Hindi News >>Home >>Odisha Politics

୩୫ରୁ ୩୦ ଆସନରେ ବିଜେଡି: ସସ୍ମିତ

ଏହି ପର୍ଯ୍ୟାୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ପାଇଁ ଭୋଟଗ୍ରହଣ କରାଯାଇଥିଲା।  ଏହି ସଂସଦୀୟ ନିର୍ବାନ ମଣ୍ଡଳୀଗୁଡ଼ିକ ହେଉଛି ସୁନ୍ଦରଗଡ଼, ଆସ୍କା, କନ୍ଧମାଳ, ବରଗଡ଼ ଏବଂ ବଲାଙ୍ଗୀର।  ଏଥିରେ ଭଲ ପ୍ରଦାର୍ଶନ କରିଛି ବୋଲି କହିଥିଲେ ମଧ୍ୟ ଦଳ କେତେ ଆସନ ଜିତିବ ତାହା କହି ନାହାନ୍ତି ସସ୍ମିତ।

Advertisement
୩୫ରୁ ୩୦ ଆସନରେ ବିଜେଡି: ସସ୍ମିତ
Soubhagya Ranjan Mishra|Updated: May 20, 2024, 09:12 PM IST
Share

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ବିଜେଡିକୁ ସଫଳତା ମିଳିବ ବୋଲି ବୟାନ ଦେଇଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ୩୫ରୁ ୩୦ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହେବେ ବୋଲି ସେ କହିଛନ୍ତି। 

ଏହି ପର୍ଯ୍ୟାୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ପାଇଁ ଭୋଟଗ୍ରହଣ କରାଯାଇଥିଲା।  ଏହି ସଂସଦୀୟ ନିର୍ବାନ ମଣ୍ଡଳୀଗୁଡ଼ିକ ହେଉଛି ସୁନ୍ଦରଗଡ଼, ଆସ୍କା, କନ୍ଧମାଳ, ବରଗଡ଼ ଏବଂ ବଲାଙ୍ଗୀର।  ଏଥିରେ ଭଲ ପ୍ରଦାର୍ଶନ କରିଛି ବୋଲି କହିଥିଲେ ମଧ୍ୟ ଦଳ କେତେ ଆସନ ଜିତିବ ତାହା କହି ନାହାନ୍ତି ସସ୍ମିତ।

ଆଜି ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। କାଁ ଭାଁ ଇଭିଏମ୍‍ ତ୍ରୁଟି ଏବଂ ହିଂସା ହୋଇଥିଲେ ମଧ୍ୟ ନିର୍ବାଚନ ମୋଟାମୋଟି ଭାବେ ଶାନ୍ତି ଶୃଙ୍ଖଳାର ସହ ସମ୍ପୂର୍ଣ୍ଣ ହୋଇଛି। ଏହି ପର୍ଯ୍ୟାୟରେ କିନ୍ତୁ ମତଦାନ ଧିମ ପରିଲକ୍ଷିତ ହୋଇଥିଲା। ପ୍ରାୟ ୬୦.୭୨ ପ୍ରତିଶତ ମତଦାନ ହୋଇ ହୋଇଥିବା ନିର୍ବାଚନ  କମିଶନଙ୍କ ମତଦାନ ଆପ୍ଲିକେସନ୍‍ରୁ ଏହା ସ୍ପଷ୍ଟ ହୋଇଛି। ସବୁଠାରୁ ଅଧିକ ମତଦାନ ବରଗଡ଼ ଲୋକସଭା ମଣ୍ଡଳୀରେ ହୋଇଥିବାବେଳେ ସବୁଠାରୁ କମ୍‍ ମତଦାନ ଆସ୍କାରେ ହୋଇଛି। ଏଠାରେ ହାରାହାରି ମତଦାନ ହାର ୫୫.୬୫ ପ୍ରତିଶତ  ରହିଥିବା ଦର୍ଶାଯାଇଛି। ସେହିପରି ବରଗଡ଼ରେ ୬୬.୧୪%, ବଲାଙ୍ଗୀରରେ ୬୧.୩୫%, କନ୍ଧମାଳରେ ୫୭.୪୬% ଏବଂ ସୁନ୍ଦରଗଡ଼ରେ ୬୨.୩୬% ହୋଇଥିଲା। ସକାଳୁ ମତଦାନ ଭଲ ରହିଥିବାରୁ ଏହି ପର୍ଯ୍ୟାୟରେ ମଧ୍ୟ ୭୫ ପ୍ରତିଶତରୁ ଅଧିକ ମତଦାନ ହେବ ବୋଲି ଆଶା କରାଯାଇଥିଲା। କିନ୍ତୁ ଦ୍ୱିପ୍ରହର ପରେ ଏହି ହାର ଧିମା ହୋଇଥିଲା। ପ୍ରବଳ ଗ୍ରୀଷ୍ମ ଏହାର କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

Also Read- ବଡ଼ଚଣାରେ ମାଟି ଚିନ୍ତା: ବର୍ଷାଙ୍କ ପ୍ରାର୍ଥୀତ୍ୱକୁ ବରିଷ୍ଠ ନାଗରିକଙ୍କ ବିରୋଧ

Read More
{}{}