Home >>Odisha Politics

Maharashtra Politics: ଶିବସେନା ହାତ ଧରିଲେ ବଲିଉଡ଼ ଅଭିନେତା ଗୋବିନ୍ଦା

Lok Sabha Election 2024: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଶିବସେନାରେ (ସିନ୍ଦେ ଗୋଷ୍ଠୀ) ସାମିଲ ହୋଇଛନ୍ତି ବଲିଉଡ଼ ଅଭିନେତା ଗୋବିନ୍ଦା।  

Advertisement
Maharashtra Politics: ଶିବସେନା ହାତ ଧରିଲେ ବଲିଉଡ଼ ଅଭିନେତା ଗୋବିନ୍ଦା
Zee Odisha Desk|Updated: Mar 28, 2024, 06:00 PM IST
Share

Bollywood Actor Govinda Joins Shiv Sena: ଗୁରୁବାର (ମାର୍ଚ୍ଚ ୨୮) ମାୟାନଗରୀ ମୁମ୍ବାଇ ଠାରେ ଶିବସେନା ହାତ ଧରିଛନ୍ତି ବଲିଉଡ଼ ଅଭିନେତା ଗୋବିନ୍ଦା। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଅଭିନେତା ଗୋବିନ୍ଦା ଶିବସେନାରେ (ସିନ୍ଦେ ଗୋଷ୍ଠୀ) ଯୋଗ ଦେଇଥିଲେ। ଗତ ୨୦୦୪ ଲୋକସଭା ନିର୍ବାଚନରେ ଉତ୍ତର ମୁମ୍ବାଇ ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ ଗୋବିନ୍ଦା (ଗୋବିନ୍ଦ ଅରୁଣ ଆହୁଜା)।

ଗତ ୨୦୦୪ ବର୍ଷରୁ ୨୦୦୯ ପର୍ଯ୍ୟନ୍ତ ରାଜନୀତିରେ ସକ୍ରିୟ ରହିଥିଲେ ବଲିଉଡ଼ ଅଭିନେତା ଗୋବିନ୍ଦା। ଶିବସେନା ହାତ ଧରିବା ପରେ ଅଭିନେତା ଗୋବିନ୍ଦା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଗତ ୨୦୧୦ ବର୍ଷରୁ ୨୦୨୪ ରାଜନୈତିକ ବନବାସ ରହିଥିଲା। ବର୍ତ୍ତମାନ ବନବାସ ଶେଷ ହୋଇଛି। ମୁଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ରାମ ରାଜ୍ୟକୁ ଫେରିଆସିଛି। 

ସରକାର-ଚଳଚ୍ଚିତ୍ର ଶିଳ୍ପ ମଧ୍ୟରେ ସଂଯୋଗ ହେବେ ଗୋବିନ୍ଦା: ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ଗୋବିନ୍ଦା ତାଙ୍କୁ କହିଛନ୍ତି ଯେ ସେ ଚଳଚ୍ଚିତ୍ର ଶିଳ୍ପ ପାଇଁ କିଛି କରିବାକୁ ଚାହୁଁଛନ୍ତି। ସେ ସରକାର ଏବଂ ଚଳଚ୍ଚିତ୍ର ଶିଳ୍ପ ମଧ୍ୟରେ ସଂଯୋଗ ହେବେ ବୋଲି କହିଛନ୍ତି ଶିବସେନା ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ।

ବଲିଉଡ଼ ଅଭିନେତା ଗୋବିନ୍ଦାଙ୍କ ରାଜନୈତିକ କ୍ୟାରିୟର
ବଲିଉଡ଼ ଅଭିନେତା ଗୋବିନ୍ଦା ଗତ ୨୦୦୪ ବର୍ଷରେ କଂଗ୍ରେସ ଦଳରେ ଯୋଗଦାନ କରିଥିଲେ। ସେହି ବର୍ଷ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ଉତ୍ତର ମୁମ୍ବାଇ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ସାଂସଦ ନିର୍ବାଚିତ ହୋଇଥିଲେ। ଲୋକସଭା ସାଂସଦ ସହ ସେ ନିଜର ଚଳଚ୍ଚିତ୍ର କ୍ୟାରିୟର ଜାରି ରଖିଥିଲେ। ହେଲେ ଗତ ୨୦୦୮ ଜାନୁଆରୀ ବେଳକୁ ସେ ରାଜନୀତି ଛାଡି ନିଜ ଅଭିନୟ ବୃତ୍ତି ଉପରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଥିଲେ। ଏହା ପର ଠାରୁ ସେ  ଚଳଚ୍ଚିତ୍ର ଜଗତରେ ସକ୍ରିୟ ରହିଥିବା ବେଳେ ରାଜନୀତିରୁ ସନ୍ନ୍ୟାସ ନେଇ ଯାଇଥିଲେ। 

Read More
{}{}