Home >>Odisha Politics

BJP expels two mla: ନିଜ ଦଳରୁ ଦୁଇ ବିଧାୟକଙ୍କୁ ବହିଷ୍କାର କଲା ବିଜେପି

କର୍ଣ୍ଣାଟକରେ ବିଜେପି ନିଜର ଦୁଇ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଛି। ବିଜେପି ଏସ୍ ଟି ସୋମଶେଖର ଏବଂ ଏ ଶିବରାମ ହେବ୍ବରଙ୍କୁ ଦଳରୁ ବହିଷ୍କାର କରିବାର କାରଣ ସେମାନଙ୍କ ଦ୍ୱାରା କରାଯାଇଥିବା ଦଳ ବିରୋଧୀ କାର୍ଯ୍ୟକଳାପ ବୋଲି ଦର୍ଶାଇଛି। କର୍ଣ୍ଣାଟକ ବିଜେପି ସଭାପତି ବିୱାଇ ବିଜୟେନ୍ଦ୍ର ଉଭୟ ନେତାଙ୍କୁ ବିଜେପିରୁ ବହିଷ୍କାର କରାଯିବା ସ

Advertisement
BJP expels two MLA
BJP expels two MLA
Jagdish Barik|Updated: May 27, 2025, 02:50 PM IST
Share

BJP expels two MLA: କର୍ଣ୍ଣାଟକରେ ବିଜେପି ନିଜର ଦୁଇ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଛି। ବିଜେପି ଏସ୍ ଟି ସୋମଶେଖର ଏବଂ ଏ ଶିବରାମ ହେବ୍ବରଙ୍କୁ ଦଳରୁ ବହିଷ୍କାର କରିବାର କାରଣ ସେମାନଙ୍କ ଦ୍ୱାରା କରାଯାଇଥିବା ଦଳ ବିରୋଧୀ କାର୍ଯ୍ୟକଳାପ ବୋଲି ଦର୍ଶାଇଛି।

କର୍ଣ୍ଣାଟକ ବିଜେପି ସଭାପତି ବିୱାଇ ବିଜୟେନ୍ଦ୍ର ଉଭୟ ନେତାଙ୍କୁ ବିଜେପିରୁ ବହିଷ୍କାର କରାଯିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ସେ କହିଛନ୍ତି ଯେ ଦଳର ହାଇକମାଣ୍ଡ ବହୁତ ବିଚାର ବିମର୍ଶ ପରେ ଏହି ନିଷ୍ପତ୍ତି ନେଇଛନ୍ତି। କହି ରଖୁଛୁ ଯେ ଏସ୍.ଟି. ସୋମଶେଖର ବିଜେପି ଟିକେଟରେ ଯଶବନ୍ତପୁର ଏବଂ  ଶିବରାମ ହେବ୍ବର ୟେଲାପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ।

ଗତ ଫେବୃଆରୀରେ କର୍ଣ୍ଣାଟକରେ ଚାରୋଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ହୋଇଥିଲା। ଏହି ଚାରୋଟି ଆସନ ମଧ୍ୟରୁ କଂଗ୍ରେସ ତିନୋଟି ଏବଂ ବିଜେପି ଗୋଟିଏ ଆସନ ଜିତିଥିଲା। ହ୍ୱିପ୍ ଜାରି ହେବା ସତ୍ତ୍ୱେ ଏସ୍ଟି ସୋମଶେଖର କଂଗ୍ରେସ ପ୍ରାର୍ଥୀ ଅଜୟ ମାକେନଙ୍କ ସପକ୍ଷରେ ଭୋଟ ଦେଇଥିଲେ। ଯାହା ଫଳରେ ବିଜେପି କେବଳ ଗୋଟିଏ ଆସନ ଜିତିପାରିଲା। ଦାବି କରାଯାଉଛି ଯେ ସୋମଶେଖର ଏବଂ ହେବବର ଦଳୀୟ ନେତୃତ୍ୱ ଉପରେ ରାଗିଥିଲେ ବୋଲି ଅଭିଯୋଗ ହୋଇଛି।

ଏସଟି ସୋମଶେଖର କର୍ଣ୍ଣାଟକର ଯଶବନ୍ତପୁର ଆସନରୁ ବିଜେପି ବିଧାୟକ। ଯେତେବେଳେ କି ଶିବରାମ ହେବ୍ବର୍ ୟେଲାପୁର ଆସନରୁ ବିଜେପି ବିଧାୟକ ଅଟନ୍ତି। ଯଦିଓ ଉଭୟ ସେମାନଙ୍କ ଉତ୍ତରରେ ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତିକୁ ଅସ୍ୱୀକାର କରିଥିଲେ।

Read More
{}{}