Hindi News >>Home >>Odisha Politics

Congress Candidates List 2024: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ପ୍ରାର୍ଥୀଙ୍କ ପ୍ରଥମ ତାଲିକା, ୩୯ ଜଣକୁ ମିଳଲା ଟିକେଟ୍

Congress Candidates List 2024: କଂଗ୍ରେସର ନିଜର ପ୍ରଥମ ତାଲିକାରେ ୩୯ ଜଣକ ନାମ ପ୍ରକାଶ କରିଛି। ଏଥିମଧ୍ୟରୁ ୱାୟାନାଡରୁ ରାହୁଲ ଗାନ୍ଧୀ, ଥିରୁବନନ୍ତପୁରମର ଶଶି ଥରୁର ଓ ରାଜନନ୍ଦଗାଓଁରୁ ଭୁପେଶ ବାଗେଲଙ୍କୁ ଟିକେଟ୍ ଦିଆଯାଇଛି।  

Advertisement
Congress Candidates List 2024
Congress Candidates List 2024
Zee Odisha Desk|Updated: Mar 08, 2024, 07:43 PM IST
Share

Congress Candidates List 2024: ଲୋକସଭା ନିର୍ବାଚନ ୨୦୨୪ କୁ ଦୃଷ୍ଟିରେ ରଖି କଂଗ୍ରେସ ନିଜର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ୭ ମାର୍ଚ୍ଚରେ ଅନୁଷ୍ଠିତ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ଅନେକ ବଡ଼ ନାମ ସ୍ଥିର କରାଯାଇଥିଲା। ଶୁକ୍ରବାର ଦିନ (୮ ମାର୍ଚ୍ଚ) ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରି କଂଗ୍ରେସ ଏହାକୁ ଅନୁମୋଦନ କରିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କେରଳର ୱାୟନାଡ ଲୋକସଭା ଆସନରୁ ଟିକେଟ୍ ଦିଆଯାଇଛି।

କଂଗ୍ରେସର ପ୍ରଥମ ତାଲିକାରେ ୩୯ ଜଣକ ନାମ ପ୍ରକାଶ ପାଇଛି। ଏଥିମଧ୍ୟରୁ ୱାୟାନାଡରୁ ରାହୁଲ ଗାନ୍ଧୀ, ଥିରୁବନନ୍ତପୁରମର ଶଶି ଥରୁର, ରାଜନନ୍ଦଗାଓଁରୁ ଭୁପେଶ ବାଗେଲ, ମେଘାଳୟର ଭିନ୍ସେଣ୍ଟ ପାଲା ଓତ୍ରିପୁରା ପଶ୍ଚିମରୁ ଆଶିଷ ସାହାଙ୍କ ନାମ ପ୍ରକାଶ ପାଇଛି।

କଂଗ୍ରେସର ୩୯ ଜଣ ପ୍ରାର୍ଥୀଙ୍କ ଏହି ପ୍ରଥମ ତାଲିକାରେ ୧୫ ଜଣ ପ୍ରାର୍ଥୀ ସାଧାରଣ ବର୍ଗର ହୋଇଥିବାବେଳେ ୨୪ ଜଣ ପ୍ରାର୍ଥୀ ପଛୁଆ, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ରହିଛନ୍ତି।

କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକାରେ ଆଉ କିଏ ସ୍ଥାନ ପାଇଛି?
କଂଗ୍ରେସ ପ୍ରଥମ ତାଲିକାରେ ଛତିଶଗଡରୁ ଅଧିକ ପ୍ରାର୍ଥୀ ଦେଇଛି। ସେଥିମଧ୍ୟରୁ ଜାଞ୍ଜିଗରରୁ ଶିବ ଦହରିଆ, କୋରବାର ଜ୍ୟୋତ୍ସନା ମହନ୍ତ, ଦୁର୍ଗରୁ ରାଜେନ୍ଦ୍ର ସାହୁ, ରାୟପୁରର ବିକାଶ ଉପାଧ୍ୟାୟ ଓ ମହସାମୁଣ୍ଡର ତାମ୍ରଦବାଜ ସାହୁଙ୍କୁ ପ୍ରାର୍ଥୀ କରାଯାଇଛି।

Read More
{}{}