Hindi News >>Home >>Odisha Politics

ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ତଳସରା ବିଧାୟକ

Deputy speaker: ପ୍ରଥମେ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ ପୁଣି ଥରେ ନିର୍ବାଚିତ ହୋଇଛନ୍ତି। ଆଜି ବିଧିବଦ୍ଧ ଭାବେ ବିଜେପି ପକ୍ଷରୁ ଉପବାଚସ୍ପତି ପଦ ପାଇଁ ତାଙ୍କ ନାମ ଘୋଷଣା କରାଯାଇଛି।

Advertisement
ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ତଳସରା ବିଧାୟକ
Zee Odisha Desk|Updated: Jul 23, 2024, 01:10 PM IST
Share

ଭୁବନେଶ୍ବର: ଉପବାଚସ୍ପତି ପଦ ପାଇଁ ଆଜି ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାୟକ ଭବାନୀ ଭୋଇ ଉପବାଚସ୍ପତି ହେବେ ବୋଲି ଘୋଷଣା କରିବା ପରେ ଭବାନୀ ଶଙ୍କର ଭୋଇ ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଛନ୍ତି। ବିଧାନସଭା ସଚିବଙ୍କୁ ନିଜ ନାମାଙ୍କନ ପତ୍ର ପ୍ରଦାନ କରିଛନ୍ତି ଭବାନୀ। ଆସନ୍ତାକାଲି ହେବ ଉପବାଚସ୍ପତି ନିର୍ବାଚନ। 

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାୟକ ଭବନୀ ଶଙ୍କର ଭୋଇ ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ନିର୍ବାଚିତ ହୋଇଛନ୍ତି। ପ୍ରଥମେ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ ପୁଣି ଥରେ ନିର୍ବାଚିତ ହୋଇଛନ୍ତି। ଆଜି ବିଧିବଦ୍ଧ ଭାବେ ବିଜେପି ପକ୍ଷରୁ ଉପବାଚସ୍ପତି ପଦ ପାଇଁ ତାଙ୍କ ନାମ ଘୋଷଣା କରାଯାଇଛି। ଏହା ପରେ ସେ ଉପବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। 

Read More
{}{}