Hindi News >>Home >>Odisha Politics

Odisha Chief Minister: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ବିଜେପିର ଦୁଇ ପର୍ଯ୍ୟବେକ୍ଷକ ନିଯୁକ୍ତ, ଜୁନ୍ ୧୧ ରେ ଓଡ଼ିଶା ଆସୁଛନ୍ତି ଉଭୟ ନେତା

ଉଭୟ ନେତା ୧୧ ତାରିଖ ସୁଦ୍ଧା ଭୁବନେଶ୍ବରରେ ପହଞ୍ଚିବେ। ସେହିଦିନ ବିଜେପି ବିଧାୟକ ଦଳ ବୈଠକରେ ଯୋଗଦେବେ। ଏହାପରେ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ। ଏନେଇ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହଙ୍କ ସ୍ବାକ୍ଷରରେ ଦଳ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି।

Advertisement
Odisha Chief Minister: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ବିଜେପିର ଦୁଇ ପର୍ଯ୍ୟବେକ୍ଷକ ନିଯୁକ୍ତ, ଜୁନ୍ ୧୧ ରେ ଓଡ଼ିଶା ଆସୁଛନ୍ତି ଉଭୟ ନେତା
Prabhudatta Moharana|Updated: Jun 10, 2024, 10:52 AM IST
Share

Odisha Chief Minister:  ନୂଆଦିଲ୍ଲୀ, କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବେ ତାରି ଉପରେ ସମସ୍ତଙ୍କ ନଜର। ଏହାରି ଭିତରେ ଯେତେେବେଳ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଦାୟିତ୍ୱ ନେଇସାରିଛନ୍ତି। ଏଣେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ଦୁଇ ପର୍ଯ୍ୟବେକ୍ଷକ ବିଜେପି ମଧ୍ୟ ନିଯୁକ୍ତ କରାଯାଇଛି। ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପିନ୍ଦର ଯାଦବଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। କିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ତାହା ଏହି ଦୁଇ ନେତା ନିର୍ଣ୍ଣୟ କରିବେ। ସେହିପରି ଉଭୟ ନେତା ୧୧ ତାରିଖ ସୁଦ୍ଧା ଭୁବନେଶ୍ବରରେ ପହଞ୍ଚିବେ। 

ଅନ୍ୟପଟେ ପୂର୍ବରୁ ଆଜି ଅର୍ଥାତ୍ ଜୁନ୍ ୧୦ ତାରିଖରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ନିର୍ଦ୍ଧାରିତ ହୋଇଥିବାବେଳେ ଏଥିରେ ପରିବର୍ତ୍ତନ ହୋଇ ୧୦ ପରିବର୍ତ୍ତେ ୧୨ କୁ ଘୁଞ୍ଚିଛି ଶପଥ ଗ୍ରହଣ ଉତ୍ସବ। ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏବେ ଓଡିଶା ମୁଖ୍ୟମନ୍ତ୍ରୀ ବିଷୟରେ ଆଲୋଚନା ହେବ ବୋଲି ସୂଚନା ରହିଛି। ତେବେ ଏହା ଭିତରେ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଙ୍କୁ ଓଡିଶା ଦାୟିତ୍ତ୍ବ ଦିଆଯାଇଛି। କେନ୍ଦ୍ରୀୟ ବିଜେପି ସଂସଦୀୟ ବୋର୍ଡ ପକ୍ଷରୁ ସମାନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ପର୍ଯ୍ୟବେକ୍ଷକ ଭାବେ ବିଜେପି ବିଧାୟକ ଦଳ ବୈଠକରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଭୂପିନ୍ଦର ଯାଦବ। ବୈଠକରେ ଯୋଗଦେବା ସହ କିଏ ହେବେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ତାହାକୁ ନେଇ ତର୍ଜମା କରିବେ ଦୁଇ କେନ୍ଦ୍ରମନ୍ତ୍ରୀ। 

Read More
{}{}