Home >>Odisha Politics

Chakravyuha Speech: ଚକ୍ରବ୍ୟୁହ ଭାଷଣ ବଦଳରେ ହେଉଛି ଇଡି ଚଢାଉର ଯୋଜନା: ଦାବି କଲେ ରାହୁଲ

ନୂଆଦିଲ୍ଲୀ: ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ବର୍ତ୍ତମାନ ତାଙ୍କ ଉପରେ ଏକ ଇଡି ଆକ୍ରମଣ ଯୋଜନା କରାଯାଇଛି। ସେ କହିଛନ୍ତି ଯେ ଜୁଲାଇ ୨୯ରେ ସଂସଦରେ ତାଙ୍କର 'ଚକ୍ରଭ୍ୟୁହ' ଭାଷଣ ପରେ ଏହି ଯୋଜନା କରାଯାଉଛି। ରାହୁଲ ଦାବି କରିଛନ୍ତି ଯେ ଇଡିର କିଛି ଅଧିକାରୀ ତାଙ୍କୁ କହିଥିଲେ ଯେ ତାଙ୍କ ବିରୋଧରେ

Advertisement
Chakravyuha Speech: ଚକ୍ରବ୍ୟୁହ ଭାଷଣ ବଦଳରେ ହେଉଛି ଇଡି ଚଢାଉର ଯୋଜନା: ଦାବି କଲେ ରାହୁଲ
Prabhudatta Moharana|Updated: Aug 02, 2024, 11:10 AM IST
Share

Chakravyuha Speech: ନୂଆଦିଲ୍ଲୀ: ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ବର୍ତ୍ତମାନ ତାଙ୍କ ଉପରେ ଏକ ଇଡି ଆକ୍ରମଣ ଯୋଜନା କରାଯାଇଛି। ସେ କହିଛନ୍ତି ଯେ ଜୁଲାଇ ୨୯ରେ ସଂସଦରେ ତାଙ୍କର 'ଚକ୍ରଭ୍ୟୁହ' ଭାଷଣ ପରେ ଏହି ଯୋଜନା କରାଯାଉଛି। ରାହୁଲ ଦାବି କରିଛନ୍ତି ଯେ ଇଡିର କିଛି ଅଧିକାରୀ ତାଙ୍କୁ କହିଥିଲେ ଯେ ତାଙ୍କ ବିରୋଧରେ ଚଢାଉ ଯୋଜନା କରାଯାଉଛି। ଏହି ଖବର ପାଇବା ପରେ ଚାହା ବିସ୍କୁଟ ସହିତ ତାଙ୍କର ଅପେକ୍ଷା କରିଛନ୍ତି ବୋଲି ରାହୁଲ କହିଛନ୍ତି। 

ହାତ ଖୋଲାକରି ଅପେକ୍ଷା କରିଛି
ସୋସିଆଲ ମିଡ଼ିଆ ଏକ୍ସ ହ୍ୟାଣ୍ଡେଲରେ ରାହୁଲ ଲେଖିଛନ୍ତି କି ଏହା ସତ୍ୟ କି 2 ଇନ 1ଙ୍କୁ ମୋର ଚକ୍ରବ୍ୟୁହ ଭାଷଣ ପସନ୍ଦ ଆସିନାହିଁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ିର କିଛି ଅଧିକାରୀ ସେମାନଙ୍କର ନାଁକୁ ଉହ୍ୟ ରଖି ଚଢାଉ ହେବା ନେଇ ଯୋଜନା କରୁଛନ୍ତି। ମୁ ସେମାନଙ୍କୁ ହାତ ଖୋଲା କରି ସ୍ୱାଗତ କରିବାକୁ ପ୍ରସ୍ତୁତ ରହିଛି। ସେମାନଙ୍କୁ ଚାହା ଓ ବିସ୍କୁଟ ଦେବି। ରାହୁଲ ଗାନ୍ଧୀ ନିଜର ପୋଷ୍ଟ ସହିତ ଇଡିର ନିର୍ଦ୍ଦେଶକଙ୍କୁ ଟ୍ୟାଗ କରିଛନ୍ତି। 

ରଚାଯାଉଛି ଏକ ନୂଆ ଷଡ଼ଯନ୍ତ୍ର
ବାସ୍ତବରେ, ଜୁଲାଇ ୨୯ରେ ଲୋକସଭାରେ ବଜେଟ୍ ଅଭିଭାଷଣରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସର୍ବତ୍ର ପ୍ରତୀକ ପ୍ରଦର୍ଶନ କରିଥିବାରୁ ସମାଲୋଚନା କରିଥିଲେ ଏବଂ ଏକବିଂଶ ଶତାବ୍ଦୀରେ ଏକ ନୂତନ ଚକ୍ରବ୍ୟୁହ ସୃଷ୍ଟି ହୋଇଥିବା ଦାବି କରିଥିଲେ।

 

ଚକ୍ରବ୍ୟୁହର କେନ୍ଦ୍ରରେ ୬ ଜଣ
ରାହୁଲ କହିଥିଲେ ହଜାର ହଜାର ବର୍ଷ ପୂର୍ବରୁ କୁରୁକ୍ଷେତ୍ରରେ ୬ ଜଣ ଲୋକ ଅଭିମନ୍ୟୁଙ୍କୁ ଚକ୍ରବ୍ୟୁହରେ ଫଶାଇ ମାରିଦେଇଥିଲେ। ଏହା ଉପରେ ମୁଁ ସାମାନ୍ୟ ଗବେଷଣା କରିଥିଲି। ଚକ୍ରବ୍ୟୁହକୁ ପଦ୍ମବ୍ୟୁହ ମଧ୍ୟ କୁହାଯାଉଥାଏ। ଏହାର ଅର୍ଥ ପଦ୍ମାକୃତି।ଚକ୍ରବ୍ୟୁହ ମଧ୍ୟ ପଦ୍ମାକୃତିର ହୋଇଥାଏ। ଏକବିଂଶ ଶତାବ୍ଦିରେ ମଧ୍ୟ ନୂତନ ଚକ୍ରବ୍ୟୁହ କରାଯାଉଛି ବୋଲି ରାହୁଲ କହିଥିଲେ। 

ରାହୁଲ ଆହୁରି ମଧ୍ୟ କହିଥିଲେ କି ପ୍ରଧାନମନ୍ତ୍ରୀ ଏହି ଚିହ୍ନକୁ ନିଜ ଛାତିରେ ମାରିଥାଆନ୍ତି। ଅଭିମନ୍ୟୁ ସହିତ ଯାହା ହୋଇଥିଲା ଏବେ ଭାରତର ଲୋକମାନଙ୍କ ସହିତ ତାହା ହିଁ ହେଉଛି। ଅଭିମନ୍ୟୁଙ୍କୁ ୬ ଜଣ ମାରିଦେଇଥିଲେ। ଆଜି ମଧ୍ୟ ଚକ୍ରବ୍ୟୁହର କେନ୍ଦ୍ରରେ ୬ ଜଣ ଲୋକ ରହିଛନ୍ତି। ଭାରତକୁ ୬ ଜଣ ଲୋକ ନିୟନ୍ତ୍ରଣ କରୁଛନ୍ତି। ନରେନ୍ଦ୍ର ମୋଦୀ, ଅମିତ ଶାହ, ମୋହନ ଭାଗବତ, ଅଜିତ ଡୋଭାଲ, ଅମ୍ବାନୀ ଓ ଅଦାନୀ ଦେଶକୁ ନିୟନ୍ତ୍ରଣ କରୁଛନ୍ତି ବୋଲି ରାହୁଲ କହିଥିଲେ। 

Read More
{}{}