Hindi News >>Home >>Odisha Politics

Odisha Election 2024: ଆଜି କଟକରେ ଭର୍ତ୍ତୃହରି, ସନ୍ତୃପ୍ତଙ୍କ ନାମାଙ୍କନ

ଭୁବନେଶ୍ୱର: କଟକ ଲୋକସଭା ମଣ୍ଡଳୀ ଲାଗି ଆଜି ଉଭୟ ବିଜେପି ଓ ବିଜେଡି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିବେ। ଏଥିଲାଗି କଟକ ସହରରେ ଉଭୟ ଦଳ ପକ୍ଷରୁ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଏଣୁ ଟ୍ରାଫିକ୍‍ ପରିଚାଳନାରେ ସାମୟିକ ଭାବେ ସମସ୍ୟା ଆଶଙ୍କା କରାଯାଇପାରେ।  ମିଳିଥିବା ସୂଚନା ଅନୁସାରେ, ବିଜେଡି ପ୍ରାର୍ଥୀ ସନ୍ତୃପ

Advertisement
Odisha Election 2024: ଆଜି କଟକରେ ଭର୍ତ୍ତୃହରି, ସନ୍ତୃପ୍ତଙ୍କ ନାମାଙ୍କନ
Prabhudatta Moharana|Updated: May 03, 2024, 08:26 AM IST
Share

Odisha Election 2024: ଭୁବନେଶ୍ୱର: କଟକ ଲୋକସଭା ମଣ୍ଡଳୀ ଲାଗି ଆଜି ଉଭୟ ବିଜେପି ଓ ବିଜେଡି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିବେ। ଏଥିଲାଗି କଟକ ସହରରେ ଉଭୟ ଦଳ ପକ୍ଷରୁ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଏଣୁ ଟ୍ରାଫିକ୍‍ ପରିଚାଳନାରେ ସାମୟିକ ଭାବେ ସମସ୍ୟା ଆଶଙ୍କା କରାଯାଇପାରେ। 

ମିଳିଥିବା ସୂଚନା ଅନୁସାରେ, ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶୟ ମର୍କତ ନଗରରୁ ଏକ ଶୋଭାଯାତ୍ରାରେ ବାହାରିବା କାର୍ଯ୍ୟକ୍ରମ ରହିଛି। ଜଷ୍ଟିସ ଛକ ଦେଇ ସରସ୍ୱତୀ ଶିଶୁ ମନ୍ଦିର, ଯୁଗଳ କିଶୋର ପାର୍କ, ସେକ୍ଟର ନ, ସଚୀଚଉରା, ହାଇକୋର୍ଟ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବେ। ସେଠାରେ ସେ ପ୍ରାର୍ଥୀପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଛି। 

ଠିକ୍‍ ସେହିପରି ୬ ଥର କଟକରୁ ସାଂସଦ ହୋଇଥିବା ଭର୍ତ୍ତୃହରି ମହତାବ ମଧ୍ୟ ଆଜି ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ। ସେ ଏଥର ବିଜେପିରୁ ନାମାଙ୍କନ ଦାଖଲ କରିବାଲାଗି ଯାଉଛନ୍ତି। ଏଥିଲାଗି ଏକ ବିଶାଳ ଶୋଭାଯାତ୍ରା ବି ଆୟୋଜନ କରାଯାଇଛି। ପ୍ରଜାତନ୍ତ୍ର କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି  ଚାନ୍ଦିନୀ ଚୌକ, ଜୁଡିସିଆଲ ଏକାଡେମୀ, ଶିଶୁ ଭବନ ଓ ହାଇକୋର୍ଟ ରାସ୍ତା ଦେଇ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବେ। ସେଠାରେ ପ୍ରାର୍ଥୀପତ୍ର ଦାଖଲ କରିବେ। 
ଉଭୟ ଭର୍ତ୍ତୃହରି ଓ ସନ୍ତୃପ୍ତଙ୍କ ସଙ୍ଗେ କିଛି ବିଧରୟକ ପ୍ରାର୍ଥୀ ବି ନାମାଙ୍କନ ଦାଖଲ କରିବା କାର୍ଯ୍ୟକ୍ରମ ରହିଛି।

Read More
{}{}