Hindi News >>Home >>Odisha Politics

Kerala Politics: ନିର୍ବାଚନ ବେଳେ ରାଲି ଗାଏବ ହୋଇଗଲା କଂଗ୍ରେସ ପତାକା; ପ୍ରଶ୍ନ ଉଠାଇଲେ କେରଳ ମୁଖ୍ୟମନ୍ତ୍ରୀ

Kerala CM Pinarayi Vijayan: ରାହୁଲ ଗାନ୍ଧୀଙ୍କ ରାଲି ବେଳେ କଂଗ୍ରେସ-ଆଇୟୁଏମ୍ଏଲ୍ ପତାକା ଗାଏବ ହେବାକୁ ନେଇ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ପ୍ରଶ୍ନ ଉଠାଇଛନ୍ତି।   

Advertisement
 Kerala Politics: ନିର୍ବାଚନ ବେଳେ ରାଲି ଗାଏବ ହୋଇଗଲା କଂଗ୍ରେସ ପତାକା; ପ୍ରଶ୍ନ ଉଠାଇଲେ କେରଳ ମୁଖ୍ୟମନ୍ତ୍ରୀ
Zee Odisha Desk|Updated: Apr 04, 2024, 07:00 PM IST
Share

Pinarayi Vijayan Targets Rahul Gandhi: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳ ୱାୟନାଡ଼ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବୁଧବାର ରାହୁଲ ଗାନ୍ଧୀ ତାଙ୍କର ନାମାଙ୍କନ ଦାଖଲ କରିବା ସହ ନିର୍ବାଚନ ପ୍ରଚାର ମଧ୍ୟ ଆରମ୍ଭ କରିଛନ୍ତି। ଏହି ଅବସରରେ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ପ୍ରଚାରକୁ ତାଙ୍କୁ ଟାର୍ଗେଟ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ। ୱାୟାନାଡ ଠାରେ ରାହୁଲ ଗାନ୍ଧୀଙ୍କ ରୋଡ୍ ସୋ’ କାର୍ଯ୍ୟକ୍ରମ ତାଙ୍କ ଦଳ କଂଗ୍ରେସ ସହ ଏବଂ ମେଣ୍ଟ ସହଯୋଗୀ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମ୍ଏଲ୍) ପତାକା ଗାଏବ ହେବାକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟନ ପ୍ରଶ୍ନ ଉଠାଇଛନ୍ତି। ଏନେଇ ସେ କହିଛନ୍ତି ଯେ କଂଗ୍ରେସ ଏପରି ସ୍ତରକୁ ଆସିଯାଇଛି ଯେପରି ସାମ୍ପ୍ରଦାୟିକ ଶକ୍ତିକୁ ଭୟ କରୁଛି। କେବଳ ସେତିକି ନୁହେଁ କେରଳ ମୁଖ୍ୟମନ୍ତ୍ରୀ ଅନ୍ୟ ଅନେକ କେତେକ ପ୍ରସଙ୍ଗ ଉଠାଇଛନ୍ତି। କଂଗ୍ରେସ ଏଥର ନିଜର ପତାକା ବ୍ୟବହାର ନକରି କେଉଁ ଶିକ୍ଷା ଲାଭ କରିଛି ତାହା ମଧ୍ୟ ଜାଣିରଖନ୍ତୁ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ୱାୟାନାଡ ଠାରେ ନାମାଙ୍କନ ଦାଖଲ କରିବା ସମୟରେ ଏକ ରୋଡ୍ ସୋ ଆୟୋଜନ କରି ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଏହାର ଗୋଟିଏ ଦିନ ପରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ କହିଛନ୍ତି ଯେ ସାମ୍ପ୍ରଦାୟିକ ଶକ୍ତିକୁ (ବିଜେପି) ଭୟ କରୁଥିବାରୁ ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ଏହାର ମେଣ୍ଟ ସହଯୋଗୀ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମ୍ଏଲ୍) ପତାକା ପ୍ରଦର୍ଶିତ କରିନାହିଁ। ମୁଖ୍ୟମନ୍ତ୍ରୀ ବିଜୟନ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ନେଇଥିବା ପଦକ୍ଷେପ ଦର୍ଶାଉଛି ଯେ ସେମାନେ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ ଭୋଟ୍ ଚାହୁଁଛନ୍ତି ହେଲେ ଆଇୟୁଏମ୍ଏଲ୍ ପତାକା ଚାହୁଁନାହାଁନ୍ତି।

ସାମ୍ପ୍ରଦାୟିକ ଶକ୍ତିକୁ ଭୟ କରୁଛି କଂଗ୍ରେସ: କେରଳ ମୁଖ୍ୟମନ୍ତ୍ରୀ
କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଦାବି କରିଛନ୍ତି ଯେ କଂଗ୍ରେସ ଏଭଳି ସ୍ତରକୁ ଆସିଛି ଯେଉଁଠି ଦଳ ସାମ୍ପ୍ରଦାୟିକ ଶକ୍ତିକୁ ଭୟ କରୁଛି। ଏଥର ପତାକା ଦୃଶ୍ୟମାନ ହେଉନାହିଁ। କାରଣ ଗତ ୨୦୧୯ ଲୋକସଭା ନିର୍ବାଚନରେ ​​ବିଜେପି,  ଆଇୟୁଏମ୍ଏଲ୍ ପତାକାକୁ ନେଇ କଂଗ୍ରେସ ବିରୋଧରେ ବର୍ଷିଥିଲା। ସେତେବେଳେ ବିଜେପି ନେତା ଅମିତ ଶାହ ରାହୁଲ ଗାନ୍ଧୀଙ୍କ କେରଳ ୱାୟନାଡ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନେଇ ସମାଲୋଚନା କରିଥିଲେ। ଏନେଇ ଅମିତ ଶାହ କହିଥିଲେ ଯେ ୱାୟନାଡ ଠାରେ ଏକ ରାଲି କରିବା ସମୟରେ ଏହା ଭାରତ ନାଁ ପାକିସ୍ତାନ ତାହା ଚିହ୍ନିବା କଷ୍ଟସାଧ୍ୟ ହୋଇପଡ଼ିଛି।

କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଇସାରା ରାହୁଲ ଗାନ୍ଧୀଙ୍କ ରୋଡ୍ ସୋ ଉପରେ ରହିଥିବାର ସ୍ପଷ୍ଟ ହୋଇଯାଇଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ ଦଳର ସବୁଜ ରଙ୍ଗର ପତାକା କଥା କହିଥିଲେ। କଂଗ୍ରେସ ଏହାର ପତାକା ପଛରେ ରହିଥିବା ଇତିହାସ ଏବଂ ବଳିଦାନକୁ ଭୁଲି ଯାଇଥିବା ପରି ମନେ ହେଉଛି। ଏପରି ଲାଗୁଛି ଯେ ଯେପରି କଂଗ୍ରେସ ସଂଘ ପରିବାର ଚାହିଁବା ଅନୁସାରେ ଦଳର ତ୍ରିରଙ୍ଗା ପତାକା ଛାଡି଼ବାକୁ ଇଚ୍ଛା କରୁଛି।

ଆପଣଙ୍କୁ କହି ରଖୁଛୁ ଯେ ଏହା ସତ୍ୟ ଯେ ଏଥର ରାହୁଲ ଗାନ୍ଧୀ ୱାୟନାଡ ଲୋକସଭା ଆସନରେ କରିଥିବା ରୋଡ୍ ସୋ ସମୟରେ କଂଗ୍ରେସ କିମ୍ବା  ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ ପାର୍ଟି ପତାକା ଦେଖିବାକୁ ମିଳି ନଥିଲା। ନିର୍ବାଚନ ପ୍ରଚାର ବେଳେ ଉଭୟ ଦଳର ପତାକା ଅନୁପସ୍ଥିତ ରହିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହା ସହିତ ଗତ ୨୦୧୯ ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧୀଙ୍କ ରୋଡ୍ ସୋ ସମୟରେ ଆଇୟୁଏମ୍ଏଲ୍ ପତାକା ସଂଖ୍ୟା କଂଗ୍ରେସ ତୁଳନାରେ ଅଧିକ ରହିଥିଲା। ଯାହାକୁ ନେଇ ବିଜେପି କଂଗ୍ରେସ ବିରୋଧରେ ବର୍ଷିଥିଲା।

Read More
{}{}