ଭୁବନେଶ୍ୱର: ମିଶନଶକ୍ତି ନିର୍ଦ୍ଦେଶିକା ତଥା ବିଜେଡିର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଭିକେ ପାଣ୍ଡିଆନ୍ଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ୍ଙ୍କୁ ବଦଳି ଆଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ସେ ମିଶନ ଶକ୍ତି ମା’ମାନଙ୍କୁ ବିଜେଡି ପକ୍ଷରେ ଭୋଟ୍ ଦେବା ପାଇଁ ପ୍ରବର୍ତ୍ତାଉଛନ୍ତି ବୋଲି ରାଜ୍ୟ ବିଜେପି ଉଭୟ ରାଜ୍ୟ ଓ କେନ୍ଦ୍ରରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଥିଲା। ଏହା ପରେ ତାଙ୍କୁ ତତ୍କ୍ଷଣାତ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ମିଶନ ଶକ୍ତିର କମିାନର ତଥା ସଚିବ ଥିବା ସୁଜାତାଙ୍କୁ ଜନସମ୍ପର୍କ ନଥିବା ଏକ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି।
କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ସାଂସଦ ସୁଧାଂଶୁ ତ୍ରିବେଦୀ, ଏବଂ ବିଜେପି ସାଧାରଣ ସମ୍ପାଦକ ଓମ୍ ପାଠକ ନିର୍ବାଚନ କମିଶନଙ୍କୁ ଏହି ପରିପ୍ରେକ୍ଷୀରେ ଆଜି ଏକ ଦାବିପତ୍ର ଦେିଥିଲେ। ସୁଜାତା ମିଶନ ଶକ୍ତି ପକ୍ଷରୁ ନିର୍ବାଚନ ସଚେତନତା ସୃଷ୍ଟି ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଜ ପ୍ରଭାବକୁ ବିସ୍ତାର କରି ନିର୍ଦ୍ଦିଷ୍ଟ ରାଜନୀତିକ ଦଳକୁ ପ୍ରଶ୍ରୟ ଦେବା ଲାଗି ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା।