Hindi News >>Home >>Odisha Politics

DS Kuttey: ନିଲମ୍ବନ ପରେ ନୂଆଦିଲ୍ଲୀରେ ହାଜର ହେଲେ ଡିଏସ୍‍ କୁଟ୍ଟେ

ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିବାରୁ ସେ କଟକ ଏସ୍‍ସିବି ହସ୍‍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ଘଟଣାର ଏକ ବୁଥ ଭିତରର ଭିଡିଓକୁ ସାର୍ବଜନୀନ କରିଥିଲେ। ଯେଉଁଥିରେ ଶ୍ରୀ ଜଗଦ୍ଦେବଙ୍କୁ ବୁଥ ଭିତରେ ଅପମାନିତ କରାଯିବ ଦେଖିବାକୁ ମିଳିଛି। କିନ୍ତୁ ଇଭିଏମ୍‍ ଭାଙ୍ଗିବା ନେଇ କୌଣସି ସୂଚନା ମିଳି ନାହିଁ।

Advertisement
DS Kuttey: ନିଲମ୍ବନ ପରେ ନୂଆଦିଲ୍ଲୀରେ ହାଜର ହେଲେ ଡିଏସ୍‍ କୁଟ୍ଟେ
Prabhudatta Moharana|Updated: May 30, 2024, 12:51 PM IST
Share

DS Kutey: ଭୁବନେଶ୍ୱର: ନିର୍ବାଚନ କମିଶନଙ୍କ ଆଦେଶ ଅନୁସାରେ ନୂଆଦିଲ୍ଲୀର ଓଡ଼ିଶା ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ନିଲମ୍ବିତ ଆଇପିଏସ୍‍ ଅଧିକାରୀ ଡିଏସ୍‍ କୁଟ୍ଟେ। ସେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥାଇ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା ଅଭିଯୋଗ ପରେ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ତାଙ୍କୁ ୨୮ ତାରିଖ ସନ୍ଧ୍ୟାରେ ନିଲମ୍ବିତ କରିଥିଲେ। 

ନିଲମ୍ବନ ଆଦେଶରେ ନିର୍ବାଚନ କମିଶନର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଆଇଜି ତଥା ଆଇପିଏସ୍‍ ଅଧିକାରୀ ଆଶୀଷ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ବିଶେଷଜ୍ଞ ଦଳ ଗଠନ କରି ଯାଞ୍ଚ ଆରମ୍ଭ କରିଛନ୍ତି। ଆସନ୍ତା କାଲି ଏହି ଛୁଟିରେ ଥିବା ଅଧିକାରୀଙ୍କ ବାବଦରେ କମିଟି ରିପୋର୍ଟ ରଖିବେ। 

ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୁଲିସ ମିଥ୍ୟା ଅଭିଯୋଗରେ ଗିରଫ କରିଥିବା ନେଇ ଅଭିଯୋଗ ହେବା ପରେ ନିର୍ବାଚନ କମିଶନର ପ୍ରାରମ୍ଭିକ ତଦନ୍ତ କରି ଏହି ନିଷ୍ପତ୍ତି ନେଇଥିଲେ। ପ୍ରଶାନ୍ତ ଜଗଦ୍ଦେବ ବୋଲଗଡ଼ରେ  ଇଭିଏମ୍‍ ଭାଙ୍ଗିଥିବା ନେଇ  ବିଜେଡି ଅଭିଯୋଗ କରିଥିଲା। ଏହାକୁ ଆଧାର କରି ତାଙ୍କୁ ଗିରଫ କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିବାରୁ ସେ କଟକ ଏସ୍‍ସିବି ହସ୍‍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ଘଟଣାର ଏକ ବୁଥ ଭିତରର ଭିଡିଓକୁ ସାର୍ବଜନୀନ କରିଥିଲେ। ଯେଉଁଥିରେ ଶ୍ରୀ ଜଗଦ୍ଦେବଙ୍କୁ ବୁଥ ଭିତରେ ଅପମାନିତ କରାଯିବ ଦେଖିବାକୁ ମିଳିଛି। କିନ୍ତୁ ଇଭିଏମ୍‍ ଭାଙ୍ଗିବା ନେଇ କୌଣସି ସୂଚନା ମିଳି ନାହିଁ।

Read More
{}{}