Hindi News >>Home >>Odisha Politics

BJD ଛାଡିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ, BJP ରେ ହୋଇପାରନ୍ତି ସାମିଲ୍

BJD MP Bhartruhari Mahtab quits BJD: କଟକରୁ ୬ ଥର ସାଂସଦ ହୋଇଥିବା ଭର୍ତ୍ତୃହରି ମହତାବ ଶୁକ୍ରବାର ଦିନ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ଖୁବ୍ ଶିଘ୍ର BJP ରେ ସାମିଲ୍ ହୋଇପାରନ୍ତି।   

Advertisement
Bhartruhari Mahtab
Bhartruhari Mahtab
Zee Odisha Desk|Updated: Mar 22, 2024, 09:38 PM IST
Share

Bhartruhari Mahtab quits BJD: କଟକରୁ ୬ ଥର ସାଂସଦ ହୋଇଥିବା ଭର୍ତ୍ତୃହରି ମହତାବ ଶୁକ୍ରବାର ଦିନ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ଦିନ କଟକ ସଂସାଦ ଭର୍ତ୍ତୃହରି ମହତାବ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ କହିଛନ୍ତି “ଧୈର୍ଯ୍ୟର ସୀମା ଟପିବା ପରେ ଇସ୍ତଫା ଦେବା ନିଷ୍ପତ୍ତି ନେଇଛି। ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛି। ବିଜେଡି ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଛି। ବନ୍ଧନରେ ରହିବା ଭଳି ଅନୁଭବ କରିବା ପରେ ଇସ୍ତଫା ଦେଇଛି। ଅଢ଼େଇ ବର୍ଷ ହେଲା ଆଉ କିଛି ମତ ଦେଉନି। ଭଙ୍ଗା ହୃଦୟ ସହ ବିଜେଡିରୁ ଇସ୍ତଫା ଦେଇଛି।”

ଭର୍ତ୍ତୃହରି ମହତାବ ଏହା ସମେତ ସରକାର ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିବା ବୋଲି କହିଛନ୍ତି। ସେ କହିଛନ୍ତି ସରକାର ପରିଚାଳନା ତ୍ରୁଟି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛି। ସେ କେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଏହା ପ୍ରଶ୍ନରେ ଭର୍ତ୍ତୃହରି କୌଣସି ଉତ୍ତର ଦେଇନଥିଲେ। ଏନେଇ ତଙ୍କୁ ଡାଏରୀ ଖୋଲିବାକୁ ପଡ଼ିବ ବୋଲି ସାଂସଦ କହିଥିଲେ।

କହିରଖୁଛୁ ଯେ ଭର୍ତ୍ତୃହରି ମହତାବ କଟକରୁ ୬ ଥର ସାଂସଦ ହୋଇସାରିଛନ୍ତି। ଦୀର୍ଘ ଦିନ ଧରି କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାଂସଦ ଯୋଗ ଦେଉନଥିଲେ। ଏହାସହ ଦଳୀୟ ନେତାମାନେ ହିଁ ତାଙ୍କୁ କଟାକ୍ଷ କରୁଥିବା ମଧ୍ୟ ନଜର ଆସିଥିଲା। ଶେଷରେ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଖବର ରହିଛି।

କହିରଖୁଛୁ ଯେ, ସାଂସଦଙ୍କ ପାଇଁ ସ୍ପେଶାଲ କୋର୍ଟ ଜଣେ ପୋଲିସ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ତାଙ୍କ ବିରୋଧରେ ଅଭିଯୋଗ ଆଣିବାର ଗୋଟିଏ ଦିନ ପରେ ସେ ଏହି ପଦକ୍ଷେପ ନେଇଛନ୍ତି।

Read More
{}{}