Hindi News >>Home >>Odisha Politics

Chaudhary Birender Singh: ୧୦ ବର୍ଷ ପରେ ଚୌଧୁରୀ ବୀରେନ୍ଦ୍ର ସିଂହଙ୍କ ଘରବାହୁଡ଼ା

Birender Singh return to Congress after 10 years: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡି଼ କଂଗ୍ରେସକୁ ଫେରିଛନ୍ତି ଚୌଧୁରୀ ବୀରେନ୍ଦ୍ର ସିଂହ।

Advertisement
Chaudhary Birender Singh: ୧୦ ବର୍ଷ ପରେ ଚୌଧୁରୀ ବୀରେନ୍ଦ୍ର ସିଂହଙ୍କ ଘରବାହୁଡ଼ା
Zee Odisha Desk|Updated: Apr 09, 2024, 04:07 PM IST
Share

Chaudhary Birender Singh return to Congress: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ହରିୟାଣାରେ ବିଜେପିକୁ ଲାଗିଛି ଏକ ଜବରଦସ୍ତ ଝଟକା। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ବୀରେନ୍ଦ୍ର ସିଂହ ପୁଣିଥରେ କଂଗ୍ରେସରେ ଯୋଗ ଦେଇଛନ୍ତି। ଗତ ୨୦୧୪ ବର୍ଷରେ ବୀରେନ୍ଦ୍ର ସିଂହ କଂଗ୍ରେସ ଛାଡ଼ି ବିଜେପି ହାତ ଧରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳି କାର୍ଯ୍ୟକାଳରେ ସେ ଇସ୍ପାତ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ପଦଭାର ଗ୍ରହଣ କରିଥିଲେ।

ବୀରେନ୍ଦ୍ର ସିଂହଙ୍କ ସମେତ ତାଙ୍କ ପତ୍ନୀ ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ଅବସରରେ ହରିୟାଣା କଂଗ୍ରେସର ପୁରୁଖା ନେତା ଭୁପେନ୍ଦ୍ର ସିଂହ ହୁଡ୍ଡା, ରଣଦୀପ ସୁର୍ଜେୱାଲା, କୁମାରୀ ଶୈଲଜାଙ୍କ ସମେତ ଅନ୍ୟ ନେତା ଉପସ୍ଥିତ ରହିଥିଲେ। ଏହା ପୂର୍ବରୁ ବୀରେନ୍ଦ୍ର ସିଂହଙ୍କ ପୁଅ ତଥା ହିସାର ସାଂସଦ ବୃଜେନ୍ଦ୍ର ସିଂହ ବିଜେପି ଛାଡି କଂଗ୍ରେସ ହାତ ଧରି ସାରିଛନ୍ତି।

କାହିଁକି କଂଗ୍ରେସକୁ ଫେରିଲେ ଚୌଧୁରୀ ବୀରେନ୍ଦ୍ର ସିଂହ? 
କଂଗ୍ରେସରେ ଯୋଗଦାନ କରିବା ପରେ ଚୌଧରୀ ବୀରେନ୍ଦ୍ର ସିଂହ କହିଛନ୍ତି ଯେ, ଯଦି ଆପଣ ମୋତେ ପଚାରନ୍ତି ଯେ ମୁଁ କାହିଁକି କଂଗ୍ରେସକୁ ଫେରିଲି, ତାହେଲେ ଏହି ପ୍ରଶ୍ନର ମୁଁ ଦୁଇଟି ଉତ୍ତର ରଖିବି। ପ୍ରଥମ କଥା ହେଉଛି ଅନେକ ସହକର୍ମୀ ମୋ ଗାଡ଼ିରେ ଘରବାହୁଡ଼ା ଷ୍ଟାର ଲଗାଇଛନ୍ତି। ଯଦିଓ ମୋର ଘର ବାହୁଡ଼ା ହୋଇଛି। ହେଲେ ଘରବାହୁଡ଼ା ସହ ବିଚାରଧାରା ମଧ୍ୟ ଫେରିଆସିଛି। ମୁଁ ମୋର ବିଶ୍ୱାସ ଅନୁସରଣ କରିଥିବାରୁ ମୁଁ ଏକଥା କହୁଛି। 

