Hindi News >>Home >>Odisha Politics

Election 2024: ଆଜି ତୃତୀୟ ପର୍ଯ୍ୟାୟ ଭୋଟ୍ , ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

Election 2024: ଆଜି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଏଥିରେ ଦେଶର ୧୧ଟି ରାଜ୍ୟ ଏବଂ ୯୪ ଟି ଆସନରେ ଭୋଟ୍ ଗ୍ରହଣ ହେବାକୁ ଯାଉଛି।  ଏହି ପର୍ଯ୍ୟାୟରେ  ମୋଟ୍ ୧୧ କୋଟି ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।  ୧୨୦ ମହିଳାଙ୍କ ସମେତ ୧୩୦୦ରୁ ଅଧିକ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ପ୍ରାର୍ଥୀ ଅଛନ୍ତି।

Advertisement
Election 2024: ଆଜି ତୃତୀୟ ପର୍ଯ୍ୟାୟ ଭୋଟ୍ , ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
Narmada Behera|Updated: May 07, 2024, 06:42 AM IST
Share

Election 2024: ଆଜି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଏଥିରେ ଦେଶର ୧୧ଟି ରାଜ୍ୟ ଏବଂ ୯୪ ଟି ଆସନରେ ଭୋଟ୍ ଗ୍ରହଣ ହେବାକୁ ଯାଉଛି।  ଏହି ପର୍ଯ୍ୟାୟରେ  ମୋଟ୍ ୧୧ କୋଟି ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।  ୧୨୦ ମହିଳାଙ୍କ ସମେତ ୧୩୦୦ରୁ ଅଧିକ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ପ୍ରାର୍ଥୀ ଅଛନ୍ତି।

ALSO READ: Weather Update: ଆଜି କାଳବୈଶାଖି ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି!

ତୃତୀୟ ପର୍ଯ୍ୟାୟରେ  ଯେଉଁ ପ୍ରମୁଖ ନେତାଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି ସେମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ(  ଗାନ୍ଧିନଗର) , କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ(ଗୁନା) ,ମନସୁଖ ମାଣ୍ତଭୀୟ(ପୋର ବନ୍ଦର), ପୁରୁଷତ୍ତମ ରୂପାଲା(ରାଜକୋଟ୍), ପ୍ରହଲ୍ଲାଦ୍ ଯୋଶୀ (ଧରଓ୍ବାଡ଼),  ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍(ବିଦିଶା) ପ୍ରମୁଖ ଅଛନ୍ତି। 

ଏହି ପର୍ଯ୍ୟାୟରେ ଗୁଜୁରାଟର ସମସ୍ତ ୨୫ ଆସନ,ମହାରାଷ୍ଟ୍ର ୧୧,ଉତ୍ତରପ୍ରଦେଶର ୧୦,କର୍ଣ୍ଣାଟକର ୧୪ଆସନରେ ଭୋଟ୍ ଗ୍ରହଣ ହେଉଛି।  ଏହା ବ୍ୟତିତ ପଶ୍ଚିମବଙ୍ଗ, ଛତିଶଗଡ଼, ଆସାମ୍ , ବିହାର, ଦାଦ୍ରା ଏବଂ ନଗରହାଭେଳି, ଡାମନ୍ ଏବଂ ଡିୟୁରେ ଭୋଟ୍ ଗ୍ରହଣ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ଗାନ୍ଧୀନଗରରେ ଆସନରେ ମତଦାନ କରିବେ। ଏନେଇ ସେ ସୋମବାର ଦିନ ଗାନ୍ଧୀନଗର ପହଞ୍ଚିଥିବା ଜଣାପଡି଼ଛି।

 

Read More
{}{}