Hindi News >>Home >>Odisha Politics

Delhi: ମୁସଲିମଙ୍କ ବୟକଟ କରିବାକୁ ଆହ୍ୱାନ ଦେଲେ ବିଜେପି ସାଂସଦ, ଘେରିଲା କଂଗ୍ରେସ

Controversial Statement of BJP MP: ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଆର୍ଥିକ ବହିଷ୍କାର କରିବାକୁ ଆହ୍ୱାନ ଦେଇଛନ୍ତି ବିଜେପି ସାଂସଦ ପରବେଶ ବର୍ମା। 

Advertisement
Delhi: ମୁସଲିମଙ୍କ ବୟକଟ କରିବାକୁ ଆହ୍ୱାନ ଦେଲେ ବିଜେପି ସାଂସଦ, ଘେରିଲା କଂଗ୍ରେସ
Subhramjit Ray|Updated: Oct 10, 2022, 04:53 PM IST
Share

BJP MP Parvesh Verma: ମୁସଲିମ ସମ୍ପ୍ରଦାୟ ବାବଦରେ ବିବାଦୀୟ ବୟାନ ଦେଇ  ବିବାଦଘେରକୁ ଟଣା ହୋଇଛନ୍ତି ବିଜେପି ସାଂସଦ ପରଭେଶ ବର୍ମା। ତାଙ୍କର ବୟାନକୁ ନେଇ ଏବେ ସରଗରମ ହୋଇଉଠିଛି ଦିଲ୍ଲୀ ରାଜନୀତି। ସାଂସଦ ବର୍ମା ମଞ୍ଚରୁ ମୁସଲିମଙ୍କ ବୟକଟ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଏନେଇ କୁହାଯାଉଛି ଯେ ଅନ୍ୟ କିଛି ଲୋକ ମଧ୍ୟ ସମାନ ଘଟଣାରେ ବିବାଦୀୟ ବିବୃତ୍ତି ରଖିଛନ୍ତି।

ଏକ ଜନସଭାକୁ ସମ୍ବୋଧିତ ବିଜେପି ସାଂସଦ ପରଭେଶ ବର୍ମା (BJP MP Parvesh Verma) କହିଛନ୍ତି, "ଯଦି ଆପଣ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ମନ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାକୁ ଚାହାଁନ୍ତି, ତାହେଲେ ସେମାନଙ୍କର ସମ୍ପୂର୍ଣ୍ଣ ବୟକଟ କରନ୍ତୁ। ଏମିତିରେ ମଧ୍ୟ ସେମାନେ ସୁଧୁରିବାର ନାଁ ଧରୁନାହାଁନ୍ତି। ସେମାନଙ୍କ ଠାରୁ କୌଣସି ସାମଗ୍ରୀ କିଣନ୍ତୁ ନାହିଁ। ଆପଣଙ୍କ ଟଙ୍କା ସେମାନଙ୍କ ପକେଟକୁ ଯିବାକୁ ଦିଅନ୍ତୁ ନାହିଁ। ଯେତେବେଳେ ଟଙ୍କା ମିଳିବା ବନ୍ଦ ହୋଇଯିବ, ସେତେବେଳେ ଏହି ସମ୍ପ୍ରଦାୟ ଆପେ ଆପେ ଠିକ ରାସ୍ତାକୁ ଆସିଯିବ। "

Also Read: ହଲାଲ ମାଂସ ହେଉଛି ଆର୍ଥିକ ଜୀହାଦ; ହିନ୍ଦୁଙ୍କ ପାଖରୁ କାହିଁକି ମାଂସ କିଣୁ ନାହାଁନ୍ତି ମୁସଲିମ?

