Hindi News >>Home >>Odisha Politics

BJP Candidates List: ପଞ୍ଚମ ତାଲିକାରେ ୧୧୧ ପ୍ରାର୍ଥୀଙ୍କ ନାମ ଘୋଷଣା କଲା BJP; କଙ୍ଗନା ସମେତ ଏସବୁ ନେତାଙ୍କୁ ମିଳିଲା ଟିକେଟ୍

Lok Sabha Election 2024: ୨୦୨୪ ଲୋକସଭା ନିର୍ବାଚନ ପାଇଁ ୧୧୧ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ବିଜେପି ପ୍ରକାଶ କରିଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ମଧ୍ୟ ଟିକେଟ ଦିଆଯାଇଛି। ସେ ମଣ୍ଡି ଆସନରୁ ନିର୍ବାଚନ ଲଢ଼ିବେ।  

Advertisement
Lok Sabha Election 2024 BJP Candidates List
Lok Sabha Election 2024 BJP Candidates List
Zee Odisha Desk|Updated: Mar 24, 2024, 10:15 PM IST
Share

BJP Candidates List: ଲୋକସଭା ୨୦୨୪ ନିର୍ବାଚନ ପାଇଁ ୧୧୧ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ବିଜେପି ପ୍ରକାଶ କରିଛି। ଏହି ତାଲିକାରେ ସିରିଏଲ ରାମାୟଣରେ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋବିଲଙ୍କୁ ମଧ୍ୟ ମିରଟରୁ ଟିକେଟ ଦିଆଯାଇଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ମଧ୍ୟ ଟିକେଟ ଦିଆଯାଇଛି। ସେ ମଣ୍ଡିରୁ ନିର୍ବାଚନ ଲଢ଼ିବେ। ସୀତା ସୋରେନଙ୍କୁ ଡୁମକା ଠାରୁ ଟିକେଟ ଦିଆଯାଇଛି। କଂଗ୍ରେସରୁ ବିଜେପିରେ ଯୋଗ ଦେଇଥିବା ନବୀନ ଜିନ୍ଦଲଙ୍କୁ ମଧ୍ୟ କୁରୁକ୍ଷେତ୍ରରୁ ଟିକେଟ୍ ଦିଆଯାଇଛି। ରବି ଶଙ୍କର ପ୍ରସାଦଙ୍କୁ ପାଟନା ସାହିବରୁ ପ୍ରାର୍ଥୀ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ବେଗୁସରାଇରୁ ନିର୍ବାଚନ ଲଢ଼ିବେ।

ରାଜହମୁନ୍ଦରିରୁ ଡି ପାଣ୍ଡେଶ୍ୱରୀ, ମୁଜାଫରପୁରରୁ ରାଜ ଭୂଷଣ ନିଶାଦ ଓ ପାଟଲିପୁତ୍ରରୁ ରାମ କ୍ରିପାଲ ଯାଦବଙ୍କୁ ବିଜେପି ଟିକେଟ ଦେଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ଟିକେଟ୍ ବୁକ୍ସାରରୁ ବାତିଲ କରାଯାଇଛି। ମିଥିଲେଶ ତିୱାରୀଙ୍କୁ ବୁକ୍ସରରୁ ପ୍ରାର୍ଥୀ କରାଯାଇଛି। ଛେଦି ପାସୱାନଙ୍କୁ ମଧ୍ୟ ସାସରାମରୁ ଟିକେଟ ଦିଆଯାଇ ନାହିଁ, ଶିବ ରାମ ତାଙ୍କ ସ୍ଥାନରେ ପ୍ରାର୍ଥୀ ହେବେ। ଅଜା ନିଶାଦଙ୍କ ଟିକେଟ୍ ମୁଜାଫରପୁରରୁ ବାତିଲ କରାଯାଇଛି।

ବିବେକ ଠାକୁରଙ୍କୁ ନୱାଡାରୁ ପ୍ରାର୍ଥୀ କରାଯାଇଛି। ଏହି ସିଟ୍ LJP ଙ୍କ ଆକାଉଣ୍ଟରେ ଥିଲା। ଏହା ବ୍ୟତୀତ ଅନ୍ୟ ସମସ୍ତ ପୁରୁଣା ଚେହେରା ପୁନରାବୃତ୍ତି ହୋଇଛି। ଆପଣଙ୍କୁ କହିରଖୁଛୁ ଯେ ବିଜେପି ବିହାରରେ ୧୭ଟି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଓ ଏହି ସମସ୍ତ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

ପ୍ରାର୍ଥୀଙ୍କ ପଞ୍ଚମ ତାଲିକାରେ ବିଜେପି ଆନ୍ଧ୍ରପ୍ରଦେଶର ୬ ଜଣ, ବିହାରର ୧୭ ଜଣ, ଗୋଆର ଜଣେ, ଗୁଜୁରାଟର ୬ ଜଣ, ହରିୟାଣାର ୪ ଜଣ, ହିମାଚଳ ପ୍ରଦେଶର ୨ ଜଣ, ଝାଡଖଣ୍ଡର ୩ ଜଣ, କର୍ଣ୍ଣାଟକର ୪ ଜଣ, କେରଳର ୪ ଜଣ ପ୍ରାର୍ଥୀ ସାମିଲ ହୋଇଛନ୍ତି। ମହାରାଷ୍ଟ୍ରରୁ ୩, ମିଜୋରାମରୁ ୧, ଓଡିଶାରେ ୧୮ ଲୋକସଭା ଆସନ, ରାଜସ୍ଥାନରେ ୭, ସିକ୍କିମରେ ଜଣେ, ତେଲେଙ୍ଗାନାରେ ୨, ଉତ୍ତରପ୍ରଦେଶରେ ୧୩ ଓ ପଶ୍ଚିମବଙ୍ଗରେ ୧୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

 

 

Read More
{}{}