Hindi News >>Home >>Odisha Politics

Congress: ଜଟଣୀରେ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବାକୁ କର୍ମୀଙ୍କ ଆହ୍ଵାନ

ଜଟଣୀ: ଜଟଣୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳରୁ ପ୍ରାର୍ଥୀ ଭାବେ ସନ୍ତୋଷ ଜେନା ନିର୍ବାଚନ ଲଢ଼ୁଛନ୍ତି। ତାଙ୍କୁ ଦଳର କର୍ମୀମାନେ ପୂର୍ଣ୍ଣ ସହଯୋଗ କରୁଛନ୍ତି। ଜଟଣୀ କଂଗ୍ରେସ ଗଡ଼ ଥିଲା, ଏଥର ଜଟଣୀରେ କଂଗ୍ରେସ ଶାସନ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଜଟଣୀରେ କଂଗ୍ରେସ ନିର୍ବାଚନ କାର୍ଯ୍ୟାଳୟ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ଆ

Advertisement
Congress: ଜଟଣୀରେ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବାକୁ କର୍ମୀଙ୍କ ଆହ୍ଵାନ
Zee Odisha Desk|Updated: May 24, 2024, 12:36 PM IST
Share

Congress: ଜଟଣୀ: ଜଟଣୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳରୁ ପ୍ରାର୍ଥୀ ଭାବେ ସନ୍ତୋଷ ଜେନା ନିର୍ବାଚନ ଲଢ଼ୁଛନ୍ତି। ତାଙ୍କୁ ଦଳର କର୍ମୀମାନେ ପୂର୍ଣ୍ଣ ସହଯୋଗ କରୁଛନ୍ତି। ଜଟଣୀ କଂଗ୍ରେସ ଗଡ଼ ଥିଲା, ଏଥର ଜଟଣୀରେ କଂଗ୍ରେସ ଶାସନ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଜଟଣୀରେ କଂଗ୍ରେସ ନିର୍ବାଚନ କାର୍ଯ୍ୟାଳୟ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ଆଶାୟୀ ପ୍ରାର୍ଥୀ ସଂଗ୍ରାମ ରାଉତରାୟ ଓ ଅଶୋକ ମଙ୍ଗରାଜ କହିଛନ୍ତି ଯେ, ଆମେ ସବୁ କଂଗ୍ରେସ ଦଳର। ଦଳ ଦେଇଥ‌ିବା ପ୍ରାର୍ଥୀ ନିଷ୍ପତ୍ତିକ୍ରମେ ଆମେ ସବୁ କର୍ମକର୍ତ୍ତା ଏକାଠି ହୋଇ ପ୍ରଚାର କରୁଛୁ।

କଂଗ୍ରେସ ଦେଇଥିବା ପ୍ରାର୍ଥୀ ସନ୍ତୋଷ ଜେନାଙ୍କୁ ବହୁ ସଂଖ୍ୟା ଭୋଟରେ ବିଜୟୀ କରିବୁ। ଏହା ସହ କଂଗ୍ରେସର ଗଡ଼ ଜଟଣୀରେ ପୁଣି ଆମେ ଜିତିବୁ ବୋଲି କହିଛନ୍ତି। ସମ୍ମିଳନୀରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ କୁମାର ପଟ୍ଟନାୟକ,  କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ଜେନା, ୱାର୍ଡ କାଉନସିଲର, ପୂର୍ବତନ କାଉନସିଲର ଓ ଜିଲ୍ଲା ବ୍ଳକ ସ୍ତରୀୟ କଂଗ୍ରେସ ନେତାମାନେ ଯୋଗ ଦେଇଥିଲେ।

Read More
{}{}