Hindi News >>Home >>Odisha Politics

Lok Sabha Election 2024: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

Congress Lok Sabha Candidate List 2024: ୨୦୨୪ ଲୋକସଭା ନିର୍ବାଚନ ପାଇଁ ମାର୍ଚ୍ଚ ୧୨ ତାରିଖ ମଙ୍ଗଳବାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ। ଦ୍ୱିତୀୟ ପ୍ରାର୍ଥୀ ତାଲିକାରେ ମୋଟ ୪୩ ଜଣ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।  

Advertisement
Lok Sabha Election 2024: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
Zee Odisha Desk|Updated: Mar 12, 2024, 08:07 PM IST
Share

Congress 2nd Candidate List Announced: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ। ଦ୍ୱିତୀୟ ପ୍ରାର୍ଥୀ ତାଲିକାରେ ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ନକୁଲ ନାଥଙ୍କୁ ଛିନ୍ଦୱାଡ଼ା ଏବଂ ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତଙ୍କ ପୁଅ ବୈଭବ ଗେହଲୋତଙ୍କୁ ଜାଲୌର ଆସନରୁ ପ୍ରାର୍ଥୀ କରିଛି ଦଳ। ଏହି ତାଲିକାରେ ମୋଟ ୪୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।

ଜୋରହାଟ ଆସନରୁ ନିର୍ବାଚନ ଲଢିବେ ଗୌରବ ଗୋଗେଇ
କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ, କୋଷାଧ୍ୟକ୍ଷ ଅଜୟ ମାକେନ୍ ଏବଂ ମିଡିଆ ବିଭାଗ ଦାୟିତ୍ୱରେ ରହିଥିବା ପୱନ ଖେଡା ଦଳୀୟ ମୁଖ୍ୟାଳୟରେ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛନ୍ତି। ଏହି ତାଲିକାରେ ଆସାମର ୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଏହା ମଧ୍ୟରୁ ଲୋକପ୍ରିୟ ନାମ ହେଉଛି ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ଉପନେତା ରହିଥିଥିବା ଗୌରବ ଗୋଗୋଇ। ଯିଏ ଜୋରହାଟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେହିପରି ରକିବୁଲ ହାସନ ଧୁବ୍ରି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଛିନ୍ଦୱାଡ଼ା ଆସନରୁ ଲଢିବେ ନକୁଲ ନାଥ 
ଦ୍ୱିତୀୟ ପ୍ରାର୍ଥୀ ତାଲିକାରେ ଗୁଜୁରାଟର ୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶରୁ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ବଡ ନାମ ହେଉଛି ନକୁଲ ନାଥ। ଯିଏ ଛିନ୍ଦୱାଡ଼ା ଆସନରୁ ନିର୍ବାଚନ ଲଢିବେ। ନକୁଲ ନାଥ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁଅ।

ଜାଲୌର ଆସନରୁ ଲଢିବେ ବୈଭବ ଗେହଲୋତ
ସେହିପରି ରାଜସ୍ଥାନର ୧୦ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ। ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ମନା କରିବା ପରେ ତାଙ୍କ ପୁଅ ବୈଭବ ଗେହଲୋତଙ୍କୁ ଜାଲୌର ଆସନରୁ ପ୍ରାର୍ଥୀ କରିଛି କଂଗ୍ରେସ। ଉତ୍ତରାଖଣ୍ଡର ୩ ଏବଂ ଦାମନ-ଡ଼ିୟୁ କେନ୍ଦ୍ର ଶାସିତ ଅଞ୍ଚଳରେ ଗୋଟିଏ-ଗୋଟିଏ ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ।

ବର୍ତ୍ତମାନ ପର୍ଯ୍ୟନ୍ତ ୨ ପ୍ରାର୍ଥୀ ତାଲିକା ଜାରି କରିସାରିଛି କଂଗ୍ରେସ
ଆପଣଙ୍କୁ କହି ରଖୁଛୁ ଯେ ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ୨ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି। ପ୍ରଥମ ତାଲିକାରେ ଦକ୍ଷିଣ ଭାରତୀୟ ରାଜ୍ୟର ଅଧିକାଂଶ ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିଥିଲା ଦଳ। ସେହି ତାଲିକାରେ ୩୯ ଜଣ ପ୍ରାର୍ଥୀଙ୍କ ନାଁ ଅନ୍ତର୍ଭୂକ୍ତ ରହିଥିଲା। ମାର୍ଚ୍ଚ ୧୨ ତାରିଖ ମଙ୍ଗଳବା ଦ୍ୱିତୀୟ ପ୍ରାର୍ଥୀ ତାଲିକାରେ ଆସାମ, ଗୁଜୁରାଟ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ଆଣ୍ଡାମାନ ଲାଗି ୪୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିଲା। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ବର୍ତ୍ତମାନ ପର୍ଯ୍ୟନ୍ତ ୮୨ ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

 
Read More
{}{}