Home >>Odisha Politics

ବଜେଟର ଆକର୍ଷଣ ବିଷୟରେ ବର୍ଣ୍ଣନା କଲେ ବିଜେପି ସାଂସଦ ଭର୍ତ୍ତୁହରୀ ମହତାବ

ମହତାବ କହିଛନ୍ତି ଯେ, ୧.୪୮ ଲକ୍ଷ କୋଟି ଟଙ୍କା ଆବଣ୍ଟନ ଭାରତର ଜନସଂଖ୍ୟା ଡିଭିଡେଣ୍ଡର ସମ୍ଭାବନାକୁ ବ୍ୟବହାର କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି।

Advertisement
ବଜେଟର ଆକର୍ଷଣ ବିଷୟରେ ବର୍ଣ୍ଣନା କଲେ ବିଜେପି ସାଂସଦ ଭର୍ତ୍ତୁହରୀ ମହତାବ
Soubhagya Ranjan Mishra|Updated: Jul 24, 2024, 10:33 PM IST
Share

ଭୁବନେଶ୍ୱର: ଗତକାଲି ସଂସଦରେ ବଜେଟ୍ ଉପସ୍ଥାପନ ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ବିଜେପି ସାଂସଦ ଭର୍ତ୍ତୁହରୀ ମହତାବ ଉତ୍ପାଦନ କ୍ଷେତ୍ର ପ୍ୟାକେଜ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ରୋଜଗାର ସୃଷ୍ଟି ପାଇଁ ପ୍ୟାକେଜ୍ ଏବଂ ବିଶେଷକରି ଯୁବକମାନଙ୍କ ପାଇଁ ଚଳିତ ବଜେଟ ପ୍ରମୁଖ ଆକର୍ଷଣ ପାଲଟିଛି । ମହତାବ କହିଛନ୍ତି ଯେ, ୧.୪୮ ଲକ୍ଷ କୋଟି ଟଙ୍କା ଆବଣ୍ଟନ ଭାରତର ଜନସଂଖ୍ୟା ଡିଭିଡେଣ୍ଡର ସମ୍ଭାବନାକୁ ବ୍ୟବହାର କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି।

ସୂଚନାଯୋଗ୍ୟ, ମୋଦୀ ସରକାରରେ ସପ୍ତମ ଥର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗତକାଲି ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ ଅର୍ଥମନ୍ତ୍ରୀ । ରାଷ୍ଟ୍ରପତିଙ୍କ ହାତରୁ ମିଠା ଦହି ଖାଇ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟା ସମୟରେ ବଜେଟ ଉପସ୍ଥାପନ କରିବାକୁ ଯାଇଥିଲେ ନିର୍ମଳା ।

ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନୂଆ ଟ୍ୟାକ୍ସ ସ୍ଲାବ ଅନୁଯାୟୀ ଅର୍ଥମନ୍ତ୍ରୀ ନୂତନ ଟିକସ ବ୍ୟବସ୍ଥାରେ ୦-୩ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ  କୌଣସି ଟିକସ ଆଦାୟ କରାଯିବ ନାହିଁ। ଏହା ସହିତ ଷ୍ଟାଣ୍ଡାର୍ଡ ରିହାତି ୫୦ ହଜାରରୁ ୭୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ୩-୭ ଲକ୍ଷ ପର୍ଯ୍ୟନ୍ତ ଆୟରେ ୫% ଟ୍ୟାକ୍ସ ଦେବାକୁ ପଡିବ । ଏଥିସହ ୭-୧୦ ଲକ୍ଷ ଆୟରେ ୧୦% ଟ୍ୟାକ୍ସ ଦେବାକୁ ପଡିବ। ଅନ୍ୟପଟେ ୧୦-୧୨ ଲକ୍ଷ ଆୟ ଉପରେ ୧୫ ପ୍ରତିଶତ ଟ୍ୟାକ୍ସ, ୧୨-୧୫ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ। ତେବେ ୧୫ ଲକ୍ଷରୁ ଅଧିକ ଟଙ୍କାର ଆୟ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ(Tax) ଦେବାକୁ ପଡିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

ମହିଳାମାନଙ୍କୁ ଉପକୃତ କରୁଥିବା ଯୋଜନା ପାଇଁ ୩ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଆଦିବାସୀ ସମ୍ପ୍ରଦାୟର ସାମାଜିକ ତଥା ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ‘ପିଏମ୍ ଜନଜାତି ଉନ୍ନତ ଗ୍ରାମ ଅଭିଯାନ’ ଆରମ୍ଭ ହେବ। ଏହି ଯୋଜନାରେ ଆଦିବାସୀ ପ୍ରାଧାନ୍ୟ ପ୍ରାପ୍ତ ଗ୍ରାମ ଏବଂ ଆକାଂକ୍ଷା ଜିଲ୍ଲାଗୁଡ଼ିକରେ ଆଦିବାସୀ ପରିବାରମାନଙ୍କ ପାଇଁ ପରିପୂର୍ଣ୍ଣତା କଭରେଜ୍ ବ୍ୟବସ୍ଥା ଗ୍ରହଣ କରାଯିବ। ଏହା ଅଧୀନରେ ୬୩ ହଜାର ଗ୍ରାମ ଆଚ୍ଛାଦିତ ହେବ ଯାହା ୫ କୋଟି ଆଦିବାସୀଙ୍କୁ ଉପକୃତ କରିବ।

Also Read- AD-1 Interceptor Missile: ପୃଥ୍ୱୀ-୨ ଏବଂ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା DRDO

Read More
{}{}