Hindi News >>Home >>Odisha Politics

Amit saha: ଆସୁଛନ୍ତି ଶାହ, ଅନ୍ତିମ ପର୍ଯ୍ୟାୟ ପାଇଁ ପ୍ରଚାରକୁ ଜୋରଦାର କରିବେ ଚାଣକ୍ୟ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ଅପରାଜିତା ଷଡ଼ଙ୍ଗୀ ଏବଂ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଆଜି ପ୍ରଚାର ମଇଦାନକୁ ଓହ୍ଲାଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ । ଏହି ନେତାମାନେ ଆଜି ଗୁରୁତ୍ୱପୂର୍ଣ୍ଣ ନିମାପଡ଼ା, ଚାନ୍ଦବାଲି, କୋରେଇ, ବଡ଼ଚଣା ଭଳି ଗୁରୁତ୍ୱପୂର୍ଣ୍ଣ ଆସନରେ ପ୍ରଚାରକୁ ଶାଣିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ। 

Advertisement
Amit saha: ଆସୁଛନ୍ତି ଶାହ, ଅନ୍ତିମ ପର୍ଯ୍ୟାୟ ପାଇଁ ପ୍ରଚାରକୁ ଜୋରଦାର କରିବେ ଚାଣକ୍ୟ
Prabhudatta Moharana|Updated: May 28, 2024, 09:53 AM IST
Share

Amit saha : ଭୁବନେଶ୍ୱର: ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ। ଓଡ଼ିଶା ଗସ୍ତରେ ଆସି ଆଜି ୩ଟି ସ୍ଥାନରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ଶ୍ରୀ ଶାହ। ବିଜେପି ପକ୍ଷରୁ ପ୍ରଚାରକୁ ଜୋରଦାର କରିବେ ଶାହ। ଏଠାରେ କହି ରଖୁ କି ଆସନ୍ତା ୧ ତାରିଖରେ ଅନ୍ତିମ ପର୍ଯ୍ୟାୟ ମତଦାନ ସଂଗ୍ରହ କରାଯିବ। ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ସଂଗ୍ରହ କରାଯିବ। 

ମିଳିଥିବା ସୂଚନା ଅନୁଯାୟୀ ପୂର୍ବାହ୍ନ ୧୧ଟାରେ ଭଦ୍ରକ ଲୋକସଭା କ୍ଷେତ୍ରର ଚାନ୍ଦବାଲିଠାରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେବେ ଅମିତ ଶାହ। ଚାନ୍ଦବାଲିରୁ ବାହାରି ମଧ୍ୟାହ୍ନ ସାଢେ ୧୨ଟା ବେଳକୁ ଶ୍ରୀ ଶାହ ଯାଜପୁର ଲୋକସଭା କ୍ଷେତ୍ରର କୋରେଇଠାରେ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ସେହିପରି ଅପରାହ୍ନ ୩ଟାରେ ଜଗତସିଂହପୁର ଲୋକସଭା କ୍ଷେତ୍ରର ନିମାପଡ଼ା ବାରବାଟୀ ପଡ଼ିଆରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ସାମିଲ ହେବେ ଅମିତ ଶାହ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ଅପରାଜିତା ଷଡ଼ଙ୍ଗୀ ଏବଂ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଆଜି ପ୍ରଚାର ମଇଦାନକୁ ଓହ୍ଲାଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ । ଏହି ନେତାମାନେ ଆଜି ଗୁରୁତ୍ୱପୂର୍ଣ୍ଣ ନିମାପଡ଼ା, ଚାନ୍ଦବାଲି, କୋରେଇ, ବଡ଼ଚଣା ଭଳି ଗୁରୁତ୍ୱପୂର୍ଣ୍ଣ ଆସନରେ ପ୍ରଚାରକୁ ଶାଣିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ। 

Read More
{}{}