Hindi News >>Home >>Odisha Politics

ମୁଖ୍ୟମନ୍ତ୍ରୀଙ୍କ ନାଁରେ ଫେକ୍ ଆଇଡି, କେଉଁଟି ସଠିକ ଜାଣନ୍ତୁ...

ଓଡ଼ିଶାର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ ଖୋଲାଯାଇଛି ଫେକ୍‌ ‘X’ ଆକାଉଣ୍ଟ।ଏନେଇ ସ୍ପଷ୍ଟୀକରଣ ଦେଇଛି ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ।

Advertisement
 Chief Minister
Chief Minister
Zee Odisha Desk|Updated: Jun 13, 2024, 07:18 PM IST
Share

ଓଡ଼ିଶାର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ ଖୋଲାଯାଇଛି ଫେକ୍‌ ‘X’ ଆକାଉଣ୍ଟ। ଆଉ ସେହି ଆକାଉଣ୍ଟରେ ଫେକ୍‌ ନ୍ୟୁଜ୍‌ ପୋଷ୍ଟ ହେଉଛି। ଆଜି 5-T ଓ ମୋ ସରକାରକୁ ନେଇ ଏକ ଫେକ୍‌ ନ୍ୟୁଜ ପୋଷ୍ଟ ପରେ ସ୍ପଷ୍ଟୀକରଣ ଦେଇଛି ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଏଥିସହ ଫେକ୍‌ ଓ ପ୍ରକୃତ ଆଇଡିର ହୋମ୍‌ ପେଜ୍‌ ମଧ୍ୟ ତାଙ୍କର ଅଫିସିଆଲ୍ ଆକାଉଣ୍ଟ ରେ ପୋଷ୍ଟ କରାଯାଇଛି।

ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପୋଷ୍ଟ କରିଥିବା ପେଜରୁ ଦେଖିବାକୁ ମିଳିଛି ଦୁଇଟି ପୋଷ୍ଟ।ଫେକ୍‌ ଓ ପ୍ରକୃତ ସମସ୍ତ ତଥ୍ୟ ସମାନ ରହିଥିବା ବେଳେ  ଫେକ୍‌ ଆକାଉଣ୍ଟ @mohanmajhi_BJP ଲେଖାଯାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ‘X’ ଆକାଉଣ୍ଟ ହେଉଛି @MohanModisha। 

ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଫେକ୍‌ ‘X’ ଆକାଉଣ୍ଟରେ 5-T ଓ ମୋ ସରକାର ହଟାଇ ଦିଆଗଲା ବୋଲି ଲେଖାଯାଇଥିଲା। ଏହା ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲା।ଏନେଇ ପରେ ବିଭିନ୍ନ ପ୍ରକାର ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଥିଲା। ଏହା ପରେ ତତ୍ପର ହୋଇଥିଲା ଓଡ଼ିଶା ସରକାର। 5-T ଓ ମୋ ସରକାର ସମ୍ପର୍କିତ ଖବର ପ୍ରକାଶ ପାଇଥିବା ‘X’ ଆକାଉଣ୍ଟଟି ମୁଖ୍ୟମନ୍ତ୍ରୀଙ୍କର ନୁହେଁ ବୋଲି ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସ୍ପଷ୍ଟ କରିଥିଲା।

ତେବେ ଗତକାଲି ( ବୁଧବାର) ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିଥିବା ବେଳେ, ଆଜି(ଗୁରୁବାର) ପ୍ରଥମ ଦିନରୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପାଳନ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟ ଏବେ ସକାରାତ୍ମକ ଦିଗକୁ ପ୍ରତିଫତିଳିତ କରୁଛି।ତେବେ ‌ନୂଆ ସରକାରଙ୍କ ସକାରାତ୍ମକ କାର୍ଯ୍ୟକୁ ଦେଖି ବିରୋଧୀ ପ୍ରତିଶୋଧ ପରାୟଣ ହୋଇ ଏପରି ଫେକ୍ ଆକାଉଣ୍ଟ୍ ଖୋଲିଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି।

Read More
{}{}