ୍ତା କାଲି ବାଂଲାଦେଶ ପ୍ରସଙ୍ଗ ଏବଂ ଉତ୍ତର ପ୍ରଦେଶର ସମ୍ଭଲଠାରେ ହୋଇଥିବା ସାମ୍ପ୍ରଦାୟିକ ପ୍ରସଙ୍ଗକୁ ଆଲୋଚନା କରାଯିବ। ଏନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ନିଷ୍ପତ୍ତି ନେଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‍ ରିଜିଜୁ କହିଛନ୍ତି। 

ଗତ ୨୫ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ଶୀତକାଳୀନ ଅଧିବେଶନ ଆଜିକୁ ୬ ଦିନ ହେଲା ମୁଲତବୀ ହୋଇ ଆସୁଛି। ପ୍ରଶ୍ନୋତ୍ତର କାଳ ମଧ୍ୟ ଚାଲିପାରୁ ନାହିଁ। ବାଚସ୍ପତି ଗୃହରେ ଆଲୋଚନା ଲାଗି ସମସ୍ତଙ୍କୁ ସୁଯୋଗ ଦିଆଯିବା ତଥା ସମସ୍ତ ବିଷୟକୁ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇ ମଧ୍ୟ ସଫଳ ହୋଇପାରୁ ନଥିଲେ। ଆଦାନୀ ପ୍ରସଙ୍ଗଠାରୁ ଆରମ୍ଭ କରି ସମ୍ଭଲ ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରୁଥିଲେ। ଏପରିକି ଏ ପ୍ରସଙ୍ଗରେ ଆଲୋଚନା ଲାଗି କହୁଥିଲେ। ଗୃହର ମଧ୍ୟ ଭାଗକୁ ଆସି ହୋ ହଲ୍ଲା କରିବା ଦ୍ୱାରା ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

ଏହାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ଣରେ ବାଚସ୍ପତି ସମସ୍ତ ଦଳର ନେତାଙ୍କୁ ଡକାଇ ଏକ ଗୁରୁତ୍‍ୱପୂର୍ଣ୍ଣ ବୈଠକ କରାଇଥିଲେ। ଏଡି ବୈଠକରେ ବିରୋଧୀ ଦଳ ଆଣିଥିବା ପ୍ରସଙ୍ଗକୁ ଗୃହରେ ଆଲୋଚନା ଲାଗି ସୁଯୋଗ ଦେବାକୁ ସ୍ଥିର କରାଯାଇଥିଲା। ଏହିକ୍ରମରେ ଆସନ୍ତା ୧୩ ଏବଂ ୧୪ ତାରିଖରେ ଭାରତର ସମ୍ବିଧାନ ଯାତ୍ରାକୁ ଭିତ୍ତିକରି ବିରୋଧୀ ଦଳ ପକ୍ଷରୁ ଆଲୋଚନା ହେବ। ଆସନ୍ତା କାଲି ସରକାରଙ୍କ ପକ୍ଷରୁ ପ୍ରଥମ ବିଧେୟକ ଉପସ୍ଥାପନ କରାଯିବ ବୋଲି ଜଣାପଡ଼ିଛି।

Also Read- Mustard leaves benefits: ଶୀତ ଦିନେ ଖାଆନ୍ତୁ ସୋରିଷ ଶାଗ, ଦୂର ହେବ ବଡ଼ ରୋଗ !

Also Read- Uber Shikara: ଜଳ ପରିବହନ ସେବା ଆରମ୍ଭ କଲା ଉବେର, ଡାଲ ହ୍ରଦରେ ବୁକିଂ ଆରମ୍ଭ

Read More
{}{}