Hindi News >>Home >>Odisha Politics

ମମତା ଦେଲେ ବଡ଼ ବୟାନ: ପଶ୍ଚିମବଙ୍ଗରେ ଲାଗୁ ହେବନି ୱାକ୍‍ଫ ଆଇନ

କୋଲକତାଠାରେ ଏହି ସମାବେଶ ଆୟୋଜନ ହୋଇଥିଲା ଏବଂ ଏଥିରେ ମମତା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଏଥିରେ ସେ କହିଥିଲେ ‘ମୁଁ ଜାଣିଛି ନୂଆ ୱାକ୍‍ଫ ଆଇନକୁ ନେଇ ଆପଣମାନେ ବ୍ୟଥିତ ଅଛନ୍ତି।  କିନ୍ତୁ ବିଶ୍ୱାସ ରଖନ୍ତୁ ପଶ୍ଚିମ ବଙ୍ଗରେ କିଛି ହେବ ନାହିଁ ଯାହା ଦ୍ୱାରା ଜଣା ବିଭାଜନ କରି ଶାସନ କରିବ। ଆପଣ ଏହି ବାର୍ତ୍ତା ଦିଅନ୍ତୁ ଯେ, ଆପଣମାନେ ସମସ୍ତେ ଏକାଠି ଅଛନ୍ତି’।

Advertisement
ମମତା ଦେଲେ ବଡ଼ ବୟାନ: ପଶ୍ଚିମବଙ୍ଗରେ ଲାଗୁ ହେବନି ୱାକ୍‍ଫ ଆଇନ
Soubhagya Ranjan Mishra|Updated: Apr 09, 2025, 03:11 PM IST
Share

ଭୁବନେଶ୍ୱର: ୱାକ୍‍ଫ ସମ୍ପତ୍ତି ପରିଚାଳନାରେ ସଂସ୍କାର ଓ ସ୍ୱଚ୍ଛତା ରକ୍ଷା ତଥା ଗରିବ ଓ ମହିଳା ମୁସଲମାନଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ପ୍ରଣୀତ ହୋଇଥିବା ନୂଆ ୱାକ୍‍ଫ ଆଇନ ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ। ସଂଖ୍ୟା ଲଘୁ ସମ୍ପ୍ରଦାୟ ଏବଂ ତାଙ୍କ ସମ୍ପତ୍ତିର ସୁରକ୍ଷା ଦାୟିତ୍ୱ ହେଉଛି ଦିଦିଙ୍କର ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ଜୈନ ସମାଜର ଏକ ଆୟୋଜନରେ ଯୋଗ ଦେଇ ମମତା ଏହି ଟିପ୍ପଣୀ ଦେଇଛନ୍ତି। 

କୋଲକତାଠାରେ ଏହି ସମାବେଶ ଆୟୋଜନ ହୋଇଥିଲା ଏବଂ ଏଥିରେ ମମତା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଏଥିରେ ସେ କହିଥିଲେ ‘ମୁଁ ଜାଣିଛି ନୂଆ ୱାକ୍‍ଫ ଆଇନକୁ ନେଇ ଆପଣମାନେ ବ୍ୟଥିତ ଅଛନ୍ତି।  କିନ୍ତୁ ବିଶ୍ୱାସ ରଖନ୍ତୁ ପଶ୍ଚିମ ବଙ୍ଗରେ କିଛି ହେବ ନାହିଁ ଯାହା ଦ୍ୱାରା ଜଣା ବିଭାଜନ କରି ଶାସନ କରିବ। ଆପଣ ଏହି ବାର୍ତ୍ତା ଦିଅନ୍ତୁ ଯେ, ଆପଣମାନେ ସମସ୍ତେ ଏକାଠି ଅଛନ୍ତି’।

ପିଟିଆଇ ରିପୋର୍ଟ ଅନୁସାରେ, ମମତା ଏହି ସଭାରେ ସମୁଦାୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ଏକ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି  ଏ ବିଷୟକୁ ନେଇ କେହି ରାଜନୀତିକ ଆନ୍ଦୋଳନ କରିବାକୁ ମତାଉଥାଇପାରନ୍ତି। କିନ୍ତୁ ଏହାର କାରକ ହୁଅନ୍ତୁ ନାହିଁ।

ପଶ୍ଚିମବଙ୍ଗରେ ୩୩ ପ୍ରତିଶତ ସଂଖ୍ୟାଲଘୁ ରହିଛନ୍ତି ବୋଲି କହିବା ସହ ସେ କହିଛନ୍ତି ‘ସେମାନଙ୍କ ସଙ୍ଗେ ମୁଁ କ’ଣ କରିବି? ‘ବାଂଲାଦେଶ ସୀମାନ୍ତକୁ ଦେଖନ୍ତୁ, ଏ ସମୟରେ ଏହିପରି ବିଧେୟକ ପାରିତ ହେବା ଉଚିତ ନଥିଲା’। ୱକ୍‍ଫ ସଂଶୋଧନ ବିଧେୟକକୁ ନେଇ ମୁର୍ସିଦାବାଦରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ଉତ୍ତେଜନାକୁ କେନ୍ଦ୍ର କରି ମମତା ଏହା କହିଛନ୍ତି।

ଗତ ୩ ତାରିଖରେ ସରକାରଙ୍କ ଦ୍ୱାରା ଓ୍ୱାକ୍‍ଫ ସଂଶୋଧନ ବିଧେୟକ ପାରିତ ହୋଇଥିଲା। ଉଭୟ ଗୃହର ଅନୁମୋଦନ ପରେ ରାଷ୍ଟ୍ରପତି ବିଧେୟକକୁ ଅନୁମୋଦନ ଦେଇ ଆଇନରେ ପରିଣତ କରିଛନ୍ତି। ସରକାରଙ୍କ ପକ୍ଷରୁ ଗତକାଲି ଏହା ଲାଗୁ କରାଯାଇଥିବା ନେଇ ଗେଜେଟ ବିଜ୍ଞପ୍ତି ଜାରି କରାଯାଇଛି।

Also Read- Rahu Gochar 2025: ୪୦ ଦିନ ପାଇଁ ରାହୁ ଏବଂ ଶନିଙ୍କ ପ୍ରଭାବ, ୫ ରାଶିରେ ପ୍ରଭାବ

Also Read- Sun Transit: ମେଷରେ ସୂର୍ଯ୍ୟଙ୍କ ଚଳନ, ଚମକିବ ୫ରାଶିର ଭାଗ୍ୟ

Read More
{}{}