Hindi News >>Home >>Odisha Politics

Haryana Politics: ବହୁମତ ପରୀକ୍ଷାରେ ପାସ ହେଲେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟାବ ସିଂହ ସୈନୀ

Haryana Chief Minister Nayab Saini: ହରିୟାଣ ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିବାର ଦିନକ ପରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିଛନ୍ତି ନାୟାବ ସିଂହ ସୈନୀ। 

Advertisement
Haryana Politics: ବହୁମତ ପରୀକ୍ଷାରେ ପାସ ହେଲେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟାବ ସିଂହ ସୈନୀ
Zee Odisha Desk|Updated: Mar 13, 2024, 05:42 PM IST
Share

New Haryana Chief Minister Clears Floor Test: ପଦଭାର ଗ୍ରହଣ କରିବାର ଦିନକ ପରେ ବିଧାନସଭା ବହୁମତ ସାବ୍ୟସ୍ତ କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ନାୟାବ ସିଂହ ସୈନୀ। ଦୁଷ୍ମ୍ୟନ୍ତ ଚୌତାଲାଙ୍କ ନେତୃତ୍ୱାଦିନ ଜନନାୟକ ଜନତା ପାର୍ଟି ସହ ମେଣ୍ଟ ଭାଙ୍ଗିବା ପରେ ସରକାର ଗଠନ ଲାଗି ଆବଶ୍ୟକୀୟ ବହୁମତ ସାବ୍ୟସ୍ତ କରିଛି ବିଜେପି। ମାର୍ଚ୍ଚ ୧୨ ତାରିଖ ମଙ୍ଗଳବାର ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ରାଜ୍ୟ ବିଜେପି ଅଧ୍ୟକ୍ଷ ନାୟାବ ସିଂହ ସୈନୀ।

ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟାବ ସିଂହ ସୈନୀ କହିଛନ୍ତି ଯେ ମୁଁ ଏକ ନମ୍ର ପରିବାର ପୃଷ୍ଠଭୂମିରୁ ଆସିଛି। ମୋ ପରିବାରରେ କେହି ରାଜନୀତିରେ ନାହାଁନ୍ତି। ମୁଁ କେବଳ ବିଜେପି ଦଳର ଜଣେ ଦଳୀୟ କର୍ମୀ। ଆଜି ମୋତେ ଏତେ ବଡ ସୁଯୋଗ ଦିଆଯାଇଛି। ମୁଁ ନିଶ୍ଚୟ କହିବି ଯେ ଏହା କେବଳ ଗୋଟିଏ ଦଳରେ ସମ୍ଭବ ହୋଇପାରେ। ମୁଁ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବହୁତ କିଛି ଶିଖିଛି। 

ବିଗତ ୪୮ ଘଣ୍ଟା ମଧ୍ୟରେ ହରିୟାଣା ସରକାରରେ ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ବରିଷ୍ଠ ବିଜେପି ନେତା ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ତାଙ୍କ କ୍ୟାବିନେଟ ଭଙ୍ଗ କରିଥିଲେ। ତାଙ୍କ ମନ୍ତ୍ରୀମଣ୍ଡଳରେ ଜନ ନାୟକ ଜନତା ପାର୍ଟି ପାର୍ଟି ପକ୍ଷରୁ ୩ ଜଣ ବିଧାୟକ ସାମିଲ ହୋଇଥିଲେ। 

ଗତ ୨୦୧୯ ହରିୟାଣା ବିଧାନସଭା ନିର୍ବାଚନ ପରେ ଗଠିତ ହୋଇଥିଲା ବିଜେପି-ଜେଜେପି ମେଣ୍ଟ। ହେଲେ ଉଭୟ ଦଳ ମଧ୍ୟରେ ହୋଇଥିବା ମେଣ୍ଟ ଭାଙ୍ଗିଯିବାରୁ ମନୋହର ଲାଲ ଖଟ୍ଟର ସରକାର ଗାଦିଚ୍ୟୁତ ହୋଇଥିଲା। ଏହି ନିର୍ବାଚନରେ ବିଜେପି ଏକକ ସର୍ବବୃହତ ଦଳ ଭାବେ ଉଭା ହୋଇଥିଲା। ହେଲେ ସରକାର ଗଠନ ଲାଗି ଆବଶ୍ୟକୀୟ ବହୁମତ ଠାରୁ ୬ ସିଟ୍ କମ ପାଇଥିଲା। ମନୋହର ଲାଲ ଖଟ୍ଟରଙ୍କ ଇସ୍ତଫା ପରେ ନାୟାବ ସିଂହ ସୈନୀଙ୍କୁ ହରିୟାଣା ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଇଥିଲା। 

ଗତକାଲି ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିବା ପରେ ଆଜି ବିଧାନସଭା ବହୁମତ ସାବ୍ୟସ୍ତ କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ନାୟାବ ସିଂହ ସୈନୀ। ବିଧାନସଭାରେ ନିଜର ଅଭିଭାଷଣ ରଖି ସେ କହିଛନ୍ତି ଯେ ମନୋହର ଲାଲ ଖଟ୍ଟର ଜଣେ ସାଧୁ। ସେ ରାଜ୍ୟକୁ ବହୁତ କିଛି ଦେଇଛନ୍ତି। ଗରିବ ଲୋକ କିପରି ସରକାରୀ ଯୋଜନା ଦ୍ୱାରା ଉପକୃତ ହେବେ ସେ ନେଇ କାମ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୦୧୫ ବର୍ଷରେ "ବେଟି ବଚାଓ, ବେଟି ପଢାଓ" କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ କିପରି ସଫଳତ ହେବ ତାହା ନିଶ୍ଚିତ କରିବାକୁ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଏହାକୁ ପ୍ରତିଶୃତି ଭାବେ ଗ୍ରହଣ କରିଥିଲେ।

Read More
{}{}