Home >>Odisha Politics

Odisha Politics: ଦିଲ୍ଲୀରେ ଭିକେ ପାଣ୍ଡିଆନଙ୍କ ସହ ବବି ଦାସ, ଚାଲିଛି ବୈଠକ !

Odisha Politics: ରାଜ୍ୟରେ ବିଜେପି ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିବାବେଳେ ଆଜି ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ବିଜେଡିର ଦୁଇ ପାୱାରଫୁଲ ଲିଡରଙ୍କ ଦିଲ୍ଲୀ ଗସ୍ତ । ଆଜି ଅପରାହ୍ମରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସହିତ ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀରେ ଏକ ଜରୁରୀ ବୈଠକରେ ଯୋଗ ଦେବାପାଇଁ ଆସିଥିବା କୁହାଯାଉଛି । 

Advertisement
Odisha Politics: ଦିଲ୍ଲୀରେ ଭିକେ ପାଣ୍ଡିଆନଙ୍କ ସହ ବବି ଦାସ, ଚାଲିଛି ବୈଠକ !
Soubhagya Ranjan Mishra|Updated: Mar 07, 2024, 09:44 PM IST
Share

Odisha Politics: ରାଜ୍ୟରେ ବିଜେପି ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିବାବେଳେ ଆଜି ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ବିଜେଡିର ଦୁଇ ପାୱାରଫୁଲ ଲିଡରଙ୍କ ଦିଲ୍ଲୀ ଗସ୍ତ । ଆଜି ଅପରାହ୍ମରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସହିତ ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀରେ ଏକ ଜରୁରୀ ବୈଠକରେ ଯୋଗ ଦେବାପାଇଁ ଆସିଥିବା କୁହାଯାଉଛି । 

ସୂଚନାଯୋଗ୍ୟ, ଗତକାଲି (୬ ମାର୍ଚ୍ଚ)ରେ ନବୀନ ନିବାସରେ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ଯେଉଁଥିରେ ଦଳର ବରିଷ୍ଠ ନେତାଗଣ ସାମିଲ୍ ହୋଇଥିଲେ । ବିଜେପି - ବିଜେଡି ଦୁଇ ରାଜନୈତିକ ଦଳ ମଧ୍ୟରେ ମେଣ୍ଟ ଚର୍ଚ୍ଚା ସାମ୍ନାକୁ ଆସିଥିଲା । ଅପରପକ୍ଷେ ରାଜ୍ୟର କିଛି ବରିଷ୍ଠ ବିଜେପି ନେତା ଗତକାଲି ଦିଲ୍ଲୀରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ୍ ହୋଇଥିଲେ । ୨୦୨୪ ନିର୍ବାଚନ ପାଇଁ ଦୁଇ ଦଳଙ୍କ ମଧ୍ୟରେ ଅନେକ ପ୍ରକାରର ଯୋଜନା ଚାଲିଥିବା ସମୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇ ଦଳର ମେଣ୍ଟ ହେବାନେଇ ଆଲୋଚନା ବଢିବାରେ ଲାଗିଛି । ତେବେ ଆଜି ଦିଲ୍ଲୀରେ ଭିକେ ପାଣ୍ଡିଆନ୍ ଏବଂ ବବି ଦାସ କେଉଁ ବୈଠକ କରିଛନ୍ତି ଏବଂ ବୈଠକର ଗୁରୁତ୍ୱ କଣ ରହିଛି ସେନେଇ କୌଣସି ଅଫିସିଆଲ ସୂଚନା ମିଳିନଥିବାବେଳେ କୁହାଯାଉଛି ଯେ, ହୁଏତ ଆସନ ଭାଗବାଣ୍ଟ ଏବଂ ନିର୍ବାଚନ ପାଇଁ ଉଭୟ ଦଳଙ୍କ ମଧ୍ୟରେ ଆଲୋଚନା କରିବାପାଇଁ ଉଭୟେ ଦିଲ୍ଲୀରେ କେନ୍ଦ୍ରୀୟ ବରିଷ୍ଠ ବିଜେପି ନେତାଙ୍କ ସହ ଆଲୋଚନା କରୁଛନ୍ତି ।

ତେବେ ଖୁବଶୀଘ୍ର ଦୁଇ ଦଳଙ୍କ ମଧ୍ୟରେ ଚାଲିଥିବା ଚର୍ଚ୍ଚା ସାମ୍ନାକୁ ଆସିବ ବୋଲି ରାଜ୍ୟରେ ସାଧାରଣ ଲୋକେ ଚର୍ଚ୍ଚା କରୁଛନ୍ତି । ମେଣ୍ଟ ଏବଂ ବୁଝାମଣା ସମ୍ପର୍କରେ ଆଲୋଚନା ହେବା ପରେ ଦୁଇ ଦଳ ନିଜର ଷ୍ଟ୍ରାଟେଜି ଲୋକଙ୍କ ସାମ୍ନାରେ ରଖିବେ ବୋଲି ରାଜନୈତିକ ସମୀକ୍ଷକ ଆଶା କରିଛନ୍ତି ।

Also Read- ପୁଣିଥରେ ବିବାହ କଲେ ରାଖୀ ସାୱନ୍ତଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ

Also Read- Ollywood News: "ଅପରେସନ ୧୨/୧୭" ଚଳଚ୍ଚିତ୍ରର ପ୍ରିମିଅର ଶୋ' ରେ ଦର୍ଶକଙ୍କ ସୁଅ

Read More
{}{}