ଚୌଧୁରୀ ବୀରେନ୍ଦ୍ର ସିଂହ କହିଛନ୍ତି ଯେ ଯେତେବେଳେ ମୁଁ କହିଥିଲି ଯେ ମୁଁ କଂଗ୍ରେସ ଯାଇ ମୋ କଥା କହିବି, ସେତବେଳେ ମୁଁ ପ୍ରଥମ ଥର ପାଇଁ ଜୟରାମ ରମେଶଙ୍କ ସହ ଯୋଗାଯୋଗ କରିଥିଲି। ଯେତେବେଳେ ମୁଁ କହିଥିଲି, ତାଙ୍କ କଥା ଏହି ଦେଶର ରାଜନୀତିରେ ଆବଶ୍ୟକ ଥିଲା। ସେ କହିଛନ୍ତି ଯେ ଅବଶ୍ୟ ଆପଣ ବିରୋଧି ଦଳରେ ଅଛନ୍ତି, ହେଲେ ବିଜେପିରେ ଆପଣଙ୍କ ଉପସ୍ଥିତି ସୀମିତ ରହିଥିଲା। ଆପଣ କୌଣସି ପାର୍ଟି ବିଷୟରେ ଛୋଟ କଥା କହିନାହାଁନ୍ତି। ଗଣତନ୍ତ୍ର ସହିତ ଜଡିତ ଲୋକ ନିଜକୁ ବଡ଼ ନେତା ବୋଲି କୁହନ୍ତି। ସେମାନେ କିଛି ବିଶ୍ୱାସ ଏବଂ ସମ୍ମାନ ରକ୍ଷା କରିବା ଆବଶ୍ୟକ। ଯଦି ଆମେ ଏହି ବିଶ୍ୱାସ କରିବା ତାହେଲେ ଯାଇ ଆମ ଦେଶ ଶକ୍ତିଶାଳୀ ହେବ। ମୋର ଘରବାହୁଡ଼ା ସହ ମୋ ବିଚାରଧାରା ମଧ୍ୟ ଫେରିଆସିଛି।

ପରିବାରବାଦକୁ ନେଇ ବିଜେପି ସମ୍ପର୍କରେ କ'ଣ କହିଲେ ଚୌଧୁରୀ ବୀରେନ୍ଦ୍ର ସିଂହ?
କଂଗ୍ରେସକୁ ଫେରିବା ଅବସରରେ ବୀରେନ୍ଦ୍ର ସିଂହ ପରିବାରବାଦ ପ୍ରସଙ୍ଗରେ ବିଜେପିକୁ ଘେରିଥିଲେ। ଏନେଇ ସେ କହିଛନ୍ତି ଯେ ବିଜେପିର ପରିବାରବାଦ ହେଉଛି ୧୪୦ କୋଟିର ପରିବାରବାଦ ଯଦି ଆମେ ଭାଇ-ଭଉଣୀ ତାହେଲେ ସେମାନେ ପରିବାରବାଦ ପ୍ରସଙ୍ଗରେ ଆମକୁ ଟାର୍ଗେଟ କରୁଛନ୍ତି। ଆମେ ହରିୟାଣା ଲୋକଙ୍କୁ ସାଥ୍ ଦେଇଥିଲୁ। ବିଗତ ୧୦ ବର୍ଷ ମଧ୍ୟରେ ହରିୟାଣାରେ ବିଜେପି କାହାକୁ ନିଜର କରିନାହିଁ।

ମୋଦି ସରକାର ଅଧିନରେ ୨ ବର୍ଷ ମନ୍ତ୍ରୀ ରହିଥିଲେ ବୀରେନ୍ଦ୍ର ସିଂହ 
ଗତ ୨୦୧୪ ଅଗଷ୍ଟ ମାସରେ ବୀରେନ୍ଦ୍ର ସିଂହ କଂଗ୍ରେସ ଛାଡ଼ି ବିଜେପି ହାତ ଧରିଥିଲେ। ଏହା ପରେ ସେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ଏହା ପରେ ସେ ବିଜେପି ପକ୍ଷରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଗତ ୨୦୧୪ ବର୍ଷରୁ ୨୦୧୬ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳି କାର୍ଯ୍ୟକାଳରେ ସେ ଇସ୍ପାତ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ  ହୋଇଥିଲେ। ଏହା ପରେ ପୁଣି ଥରେ ଗତ ୨୦୧୬ ବର୍ଷରେ ପୁନର୍ବାର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ବୀରେନ୍ଦ୍ର ସିଂହ।

Read More
{}{}