Home >>Odisha Politics

ତାମିଲନାଡୁରେ BJP-AIADMK ମଧ୍ୟରେ ହେଲା ମେଣ୍ଟ, ଏକାଠି ଲଢ଼ିବେ ନିର୍ବାଚନ; ଶାହ କଲେ ଘୋଷଣା

BJP AIADMK Alliance: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଚେନ୍ନାଇରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ମେଣ୍ଟ ବିଷୟରେ ଘୋଷଣା କରି କହିଛନ୍ତି ଯେ ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏବଂ ତାମିଲନାଡୁରେ EPS ନେତୃତ୍ୱରେ ନିର୍ବାଚନ ଲଢ଼ାଯିବ।  

Advertisement
BJP AIADMK Alliance
BJP AIADMK Alliance
Jagdish Barik|Updated: Apr 11, 2025, 06:10 PM IST
Share

BJP AIADMK Alliance: ତାମିଲନାଡୁର ମୁଖ୍ୟ ବିରୋଧୀ ଦଳ AIADMK ଏବଂ କେନ୍ଦ୍ରୀୟ ଶାସକ ଭାରତୀୟ ଜନତା ପାର୍ଟି (BJP) ମଧ୍ୟରେ ଏକ ମେଣ୍ଟ ଗଠନ ହୋଇଛି। ଉଭୟ ଦଳ ଆସନ୍ତା ବର୍ଷ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବତନ ରାଜ୍ୟ ମୁଖ୍ୟମନ୍ତ୍ରୀ ଏଡାପ୍ପାଡି କେ ପଲାନିସ୍ୱାମୀ (EPS)ଙ୍କ ନେତୃତ୍ୱରେ ଏକାଠି ଲଢ଼ିବେ। ଆଜି ଚେନ୍ନାଇରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ମେଣ୍ଟର ଘୋଷଣା କରିଛନ୍ତି। କହିରଖୁଛୁ ଯେ ପୂର୍ବରୁ ମଧ୍ୟ ଏହି ଦୁଇ ଦଳ ମଧ୍ୟରେ ମେଣ୍ଟ ରହିସାରିଛନ୍ତି।

ଅମିତ ଶାହ ଗଣମାଧ୍ୟମକୁ କହିଛନ୍ତି ଯେ ଆଜି ଏଆଇଏଡିଏମକେ ଏବଂ ବିଜେପିର ନେତାମାନେ ମିଳିତ ଭାବରେ ନିଷ୍ପତ୍ତି ନେଇଛନ୍ତି ଯେ ଏଆଇଏଡିଏମକେ, ବିଜେପି ଏବଂ ସମସ୍ତ ଦଳ ଆସନ୍ତା ବର୍ଷ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନ ଏକାଠି ଲଢ଼ିବେ। ଶାହ କହିଛନ୍ତି, "ସରକାର ଗଠନ ପରେ ଆସନ ବଣ୍ଟନ ଏବଂ ମନ୍ତ୍ରିମଣ୍ଡଳ ବଣ୍ଟନ, ଉଭୟ ପରେ ନିଷ୍ପତ୍ତି ନିଆଯିବ।" ସେ କହିଛନ୍ତି ଯେ ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏବଂ ତାମିଲନାଡୁରେ EPS ନେତୃତ୍ୱରେ ନିର୍ବାଚନ ଲଢ଼ାଯିବ। ଶାହ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଇପିଏସ୍ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ।

ପୁରୁଣା ମେଣ୍ଟ ଏବଂ ଜୟଲଳିତାଙ୍କୁ ମଧ୍ୟ ମନେ ପକାଇଲା ଶାହ
ସାମ୍ବାଦିକ ସମ୍ମିଳନୀରେ ଅମିତ ଶାହଙ୍କ ସହିତ ଗୋଟିଏ ପଟେ ପଲାନିସ୍ୱାମୀ ଏବଂ ଅନ୍ୟ ପଟେ ପୂର୍ବତନ ବିଜେପି ରାଜ୍ୟ ସଭାପତି କେ ଅନ୍ନାମଲାଇ ଉପସ୍ଥିତ ଥିଲେ। ଶାହ ସାମ୍ବାଦିକମାନଙ୍କୁ କହିଛନ୍ତି, "ଯଦି ଆବଶ୍ୟକ ହୁଏ, ଆମେ ଏକ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବୁ। ଶାହ ୧୯୯୮ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ନେତୃତ୍ୱରେ ବିଜେପି ଏବଂ ଏଆଇଏଡିଏମକେ ଏକ ମେଣ୍ଟ ଗଠନ କରିଥିବା ବିପୁଳ ଲୋକସଭା ବିଜୟକୁ ମଧ୍ୟ ମନେ ପକାଇଥିଲେ। ସେ କହିଛନ୍ତି ଯେ ଗୋଟିଏ ସମୟରେ ବିଜେପି-ଏଆଇଏଡିଏମକେ ମେଣ୍ଟ ତାମିଲନାଡୁର ୩୯ଟି ଲୋକସଭା ଆସନରୁ ୩୦ଟି ଜିତିଥିଲା।

୨୦୨୬ରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସହଜରେ ତାମିଲନାଡୁ ଜିତିବ ବୋଲି ଶାହ ଆଶା ପ୍ରକାଶ କରିଛନ୍ତି। ଏହି ମେଣ୍ଟ କିପରି କାମ କରିବ ବୋଲି ପଚରାଯିବାରୁ ଗୃହମନ୍ତ୍ରୀ କହିଥିଲେ ଯେ ବିଜେପି ଏଆଇଏଡିଏମକେର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବ ନାହିଁ। ଶାହ କହିଛନ୍ତି ଯେ ତାମିଲନାଡୁରେ, ଡିଏମକେ ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ସନାତନ ଧର୍ମ ଏବଂ ତିନି ଭାଷା ନୀତି ଭଳି ପ୍ରସଙ୍ଗ ଉଠାଉଛି।

Read More
{}{}