ସୁନ୍ଦର ନଗରୀ ଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ୩ ଅଭିଯୁକ୍ତଙ୍କ ଦ୍ୱାରା ଜଣେ ଦଳିତ ଯୁବକ ମନୀଷଙ୍କ ହତ୍ୟା ପରେ ଏହି ଜନସଭା ଆୟୋଜିତ ହୋଇଥିଲା। ଯେଉଁଥିରେ ଯୋଗ ଦେଇଥିଲେ ପଶ୍ଚିମ ଦିଲ୍ଲୀ ଲୋକସଭା ଆସନରେ ବିଜେପି ସାଂସଦ ପରବେଶ ବର୍ମା। ଏହି ଜନସଭାକୁ ସମ୍ବୋଧିତ କରି ସାଂସଦ ସଂଖ୍ୟାଲଘୁ ସମ୍ପ୍ରଦାୟର ସାମାଜିକ ବହିଷ୍କାର କରିବାକୁ ଆହ୍ୱାନ ଦେଇଛନ୍ତି। ସାଂସଦ ତାଙ୍କ ଅଭିଭାଷଣରେ କ୍ରମାଗତ ଭାବେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରିଥିବାର ଅଭିଯୋଗ ହୋଇଛି। ଏକ ବିବାଦୀୟ ଭାଷଣରେ ସେ କହିଛନ୍ତି ଯେ ଯଦି ଆପଣ ଏହି ସମ୍ପ୍ରଦାୟକୁ ଶିକ୍ଷା ଦେବାକୁ ଚାହୁଁଛନ୍ତି, ତାହେଲେ ସେମାନଙ୍କ ପାଖରୁ କୌଣସି ସାମଗ୍ରୀ କିଣନ୍ତୁ ନାହିଁ। ସେମାନଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ବୟକଟ କରନ୍ତୁ।

Also Read: ଜୋର ଧରିଲା ମନ୍ଦିର ନିକଟରେ ଅଣ ହିନ୍ଦୁ ନିଷିଦ୍ଧ ଦାବି; ରାସ୍ତାରେ ଲାଗିଲା ବ୍ୟାନର

ବର୍ତ୍ତମାନ ଏହି ଭିଡିଓ ସେୟାର କରି ଅନେକ କଂଗ୍ରେସ (Congress) ତଥା ଏଆଇଏମଆଇଏମ (AIMIM) ପ୍ରଧାନମନ୍ତ୍ରୀ ମୋଦିଙ୍କୁ (PM Modi) ଟାର୍ଗେଟ କରିଛନ୍ତି। ଏନେଇ କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ (Congress Spokesperson Supriya Shrinate) କହିଛନ୍ତି, "ବିଜେପି ସାଂସଦ ଖୋଲାଖୋଲି ଭାବେ ମଞ୍ଚରୁ ମୁସଲମାନଙ୍କୁ ସମ୍ପୂର୍ଣ୍ଣ ବହିଷ୍କାର କରିବା କଥା କହୁଛନ୍ତି। ଘୃଣା ବିସ୍ତାର କରୁଥିବାରୁ ସେମାନଙ୍କ ସ୍ଥାନ ଜେଲରେ ଅଛି। ସରକାରଙ୍କ ଅନୁମତି କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଦିଲ୍ଲୀ ପୋଲିସ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ? ମୋଦି ଜୀ କେତେ ଦିନ ପର୍ଯ୍ୟନ୍ତ ଏପରି ଘୃଣା ବିସ୍ତାର କରିବେ?"  

Also Read: ପୂଜା ଉତ୍ସବ ମେଳାରେ ଅଣ ହିନ୍ଦୁ ସମ୍ପ୍ରଦାୟକୁ ମିଳିବ ନାହିଁ ଦୋକାନ ଖୋଲିବାକୁ ଅନୁମତି

ସେହିପରି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି (AIMIM Chief Asaduddin Owaisi) କହିଛନ୍ତି, "ଦେଶର ରାଜଧାନୀରେ ଏକ ଖୋଲା ସଭାରେ ମୁସଲମାନଙ୍କୁ ବୟକଟ କରିବାକୁ ବିଜେପି-ଆରଏସଏସ ସାଂସଦ ଶପଥ ଗ୍ରହଣ କରୁଛନ୍ତି। ଆରଏସଏସ ମୁଖ୍ୟ ମୋହନ ଭାବଗତ କହିଥିଲେ ଯେ ମୁସଲମାନଙ୍କ ମଧ୍ୟରେ ମିଥ୍ୟା ଭୟ ବିସ୍ତାର କରାଯାଉଛି। ହେଲେ ସତ ଏହା ଯେ ବିଜେପି ମୁସଲମାନଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିଛି। ସମ୍ବିଧାନର ଧାରା ୧୭ ଅନୁଯାୟୀ ଅସ୍ପୃଶ୍ୟତାକୁ ରଦ୍ଦ କରାଯାଇଛି। କୌଣସି ରୂପରେ ଏହାର ଆଚରଣକୁ ନିଷେଧ କରାଯାଇଛି। ଯଦି ଶାସକ ଦଳର ସାଂସଦ ଦେଶର ରାଜଧାନୀରେ ଏହା କରିପାରିବେ, ତାହେଲେ ସମ୍ବିଧାନର ମୂଲ୍ୟ କ'ଣ?

Read More
{}{}