Home >>Odisha Politics

Election Result 2024: ଓଡ଼ିଶା ହେଉଛି ଗେରୁଆ, ଗଣତି ଟ୍ରେଣ୍ଡରେ BJDକୁ ମାତ୍‍ ଦେଉଛି BJP

Election Result 2024: ଏକାମ୍ର ଭୁବନେଶ୍ୱର, ବ୍ରହ୍ମଗିରି, ନିମାପଡ଼ା, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା, ଭଞ୍ଜନଗର, ଖଲିକୋଟ, ଛତ୍ରପୁର, ସୋରଡ଼ା, ଗୋପାଳପୁର, ଚିକିଟି, ପାରଳାଖେମୁଣ୍ଡି ପ୍ରଭୃତି ଆସନରେ ବିଜେପି ନିଜର ପ୍ରଭାବ ବିସ୍ତାର କରିଛି। ଏହାଦ୍‍ୱରା ୬୩ଟି ଆସନରେ ବିଜେପି ଆଗୁଆ ରହିଛି।  

Advertisement
Election Result 2024: ଓଡ଼ିଶା ହେଉଛି ଗେରୁଆ, ଗଣତି ଟ୍ରେଣ୍ଡରେ BJDକୁ ମାତ୍‍ ଦେଉଛି BJP
Zee Odisha Desk|Updated: Jun 04, 2024, 11:31 AM IST
Share

Election Result 2024: ରାଜ୍ୟରେ ବିଧାନସଭା ନିର୍ବାଚନ ଗଣତି ପରିବର୍ତ୍ତନର ଇଙ୍ଗିତ ଦେଉଛି। ପ୍ରଥମ ପର୍ଯ୍ୟାୟରେ ୧୪୭ ଆସନରୁ ୧୨୪ ଆସନରେ ଯେଉଁ ଟ୍ରେଣ୍ଡ ସାମ୍ନାକୁ ଆସୁଛି ସେଥିରେ ବିଜେପି ସଂଖ୍ୟାଧିକ ରହିଛି। ୬୫ ଆସନରେ ବିଜେପି ଆଗୁଆ ରହିଛି। ଶାସକ ବିଜେଡି ୪୫କୁ ଖସି ଆସିଛି। ଅର୍ଥାତ୍‍  ଗଣତି ବାକିଥିବା ୨୯ ଆସନରେ ଯଦି ଏହି ଟ୍ରେଣ୍ଡ ଲାଗୁ ରହେ ତେବେ ମ୍ୟାଜିକ୍‍ ନମ୍ବର ୭୪ ପହଞ୍ଚିବା କିଛି ଅସମ୍ଭବ ନୁହେଁ। 

ବିଜେଡିର ତୁଙ୍ଗ ନେତାମାନେ ପଛୁଆ ଚାଲିଛନ୍ତି। ବିଜେଡିର ଗଡ଼ ଭାବେ ପରିଚିତ ଉପକୂଳ ଓଡ଼ିଶାରେ ବିଜେପିର ପଦ୍ମ ଫୁଟିଥିବା ଲକ୍ଷ୍ୟ କରାଯାଇଛି। ବାଲେଶ୍ୱର ଜିଲ୍ଲାର ନୀଳଗିରି, ସିମୁଳିଆଠାରୁ ଆରମ୍ଭ ରି ଭଦ୍ରକ, ଧାମନଗର, ବିଞ୍ଝାରପୁର, ବଡ଼ଚଣା, ସତ୍ୟବାଦୀ, ପିପିଲି, ଏକାମ୍ର ଭୁବନେଶ୍ୱର, ବ୍ରହ୍ମଗିରି, ନିମାପଡ଼ା, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା, ଭଞ୍ଜନଗର, ଖଲିକୋଟ, ଛତ୍ରପୁର, ସୋରଡ଼ା, ଗୋପାଳପୁର, ଚିକିଟି, ପାରଳାଖେମୁଣ୍ଡି ପ୍ରଭୃତି ଆସନରେ ବିଜେପି ନିଜର ପ୍ରଭାବ ବିସ୍ତାର କରିଛି। ଏହାଦ୍‍ୱରା ୬୩ଟି ଆସନରେ ବିଜେପି ଆଗୁଆ ରହିଛି।

Also Read: Odisha Election 2024: ନବରଙ୍ଗପୁରରେ କଂଗ୍ରେସ ଆଗୁଆ, କଂଗ୍ରେସକୁ ମିଳିପାରେ ଆଉଏକ ସଫଳତା

Read More
{}{}