Home >>Odisha Politics

ECI Notice: ନିର୍ବାଚନ କମିଶନଙ୍କ ନୋଟିସ; ହୋର୍ଡିଂ ଉପରେ ରହିବ ମୁଦ୍ରାକର ଓ ପ୍ରକାଶକଙ୍କ ନାଁ

ECI Direction for Political Hoardings: ଏଣିକି ରାଜନୀତିକ ହୋର୍ଡିଂ ଉପରେ ଏଣିକି ମୁଦ୍ରାକର ଓ ପ୍ରକାଶକଙ୍କ ନାଁ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି  ନିର୍ବାଚନ କମିଶନ।

Advertisement
ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ
Zee Odisha Desk|Updated: Apr 10, 2024, 04:58 PM IST
Share

ECI Notice for Political Hoarding: ଭୁବନେଶ୍ୱର: ସହରର ବିଭିନ୍ନ ରାସ୍ତା ଓ ଛକ ସ୍ଥାନମାନଙ୍କରେ ଲାଗୁଥିବା ରାଜନୀତିକ ହୋର୍ଡିଂରେ ଏଣିକି ମୁଦ୍ରାକର ଓ ପ୍ରକାଶକଙ୍କ ନାଁ ରହିବ। ଏହି ସ୍ଥାନମାନଙ୍କରେ ବିନା ପ୍ରକାଶକ ଓ ମୁଦ୍ରାକରଙ୍କ ନାଁରେ ଅନେକ ହୋର୍ଡିଂ ଲଗାଯାଉଥିବାରୁ ନିର୍ବାଚନ କମିଶନ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ସମସ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ମୁଖ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା କୁହାଯାଇଛି। 

ଲୋକପ୍ରତିନିଧି ଆଇନ ୧୯୫୧ ଅନୁସାରେ ପ୍ରତିଟି ଛାପା ଯାଉଥିବା ପ୍ରଚାରପତ୍ର ଯେମିତି ପୋଷ୍ଟର, ଲିଫଲେଟ, ପ୍ଲାକାର୍ଡ, ପାମ୍ପଲେଟ୍‍ ଆଦିକୁ କିଏ ଛାପିଛି, କାହା ତରଫରୁ ଛପାଯାଇଛି ଏହାର ପ୍ରକାଶକ କିଏ ଏବଂ କେତେ ପରିମାଣରେ ଛପା ଯାଇଛି ତାହା ଉଲ୍ଲେଖ କରିବାର ବିଧି ରହିଛି। ଏହାଦ୍ୱାରା ପ୍ରକାଶକ ଏବଂ ପ୍ରାର୍ଥୀଙ୍କ ଦାୟିତ୍ୱବୋଧ ରହିବ। ଯେଉଁ ଖର୍ଚ୍ଚ ପ୍ରଚାର ପାଇଁ ସ୍ଥିର କରାଯାଇଛି ତାହା ନିର୍ଦ୍ଧାରିତ ହୋଇପାରିବ। କିନ୍ତୁ ଅନେକ ସ୍ଥାନରେ ଥିବା ମ୍ୟୁନିସିପାଲିଟି ତଥା ସ୍ଥାନୀୟ ସରକାରଙ୍କ ଦ୍ୱାରା ଲଗାଯାଇଥିବା ହୋର୍ଡିଂରେ ପ୍ରଚାର ପତ୍ର ଲଗାଇବା ବେଳେ ଏହି ନିୟମକୁ ପାଳନ କରାଯାଉ ନଥିବା କମିଶନଙ୍କ ପାଖକୁ ଅଭିଯୋଗ ଆସିବା ପରେ କମିଶନ ପ୍ରତି ରାଜ୍ୟ ସରକାର ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏ ଘଟଣାକୁ ସମ୍ବାଦନଶୀଳତାର ସହ ଗ୍ରହଣ କରିବାକୁ ଆଦେଶ ଦେଇଛନ୍ତି। 

ଏହି ଆଦେଶ ଦ୍ୱାରା ମୁଖ୍ୟ ନିର୍ବାଚନ ଅଧିକାରୀମାନେ ସମ୍ପୃକ୍ତ ମ୍ୟୁନିସିପାଲିଟିକୁ ଏଭଳି ହୋର୍ଡିଂ ଲଗାଇବା ବେଳେ ଠିକଣା ଭାବେ ଆଇନ ପାଳନ କରିବା ଲାଗି ନିର୍ଦ୍ଦେଶ ଦେବେ। ଏହାସହ ପ୍ରତିଟି ରାଜନୀତିକ ଦଳଙ୍କୁ ମଧ୍ୟ ଏ ବାବଦରେ ଅବଗତ କରିବା ଲାଗି ନିର୍ବାଚନ କମିଶନ କହିଛନ୍ତି।

Read More
{}{}