Hindi News >>Home >>Odisha Politics

Dhiraj Sahu: କଂଗ୍ରେସକୁ PM ମୋଦିଙ୍କ ସାଙ୍ଘାତିକ କଟାକ୍ଷ, ଦେଖନ୍ତୁ ଏହି ଭିଡିଓ..

Dhiraj Sahu: ଝାଡ଼ଖଣ୍ଡ ସାଂସଦ ଧୀରଜ ସାହୁଙ୍କ କମ୍ପାନି ସାହୁ ଗ୍ରୁପ ବିରୋଧରେ ଚୋରିର ଅଭିଯୋଗ ଲାଗିଛି। ଏହାକୁ ନେଇ ଇନକମ୍ ଟ୍ୟାକ୍ସ ବିଭାଗ ଝାଡଖଣ୍ଡ(Jharkhand) ଓ ଓଡ଼ିଶାର(Odisha) ଅନେକ ସ୍ଥାନରେ ଚଢ଼ଉ କରି ଶହ ଶହ କୋଟି ନଗଦ ଟଙ୍କା ଓ ସମ୍ପତ୍ତି ଜବତ କରିଛନ୍ତି।ବିଜେପିର ଅଫିସିଆଲ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ସେୟାର ହୋଇଥିବା ଏହି ଭିଡିଓକୁ ରିଟ୍ୱିଟ କରି ପିଏମ ମୋଦୀ ଲେଖିଛନ୍ତି...

Advertisement
Dhiraj Sahu IT Raid
Dhiraj Sahu IT Raid
Zee Odisha Desk|Updated: Dec 12, 2023, 04:14 PM IST
Share

Dhiraj Sahu: ଝାଡ଼ଖଣ୍ଡ ସାଂସଦ ଧୀରଜ ସାହୁଙ୍କ କମ୍ପାନି ସାହୁ ଗ୍ରୁପ ବିରୋଧରେ ଚୋରିର ଅଭିଯୋଗ ଲାଗିଛି। ଏହାକୁ ନେଇ ଇନକମ୍ ଟ୍ୟାକ୍ସ ବିଭାଗ ଝାଡଖଣ୍ଡ(Jharkhand) ଓ ଓଡ଼ିଶାର(Odisha) ଅନେକ ସ୍ଥାନରେ ଚଢ଼ଉ କରି ଶହ ଶହ କୋଟି ନଗଦ ଟଙ୍କା ଓ ସମ୍ପତ୍ତି ଜବତ କରିଛନ୍ତି। ଧୀରଜ ସାହୁଙ୍କ ବିଡ଼ା ବିଡ଼ା ଟଙ୍କା ବଦାଡ଼ିକୁ ଦେଖିଲେ ଆଖି ଟେରା ହୋଇଯାଉଛି। ଚଢ଼ଉରୁ ଏପର୍ଯ୍ୟନ୍ତ ମୋଟ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି। ତଥାପି ଥମିନି ଚଢ଼ାଉ, ଏବେ ବି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

ସେପଟେ ସାଂସଦ ଧୀରଜ ସାହୁଙ୍କ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ ନେଇ ବିଜେପି ଏକ ଭିଡିଓ ପ୍ରସ୍ତୁତ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ବିଜେପିର ଅଫିସିଆଲ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ସେୟାର ହୋଇଥିବା ଏହି ଭିଡିଓକୁ ରିଟ୍ୱିଟ କରି ପିଏମ ମୋଦୀ ଲେଖିଛନ୍ତି, "ଭାରତରେ 'ମନି ହାଇଷ୍ଟ’ କାହାଣୀ (Fiction) କାହାକୁ ଆବଶ୍ୟକ, ଯେତେବେଳେ କି ଆପଣଙ୍କ ପାଖେ କଂଗ୍ରେସ ପାର୍ଟି ଅଛି, ଯାହାର ଡକାୟତି ୭୦ ବର୍ଷ ଧରି ପ୍ରସିଦ୍ଧ ଓ କାଉଣ୍ଟିଂ ଜାରିରହିଛି।

ବିଜେପି ତରଫରୁ ଜାରି ହୋଇଥିବା ଏହି ଭିଡିଓରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କ ସହ ସାଂସଦଙ୍କ ଫଟୋ ମଧ୍ୟ ପ୍ରଦର୍ଶିତ ହୋଇଛି। କେବଳ ଏତିକି ନୁହେଁ, ମନି ହାଇଷ୍ଟର କ୍ଲିପ୍ ଏଡିଟ୍ କରାଯାଇଛି ଏବଂ ରାହୁଲ ଗାନ୍ଧୀଙ୍କ ଚେହେରା ଏକ ଚରିତ୍ରର ଚେହେରାରେ ଦର୍ଶା ହୋଇଛି ଏବଂ ତାଙ୍କୁ ଏକ ବଡ଼ ଲକରରୁ ବାହାରି ନୋଟ ଉପରେ ଖୁସିରେ ଲୋଟି ପଡୁଥିବା ଦେଖାଯାଇଛି।

ଏଠାରେ କ୍ଲିକ୍ କରି ଦେଖନ୍ତୁ ଭିଡିଓ...

