Hindi News >>Home >>Odisha Politics

BJD: ଇସ୍ତଫା ପରେ ଜିଲ୍ଲା ସଭାପତି: ସିମୁଳିଆ ବିଧାୟକଙ୍କୁ ବାଲେଶ୍ୱର ଜିଲ୍ଲା ସଭାପତି

୧ ତାରିଖରେ ଭୋଟ ଦେବାକୁ ଯାଉଥିବା ସିମୁଳିଆରେ ତାଙ୍କ ଇସ୍ତଫା ବଡ଼ ଧରଣର ପ୍ରଭାବ ପକାଇବ ବୋଲି ଆଶଙ୍କା ହୋଇଥିଲା। ଏପରିକି ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା।

Advertisement
BJD: ଇସ୍ତଫା ପରେ ଜିଲ୍ଲା ସଭାପତି: ସିମୁଳିଆ ବିଧାୟକଙ୍କୁ ବାଲେଶ୍ୱର ଜିଲ୍ଲା ସଭାପତି
Prabhudatta Moharana|Updated: May 23, 2024, 11:03 AM IST
Share

BJD: ଭୁବନେଶ୍ୱର: ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଇସ୍ତଫା ପରେ ବିଜୁ ଜନତା ଦଳ ନୂଆ ପଦବୀ ଦେଇଛି। ତାଙ୍କୁ ଦଳର ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଥିବା ଏକ ଅଫିସ ଆଦେଶପତ୍ରରେ କୁହାଯାଇଛି। ଏହାସହ ଜିଲ୍ଲା ସଭାପତି ଥିବା ଅଶ୍ୱିନୀ କୁମାର ପାତ୍ରଙ୍କୁ ରାଜ୍ୟର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ଦିଆଯାଇଛି। 

ଶ୍ରୀ ପାଣିଗ୍ରାହୀ ବିଗତ ଅନେକ ଦିନ ହେଲା ଅସନ୍ତୁଷ୍ଟ ଥିଲେ। ଦୁଇଥର ବିଧାୟକ ହୋଇଥିବା ଶ୍ରୀ ପାଣିଗ୍ରାହୀଙ୍କୁ ଦଳ ଉଚିତ ସମ୍ମାନ ଦେଉ ନଥିବା ଅଭିଯୋଗ କରି ସେ ଦଳରୁ ଇସ୍ତଫା ମଧ୍ୟ ଦେଇଥିବା ଘୋଷଣା କରିଥିଲେ। ଗତକାଲି ଏକ ଭିଡିଓ ବାର୍ତ୍ତାରେ ଶ୍ରୀ ପାଣିଗ୍ରାହୀ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିବା ସହ ଦଳର ଅବହେଳାକୁ ସାମ୍ନାକୁ ଆଣିଥିଲେ। 
ଏହାପରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଏକ ଆଦେଶ ପ୍ରକାଶ କରାଯାଇଛି। ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ଜାରି ହୋଇଥିବା ଏହି ଆଦେଶରେ କୁହାଯାଇଛି, ତତ୍‍କ୍ଷଣାତ୍‍ ତାଙ୍କୁ ଦଳର ଜିଲ୍ଲା ସଭାପତି ଭାବେ  ଅବସ୍ଥାପିତ କରାଯାଇଛି। 

ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିମୁଳିଆ ନିର୍ବାଚନ ମଣ୍ଡଳୀ ରାଜନୀତିକ ଦୃଷ୍ଟି କୋଣରୁ ବେଶ୍‍ ଗୁରୁତ୍ୱ ବହନ କରେ। ଦୀର୍ଘ ବର୍ଷ ହେଲା ଏଠାରେ ଅଣ କଂଗ୍ରେସ ରାଜନୀତିକୁ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ବାପା ପର୍ଶୁରାମ ପାଣିଗ୍ରାହୀ ନିର୍ବାହ କରି ଆସୁଥିଲେ। ତାଙ୍କର ମୃତ୍ୟୁ ପରେ ୨୦୧୪ ଏବଂ ୨୦୧୯  ମସିହାରେ ସିମୁଳିଆରୁ  ଜ୍ୟୋତିପ୍ରକାଶ ତାଙ୍କ ଉତ୍ତରାଧିକାରୀ ଭାବେ ନିର୍ବାଚିତ ହୋଇ ଆସୁଥିଲେ। କିନ୍ତୁ ୨୦୨୪ ନିର୍ବାଚନ ପାଇଁ ତାଙ୍କୁ ବିଜେଡି ଟିକଟ ଦେଇ ନଥିଲା। ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ଜ୍ୟୋତିପ୍ରକାଶ।  ଏପରିକି ସେ ପ୍ରଚାର କାର୍ଯ୍ୟକୁ ବି ଓହ୍ଲାଉ ନଥିଲେ। ଗତକାଲି ତାଙ୍କର ଇସ୍ତଫାକୁ ନେଇ ବାଲେଶ୍ୱରରେ ରାଜନୀତିକ ଚର୍ଚ୍ଚା ବଢ଼ିଥିଲା। ୧ ତାରିଖରେ ଭୋଟ ଦେବାକୁ ଯାଉଥିବା ସିମୁଳିଆରେ ତାଙ୍କ ଇସ୍ତଫା ବଡ଼ ଧରଣର ପ୍ରଭାବ ପକାଇବ ବୋଲି ଆଶଙ୍କା ହୋଇଥିଲା। ଏପରିକି ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା।

Read More
{}{}