Hindi News >>Home >>Odisha Politics

Odisha Election 2024: ୪ ପ୍ରିଜାଇଡିଂ ଅଫିସର, ୧ ପୁଲିଂ ଅଧିକାରୀ ନିଲମ୍ବିତ, ୨ ହେବେ ଗିରଫ

Odisha Election 2024 : ନିର୍ବାଚନ କକ୍ଷ ଭିତରେ ବିଶୃଙ୍ଖଳିତ ଆଚରଣ ଯୋଗୁ ୫ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ସେଥିରୁ ୪ ଜଣ ପ୍ରିଜାଇଡିଂ ଅଫିସର ରହିଥିବା ବେଳେ ଜଣେ ମତଦାନ ଅଧିକାରୀ ରହିଛନ୍ତି। ଦିନ ୩ଟା ସୁଦ୍ଧା ଭୋଟିଂ ରେକର୍ଡକୁ ବ୍ୟାଖ୍ୟା କରିବା ବେଳେ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି।  

Advertisement
Odisha Election 2024: ୪ ପ୍ରିଜାଇଡିଂ ଅଫିସର, ୧ ପୁଲିଂ ଅଧିକାରୀ ନିଲମ୍ବିତ, ୨ ହେବେ ଗିରଫ
Zee Odisha Desk|Updated: May 13, 2024, 04:37 PM IST
Share

Odisha Election 2024(ଭୁବନେଶ୍ୱର) : ନିର୍ବାଚନ କକ୍ଷ ଭିତରେ ବିଶୃଙ୍ଖଳିତ ଆଚରଣ ଯୋଗୁ ୫ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ସେଥିରୁ ୪ ଜଣ ପ୍ରିଜାଇଡିଂ ଅଫିସର ରହିଥିବା ବେଳେ ଜଣେ ମତଦାନ ଅଧିକାରୀ ରହିଛନ୍ତି। ଦିନ ୩ଟା ସୁଦ୍ଧା ଭୋଟିଂ ରେକର୍ଡକୁ ବ୍ୟାଖ୍ୟା କରିବା ବେଳେ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି।  ଏଥିରୁ ଦୁଇଜଣ ପ୍ରିଜାଇଡିଂ ଅଧିକାରୀଙ୍କୁ ଗିରଫ କରିବା ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଦୁଇ ପ୍ରିଜାଇଡିଂ ଅଧିକାରୀଙ୍କୁ ନିଲମ୍ବନ ସହ ଗିରଫ ପାଇଁ ଆଦେଶ ଦିଆଯାଇଛି ସେମାନେ ହେଲେ, ଛତ୍ରପୁରର ୨୭ର ପ୍ରିଜାଇଡିଂ ଅଧିକାରୀ ଏବଂ  ୧୬୩ ପ୍ରିଜାଇଡିଂ ଅଧିକାରୀ। ସେହିପରି ଗୋପାଳପୁରର ୧୯୩ ନମ୍ବର ବୁଥର ପ୍ରିଜାଇଡିଂ ଅଧିକାରୀଙ୍କୁ ନିଲମ୍ବନ ପାଇଁ କୁହାଯାଇଛି। ଓ୍ୱେବ୍‍ କାଷ୍ଟିଂ ସମୟରେ ସେମାନଙ୍କ ବିଶୃଙ୍ଖଳିତ ଆଚରଣକୁ ଦେଖିଥିଲେ ଭୁବନେଶ୍ୱରରର ନିରୀକ୍ଷଣ ଟିମ୍‍। 

ଦିନ ୩ଟା ସୁଦ୍ଧା ରାଜ୍ୟରେ ମତଦାନ ହାର ବାବଦରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟରେ ସମୁଦାୟ ୫୩ ପ୍ରତିଶତ ଭୋଟିଂ ହୋଇଥିବା ବେଳେ କଳାହାଣ୍ଡିରେ ସର୍ବାଧିକ ୫୮ ପ୍ରତିଶତ ମତଦାନ ହୋଇଛି। ଏହା ପଛକୁ ନବରଙ୍ଗପୁର ଓ କୋରାପୁଟ ଲୋକସଭା ମଣ୍ଡଳୀରେ ୫୬ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ବ୍ରହ୍ମପୁର ଲୋକସଭା ମଣ୍ଡଳୀରେ ସର୍ବନିମ୍ନ ୪୫ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ବିଧାନସଭା  ନିର୍ବାଚନମଣ୍ଡଳୀ ଗୁଡ଼ିକ ଭିତରୁ ସର୍ବାଧିକ ନର୍ଲା ଏବଂ ଝରିଗାଁରେ ଭୋଟ୍‍ ହୋଇଛି। ସେଠାରେ ୬୦ ପ୍ରତିଶତ ଉପରେ ମତଦାନ ରେକର୍ଡ କରାଯାଇଛି। ସବୁଠାରୁ କମ୍‍ ବ୍ରହ୍ମପୁର ବିଧାନସଭା ମଣ୍ଡଳୀରେ ଭୋଟଗ୍ରହଣ ହୋଇଛି। ଏଠାରେ ମତଦାନ ହାର ୩୭.୨୩% ରହିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

Read More
{}{}