Home >>Odisha Politics

Delhi Election Result 2025: ଦିଲ୍ଲୀ ସରକାର ପାଇଁ ଗଣତି ଆରମ୍ଭ, ବିଜେପି ଆଗୁଆ

Delhi Election Result 2025:  ଦିଲ୍ଲୀରେ କିଏ ଗଢ଼ିବେ ସରକାର? ଯୋଗ୍ୟ ଜନସାଧାରଣଙ୍କ ଭୋଟ ତଥା ମତକୁ ଏଥିଲାଗି ଗଣିବା ଆରମ୍ଭ କରିଛନ୍ତି ନିର୍ବାଚନ ଆୟୁକ୍ତ। ଏଥିଲାଗି ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରାରମ୍ଭିକ ହିସାବରେ ଏଥର ଭାରତୀୟ ଜନତା ପାର୍ଟି ଅଧିକ ଜନମତ ପାଇଥିବା ଜଣାପଡ଼ିଛି। ସେହିପରି ଆମ୍‍ ଆଦମୀ ପାର୍ଟିର ଅନେକ ପ୍ରାର୍ଥୀ ପଛୁଆ ଚାଲିଛନ୍ତି।   

Advertisement
Delhi Election Result 2025: ଦିଲ୍ଲୀ ସରକାର ପାଇଁ ଗଣତି ଆରମ୍ଭ, ବିଜେପି ଆଗୁଆ
Narmada Behera|Updated: Feb 08, 2025, 09:33 AM IST
Share

Delhi Election Result 2025:  ଦିଲ୍ଲୀରେ କିଏ ଗଢ଼ିବେ ସରକାର? ଯୋଗ୍ୟ ଜନସାଧାରଣଙ୍କ ଭୋଟ ତଥା ମତକୁ ଏଥିଲାଗି ଗଣିବା ଆରମ୍ଭ କରିଛନ୍ତି ନିର୍ବାଚନ ଆୟୁକ୍ତ। ଏଥିଲାଗି ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରାରମ୍ଭିକ ହିସାବରେ ଏଥର ଭାରତୀୟ ଜନତା ପାର୍ଟି ଅଧିକ ଜନମତ ପାଇଥିବା ଜଣାପଡ଼ିଛି। ସେହିପରି ଆମ୍‍ ଆଦମୀ ପାର୍ଟିର ଅନେକ ପ୍ରାର୍ଥୀ ପଛୁଆ ଚାଲିଛନ୍ତି। 

ସକାଳ ୮ଟାରୁ ଏହି ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ୧୯ଟି ଗଣତି କେନ୍ଦ୍ର ଖୋଲାଯାଇଛି। ଏଠାରେ କଡ଼ା ସୁରକ୍ଷା ଭିତରେ ପ୍ରଥମେ ପୋଷ୍ଟାଲ୍‍ ବ୍ୟାଲଟ ଗଣତି ଆରମ୍ଭ କରାଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଇଭିଏମ୍‍ରେ ରେକର୍ଡ ହୋଇଥିବା ଭୋଟ୍‍। 
ଜାତୀୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିବା ଦିଲ୍ଲୀ ରାଜନୀତି ଉଭୟ ଭାରତୀୟ ଜନତା ପାର୍ଟି, କଂଗ୍ରେସ ଏବଂ ଆଞ୍ଚଳିକ ଦଳ ଆପ୍‍ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମ୍‍ ଆଦ୍‍ମୀ ପାର୍ଟି ଏହି ରାଜ୍ୟରେ ନିଜର ଶାସନକୁ ସୁରକ୍ଷିତ ରଖିବା ପାଇଁ ସଂଗ୍ରାମ କରୁଥିବା ବେଳେ ବିଜେପି ୨୭ ବର୍ଷ ପରେ ପୁଣିଥରେ ଦିଲ୍ଲୀକୁ ଫେରିବା ଲାଗି କସରତ କରିଛି। 

ନିର୍ବାଚନ ରାଜନୀତିରେ ଅନେକ କାଦୁଅ ଫୋପଡ଼ା ପରେ ସମସ୍ତ ୭୦ ଆସନ ଲାଗି ୫ ତାରିଖରେ ଦିଲ୍ଲୀବାସୀଙ୍କ ମତାମତ ସଂଗ୍ରହ କରାଯାଇଥିଲା। ଏହି ମତାମତକୁ ଆଜି ଗଣନା କରାଯାଉଛି। ଏହି ଗଣନା ସମୟର ପ୍ରାର୍ମଭିକ ତଥ୍ୟ ଅନୁସାରେ ବିଜେପି ୪୪ଟି ଆସନରେ ଆଗୁଆ ରହିଛି। ୨୦୨୦ ନିର୍ବାଚନରେ ବିଜେପି ମାତ୍ର ୮ଟି ଆସନରେ ସୀମିତ ଥିଲା। ଯଦି ଏହି ଧାରା ଜାରି ରହେ ତେବେ ବିଜେପିର ଏହା ଭାବମୂର୍ତ୍ତିକୁ ସୁଧାରିବ ବୋଲି ଆଶା କରାଯାଇଛି। 
ଅପରପକ୍ଷେ ୬୨ଟି ଆସନରେ ପ୍ରତିନିଧିତ୍ୱ କରୁଥିବା ଆମ୍‍ ଆଦମୀ ପାର୍ଟି ଏଥର ନିର୍ବାଚନ ଗଣତିର ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫ଟି ଆସନରେ ହିଁ ଆଗୁଆ ରହିଛି। ଅର୍ଥାତ୍‍ ଏହି ଧାରା ଜାରି ରହିଲେ ୩୭ ଆସନ ହରାଇବ ଆପ୍‍। 

କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଥିବା ଦୂରଦର୍ଶନ ପକ୍ଷରୁ କୁହାଯାଇଛି। 
ଦିଲ୍ଲୀ ବିଧାନସଭାରେ ସରକାର ଗଠନ ଲାଗି ୩୬ଟି ଆସନର ଆବଶ୍ୟକତା ରହିଛି। ଗଣତିର ଧାରାକୁ ଦେଖିଲେ ବିଜେପି ଏବେ ଏକକ ସର୍ବବୃହତ ପାର୍ଟି ହେବାକୁ ଯାଉଛି। କିନ୍ତୁ କେଉଁ ଅଞ୍ଚଳରେ ଇଭିଏମ୍‍ କେମିତି ଭୋଟ୍‍ ଦେଉଛି ତାହାକୁ ଅପେକ୍ଷା।

Read More
{}{}