Home >>Odisha Politics

General Election 2024: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୩ ପ୍ରାର୍ଥୀପତ୍ର ନାକଚ, ମଇଦାନରେ ୨୪୩ ପ୍ରାର୍ଥୀ

ଜୟପୁର, ଲକ୍ଷ୍ମୀପୁର, ଭବାନୀପାଟଣା ଓ ଧର୍ମଗଡ ଆସନ ପାଇଁ ୧୧ ଜଣ ଏବଂ ଛତ୍ରପୁର, ଗୋପାଳପୁର, ରାୟଗଡ଼ା ଓ ପାରଳାଖେମୁଣ୍ଡି ଆସନ ପାଇଁ ୧୦ ଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବା ନେଇ ସ୍ପଷ୍ଟ ହୋଇଯାଇଛି ।

Advertisement
General Election 2024: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୩ ପ୍ରାର୍ଥୀପତ୍ର ନାକଚ, ମଇଦାନରେ ୨୪୩ ପ୍ରାର୍ଥୀ
Prabhudatta Moharana|Updated: May 01, 2024, 07:03 AM IST
Share

General Election 2024: ଭୁବନେଶ୍ୱର:   ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ୧୩ ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହୋଇଛି। ଏହାଦ୍ୱାରା ୨୮ ବିଧାନସଭା ଲାଗି ୨୪୩ ପ୍ରାର୍ଥୀ ଅବତୀର୍ଣ୍ଣ ହେବ। ଏମାନଙ୍କ ନାଁ ଓ ଚିହ୍ନକୁ ଇଭିଏମ୍‍ରେ ସୂଚୀତ କରାଯିବ। ପ୍ରାର୍ଥୀପତ୍ର ଯାଞ୍ଚ ପରେ ଏହା ସ୍ପଷ୍ଟ ହୋଇଛି। 

ଆସନ୍ତା ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ତଥା ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ ହେବ। ଏଥିନେଇ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ଆଶାୟୀ ପ୍ରାର୍ଥୀମାନେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ।  ୨୮ ବିଧାନସଭା ଆସନ ଲାଗି ସମୁଦାୟ ୨୫୬ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର ପରା ରହିଥିଲା। ଏହାକୁ ରିଟର୍ଣ୍ଣିଂ ଅଧିକାରୀମାନେ ନିର୍ଦ୍ଧାରିତ ନିୟମ ଆଧାରରେ ଯାଞ୍ଚ କରିଥିଲା। ଏହି ଯାଞ୍ଚ ଆଧାରରେ ୧୩ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି। 

ଗତ ୧୮ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ୨୫ ତାରିଖରେ ଶେଷ ହୋଇଥିଲା । ଗତ ୨୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ୨୫୬ ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର ବୈଧ ରହିଥିଲା । ତେବେ ୨୯ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବାବେଳେ ୧୩ ଜଣ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ଜଣାପଡ଼ିଛି । ଅତଏବ ୨୮ ବିଧାନସଭା କ୍ଷେତ୍ର ପାଇଁ ମୋଟ ୨୪୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଥିବା ନେଇ ସ୍ପଷ୍ଟ ହୋଇଛି । ୨୪୩ ପ୍ରାର୍ଥୀଙ୍କ ମଧ୍ୟ ବ୍ର୍‌ହ୍ମପୁର ବିଧାନସଭା ପାଇଁ ସର୍ବାଧିକ ୧୭ ଜଣ ପ୍ରାର୍ଥୀ ରହିଛନ୍ତି । ସେହିପରି ଦିଗପହଣ୍ଡି ଆସନ ପାଇଁ ୧୩ ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ନର୍ଲା, ଗୁଣପୁର, କୋରାପୁଟ ଆସନ ପାଇଁ ୧୨ ଜଣ ଲେଖାଏଁ ପ୍ରାର୍ଥୀ ରହିଛନ୍ତି । ଜୟପୁର, ଲକ୍ଷ୍ମୀପୁର, ଭବାନୀପାଟଣା ଓ ଧର୍ମଗଡ ଆସନ ପାଇଁ ୧୧ ଜଣ ଏବଂ ଛତ୍ରପୁର, ଗୋପାଳପୁର, ରାୟଗଡ଼ା ଓ ପାରଳାଖେମୁଣ୍ଡି ଆସନ ପାଇଁ ୧୦ ଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବା ନେଇ ସ୍ପଷ୍ଟ ହୋଇଯାଇଛି ।

Read More
{}{}