Hindi News >>Home >>Odisha Politics

Odisha Election 2024: ବିଜେପିରେ ଯୋଗଦେଲେ ଓଡି଼ଶାର ୩ ହେବିୱେଟ୍‍

Odisha Election 2024: ଆଜି ପୂର୍ବାହ୍ନରେ ଏହି ତିନିଜଣ ଦିଲ୍ଲୀ ଆସିଥିଲେ। ଅପରାହ୍ଣରେ ଆୟୋଜିତ ସଭାରେ ରାଜ୍ୟ ସଭାପତି, ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ନେତାମାନେ ଯୋଗ ଦେଇଥିଲେ।

Advertisement
Odisha Election 2024
Odisha Election 2024
Zee Odisha Desk|Updated: Mar 28, 2024, 03:23 PM IST
Share

ଭୁବନେଶ୍ୱର: ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ସମେତ ପୂର୍ବତନ ବିଜୁ ଜନତା ଦଳର ସାଂସଦ ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ଆଜି ବିଜେପିରେ ଯୋଗ ଦେଇଛନ୍ତି। ପାର୍ଟିର ଦିଲ୍ଲୀ କାର୍ଯ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ସେମାନେ ଦଳରେ ଯୋଗ ଦେଇଛନ୍ତି। ସେମାନଙ୍କୁ ବିଜେପି ବାକିଥିବା ତିନି ଲୋକସଭା ଆସନ ଲାଗି ଟିକଟ ଦେଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ଏକାକୀ ଲଢ଼ିବା ପାଇଁ ସ୍ଥିର କରିବା ପରେ ବିଜେପି ପକ୍ଷରୁ ରାଜ୍ୟରେ ୧୮ଟି ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଯାଜପୁର, କନ୍ଧମାଳ ଏବଂ କଟକ ଆସନ ଲାଗି କୌଣସି ଘୋଷଣା କରାଯାଇ ନାହିଁ। ଏହି ତିନି ଆସନ ଲାଗି ତିନିଜଣ ହେବିଓ୍ୱେଟ୍‍ ଉଚିତ ମନେ କରିଛି ବିଜେପି। 

 

ସୂଚନା ଅନୁସାରେ କଟକ ସାଂସଦ ଭର୍ତ୍ତୃହରି ମହତାବ ଏଥର ବିଜେପି ଟିକଟରେ କଟକରୁ ଲଢ଼ିବେ। ସେହିପରି ପୂର୍ବତନ ବିଜେଡି ସାଂସଦ ତଥା ପରିଚିତ ଅଭିନେତା ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପରେ ଯାଜପୁରରୁ ସାଂସଦ ପାଇଁ ଲଢ଼ିପାରନ୍ତି। ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରାଙ୍କୁ ସାଂସଦ ଅଚ୍ୟୁତ ସାମନ୍ତଙ୍କ ବିରୁଦ୍ଧରେ କନ୍ଧମାଳରୁ ପାର୍ଟି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। 

ଦମୟନ୍ତୀଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ। ସେ ଜଣେ ଉଚ୍ଚକୋଟୀର ସାନ୍ତାଳୀ ଭାଷା ଲେଖିକା। ତାଙ୍କୁ ସାହିତ୍ୟ  ଏକାଡେମୀ ସମ୍ମାନ ସହ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି। 

ପୂର୍ବାହ୍ନଣରେ ଏହି ତିନିଜଣ ଦିଲ୍ଲୀ ଆସିଥିଲେ। ଅପରାହ୍ଣରେ ଆୟୋଜିତ ସଭାରେ ରାଜ୍ୟ ସଭାପତି, ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ନେତାମାନେ ଯୋଗ ଦେଇଥିଲେ।

Read More
{}{}