Hindi News >>Home >>Odisha Politics

Naveen Patnaik: ୨୦୩୬ରେ ଓଡ଼ିଶା ହେବ ଦେଶର ଏକ ନମ୍ବର ରାଜ୍ୟ: ନବୀନ

ନିବେଶ କ୍ଷେତ୍ରରେ ଓଡିଆ ଆଗୁଆ ରାଜ୍ୟ ହୋଇପାରିଛି। ବିଏସକେୱାଇ ସ୍କିମ ଜରିଆରେ ଓଡିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସାରା ଦେଶରେ ଆଗୁଆ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisement
Naveen Patnaik: ୨୦୩୬ରେ ଓଡ଼ିଶା ହେବ ଦେଶର ଏକ ନମ୍ବର ରାଜ୍ୟ: ନବୀନ
Zee Odisha Desk|Updated: Apr 24, 2024, 12:49 PM IST
Share

Naveen Patnaik: ଭୁବନେଶ୍ୱର: ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ଶହେ ବର୍ଷ ପୁରଣ କରିବ। ୨୦୩୬ରେ ଓଡ଼ିଶା ହେବ ଦେଶର ଏକ ନମ୍ବର ରାଜ୍ୟ। ବିକାଶ ହେଉଛି ଆମର ପରିଚୟ କିନ୍ତୁ ଦୁଃଖର କଥା, ବିରୋଧୀ ଦଳ ଗୁଡିକ ସବୁକଥାରେ ରାଜନୀତି କରୁଛନ୍ତି। ସେମାନେ ବିକାଶକୁ ବିରୋଧ କରୁଛନ୍ତି, ଆତ୍ମପ୍ରଚାର କରୁଛନ୍ତି। ଶ୍ରୀମନ୍ଦିର ପ୍ରକଳ୍ପ ହେଉ କି ଏକାମ୍ର କିମ୍ବା ସମଲାଇ ପ୍ରକଳ୍ପ, ସବୁକିଛିକୁ ବିରୋଧୀ ବିରୋଧ କରୁଛନ୍ତି। ତେବେ ପୁରା ଦୁନିଆ ସେମାନଙ୍କ ଅସଲ ରୂପ ଜାଣିଛନ୍ତି। ବିକାଶକୁ ବିରୋଧ କରି କେବେ କେହି ସଫଳ ହୋଇ ନାହାନ୍ତି ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ନେଇ ନେତା ଏବଂ କର୍ମୀମାନେ ନେଲେ ସଙ୍କଳ୍ପ ।  ହିଞ୍ଜିଳିରେ ନବୀନଙ୍କ ପ୍ରଚାର ଆରମ୍ଭକୁ ନେଇ ଉତ୍ସାହିତ ଦଳୀୟ ନେତା , କର୍ମୀ ଓ ସାଧାରଣ ଜନତା।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ ରାଜ୍ୟରେ ବିଜେଡି ସରକାର ନାରୀ ସଶକ୍ତିକରଣକୁ ସାର୍ଥକ କରିଛି । ରାଜ୍ୟରେ ପାଖାପାଖି ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ କରି ପାଖାପାଖି ୭୦ ଲକ୍ଷ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିପାରିଛି। ସେମାନଙ୍କୁ ଉଦ୍ୟୋଗ କ୍ଷେତ୍ରରେ ପାଦ ଥାପିବାକୁ ବାଟ ଦେଖାଇଛି। ସେମାନଙ୍କୁ ନିଜର ଉଦ୍ୟୋଗ ଆରମ୍ଭ କରିବାକୁ ବିନା ସୁଧରେ ଲକ୍ଷାଧିକ ଋଣ ମଧ୍ୟ ଦେଇଛି।

ଏହାସହ ରାଜ୍ୟର ଚାଷୀଙ୍କ ପାଇଁ ମଧ୍ୟ ବିନା ସୁଧରେ ଋଣ ଦେବାର ବ୍ୟବସ୍ଥା କରିଛି। ଖାଦ୍ୟ ଯୋଗାଣ କ୍ଷେତ୍ରରେ ପିଡିଏସ୍ ଯୋଗାଣକୁ ତ୍ୱରାନ୍ୱିତ କରିଛନ୍ତି ବିଜେଡି ସରକାର। ଏହାସହ ନିବେଶ କ୍ଷେତ୍ରରେ ଓଡିଆ ଆଗୁଆ ରାଜ୍ୟ ହୋଇପାରିଛି। ବିଏସକେୱାଇ ସ୍କିମ ଜରିଆରେ ଓଡିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସାରା ଦେଶରେ ଆଗୁଆ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Read More
{}{}