ସେପଟେ ଓଡ଼ିଶାରେ ଏହି ଘଟଣାକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଛି। ମଦ ଦୁର୍ନୀତି ଓ ବିପୁଳ ଗଚ୍ଛିତ କଳା ଟଙ୍କା ବିରୋଧରେ ବିଜେପି ପକ୍ଷରୁ ଆଜି ଓଡ଼ିଶାର ପ୍ରତ୍ୟେକ ସବଡିଭିଜନରେ ଆନ୍ଦୋଳନ କରାଯାଉଛି । ରାଜ୍ୟ ସରକାରଙ୍କ ଅନୁକମ୍ପାରେ ସାହୁ ବ୍ରଦର୍ସ ଆଣ୍ଡ୍ କୋ ଠୁଳ କରିଛନ୍ତି ୫ ଶହ କୋଟିରୁ ଅଧିକ କଳା ଟଙ୍କା। ଏମିତି ଅଭିଯୋଗ ଆଣିଛି ବିଜେପି। ବିଜେଡିର ଭ୍ରଷ୍ଟ ଶାସନରେ ଓଡ଼ିଶା ନିନ୍ଦିତ ହୋଇଥିବାର ମଧ୍ୟ ବିଜେପି ଅଭିଯୋଗ ଆଣିଛି। ରାଜ୍ୟରେ ମଦ ମାଫିଆଙ୍କ ଆଡ୍ଡାରେ ବଡ଼ ଆଇଟି ରେଡରୁ ଜବତ ବେଆଇନ ଗଚ୍ଛିତ ଟଙ୍କାର ଗଣତି ସରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪୦୦କୋଟିରୁ ଉର୍ଦ୍ଧ ଟଙ୍କା ସହ ୬୦କିଲୋଗ୍ରାମ ସୁନା ଜବତ ହୋଇଥିବା ସୂଚନା ଦେଇଛନ୍ତି ଆୟକର ଅଧିକାରୀ। ଏହା ରାଜ୍ୟରେ ଥିବା ୨୪ ବର୍ଷର କ୍ଷମତାଧାରୀଙ୍କ ନୀତି ନୈତିକତା ଉପରେ ସୃଷ୍ଟି କରିଛି ଅନେକ ପ୍ରଶ୍ନବାଚୀ। ଏହି କଳା ସାମ୍ରାଜ୍ୟରେ ଶାସକ ଦଳ ସମ୍ପୃକ୍ତି ଥିବା ନେଇ ବିଜେପି ଦାବି କରିଛି । ରାଜ୍ୟରେ ବିଜେଡି ସରକାର ଲୋକଙ୍କୁ ମଦୁଆ କରି ଆଗାମୀ ନିର୍ବାଚନ ପାଇଁ ବ୍ୟାପକ କଳା ଟଙ୍କା ଗଚ୍ଛିତ ରଖିଥିବା ନେଇ ଦାବି କରିଛି ବିଜେପି । 

ସେପଟେ ପ୍ରଥମ ଥର ପାଇଁ ଆୟକର ଚଢ଼ାଉକୁ ନେଇ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଆଡ୍ଡାରୁ ୩୫୩ କୋଟିରୁ ଅଧିକ ନଗଦ ଟଙ୍କା ଜବତ ମାମଲାରେ ଦଳ ପ୍ରଥମ ଥର ପାଇଁ ଏକ ବଡ଼ ପଦକ୍ଷେପ ନେଇଛି । ଖବର ଅନୁଯାୟୀ ଏହି ପରିପ୍ରେକ୍ଷୀରେ ସାହୁଙ୍କଠାରୁ ଦଳ ଏହାର ଜବାବ ମାଗିଛି । ତାଙ୍କୁ ପଚରାଯାଇଛି ଏତେ ଟଙ୍କା କେଉଁଠୁ ଆସିଲା? କାହାର ଥିଲା? କାହିଁକି ରଖାଯାଇଥିଲା?

Also Read: Dhiraj Sahu IT raid: କ'ଣ କଂଗ୍ରେସ ସାଂସଦଙ୍କୁ ଫେରସ୍ତ କରା ଦିଆଯିବ ଜବତ ୩୫୦ କୋଟି ଟଙ୍କା? ଜାଣନ୍ତୁ କ’ଣ ରହିଛି ଆୟକର ନିୟମ

Read More
{}{}