Hindi News >>Home >>Odisha Politics

Lok Sabha Election 2024: କୋର ଭୋଟବ୍ୟାଙ୍କ ଙ୍କୁ କେଉଁ ପ୍ରସଙ୍ଗରେ ନ୍ୟାୟ ଦେବ କଂଗ୍ରେସ?

Congress Nyay Patra 2024: ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ନ୍ୟାୟ ପତ୍ରରେ ଦଳର କୋର ଭୋଟବ୍ୟାଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛି।

Advertisement
Lok Sabha Election 2024: କୋର ଭୋଟବ୍ୟାଙ୍କ ଙ୍କୁ କେଉଁ ପ୍ରସଙ୍ଗରେ ନ୍ୟାୟ ଦେବ କଂଗ୍ରେସ?
Zee Odisha Desk|Updated: Apr 05, 2024, 06:53 PM IST
Share

Congress Election Manifesto 2024: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର (ଅପ୍ରେଲ ୫) ନିର୍ବାଚନ ଇସ୍ତାହାର ଜାରି କରିଛି କଂଗ୍ରେସ। ଯେଉଁଥିରେ ଦଳ ଜାତିଗତ ଜନଗଣନା, ସଂରକ୍ଷଣ ସୀମାକୁ ୫୦ସ ପ୍ରତିଶତରୁ ଅଧିକ ବୃଦ୍ଧି କରିବା, କୃଷକଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟର ଆଇନଗତ ଗ୍ୟାରେଣ୍ଟି ଯୋଗାଇ ଦେବା ଏବଂ ନୂତନ ଶିକ୍ଷା ନୀତିରେ ସଂଶୋଧନ କରିବା ଭଳି ପ୍ରସଙ୍ଗ ସ୍ଥାନ ପାଇଛି।  କଂଗ୍ରେସ ଏହାର ନିର୍ବାଚନ ପ୍ରତିଶୃତିକୁ ନ୍ୟାୟ ପତ୍ର ନାମରେ ନାମିତ କରିଛି। ଯେଉଁଥିରେ ୫ ନ୍ୟାୟ ଏବଂ ୨୫ ଗ୍ୟାରେଣ୍ଟି ବିଷୟରେ ଆଲୋଚନା କରାଯାଇଛି। କଂଗ୍ରେସ ଏହାର ନିର୍ବାଚନ ପ୍ରତିଶୃତିରେ ସଂଖ୍ୟାଲଘୁଙ୍କ ପାଇଁ ଅନେକ ବଡ଼ ଘୋଷଣା କରିଛି। 

କଂଗ୍ରେସ ଏହାର ନିର୍ବାଚନ ପ୍ରତିଶୃତିରେ କହିଛି ଯେ ସମ୍ବିଧାନର ଧାରା ୧୫, ୧୬, ୨୯ ଏବଂ ୩୦ ଅନୁଯାୟୀ ଭାଷାଗତ ଦୃଷ୍ଟିକୋଣରୁ ସଂଖ୍ୟାଲଘୁଙ୍କୁ ପ୍ରଦାନ କରାଯାଉଥିବା ମୌଳିକ ଅଧିକାରକୁ ଦଳ ସମ୍ମାନ କରିବ ଏବଂ ଏହ୍ାକୁ ବଜାୟ ରଖିବ। ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ଶିକ୍ଷା, ରୋଜଗାର, ବ୍ୟବସାୟ, ସେବା, କ୍ରୀଡ଼ା, କଳା ଏବଂ ଅନ୍ୟାନ୍ୟ କ୍ଷେତ୍ରର ଲାଭ ଉଠାଇବା ପ୍ରୋତ୍ସାହନ ସହ ସହୟତା ଯୋଗଇ ଦେବ। ବିଦେଶରେ ଅଧ୍ୟୟନ କରିବା ପାଇଁ ମୌଲାନା ଆଜାଦ ସ୍କଲାରସିପ୍ ପୁନର୍ବାର କାର୍ଯ୍ୟକାରୀ କରିବା ସହ ଏହାର ସଂଖ୍ୟା ବୃଦ୍ଧି କରିବ।

ଏହା ବ୍ୟତୀତ ସଂଖ୍ୟାଲଘୁ ବର୍ଗଙ୍କୁ ସହଜ ଋଣ ଦେବା ପାଇଁ କଂଗ୍ରେସ ଏକ ନୀତି ପ୍ରସ୍ତୁତ କରିବା କଥା କହିଛି। ଦଳର ନିର୍ବାଚନ ପ୍ରତିଶୃତିରେ କୁହାଯାଇଛି ଯେ ସଂଖ୍ୟାଲଘୁ ସମ୍ପ୍ରଦାୟର ଆର୍ଥିକ ସଶକ୍ତିକରଣ ଆବଶ୍ୟକ। ଯାହା ଦ୍ୱାରା ସେମାନେ ସେମାନଙ୍କର ମାନବିକ ତଥା ନାଗରିକ ଅଧିକାରକୁ ବ୍ୟବହାର କରିପାରିବେ। ଏହା ସହିତ କଂଗ୍ରେସ ଆହୁରି କହିଛି ଯେ ଶିକ୍ଷା, ସ୍ୱାସ୍ଥ୍ୟ, ସରକାରୀ ଚାକିରୀ, ଲୋକ ନିର୍ମାଣ, ଦକ୍ଷତା ବିକାଶ, କ୍ରୀଡା ଏବଂ ସାଂସ୍କୃତିକ କାର୍ଯ୍ୟକଳାପରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଭେଦଭାବ ନକରି ଉଚିତ ସୁଯୋଗ ମିଳିବା ଆବଶ୍ୟକ।

ଏହା ବ୍ୟତୀତ ଦଳ ନିଶ୍ଚିତ କରିବ ଯେ ପ୍ରତ୍ୟେକ ନାଗରିକଙ୍କ ପରି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ମଧ୍ୟ ପୋଷାକ, ଖାଦ୍ୟ, ଭାଷା ଏବଂ ବ୍ୟକ୍ତିଗତ ନିୟମ (Personal Law) ମଧ୍ୟ ସ୍ୱତନ୍ତ୍ର ରହିବ। ବ୍ୟକ୍ତିଗତ ନିୟମରେ ସଂସ୍କାର ଆଣିବାକୁ ପ୍ରୋତ୍ସାହନ ଦିଆଯିବ। ଏହି ସଂସ୍କାରସମ୍ପୃକ୍ତ ସମ୍ପ୍ରଦାୟର ଅଂଶଗ୍ରହଣ ଏବଂ ସହମତି ସହିତ କରାଯିବ। ଏହା ବ୍ୟତୀତ ଅଷ୍ଟମ ସୂଚୀରେ ଅଧିକ ଭାଷା ଅନ୍ତର୍ଭୁକ୍ତ କରିବାର ଦୀର୍ଘ ଦିନର ଚାହିଦା ପୂରଣ କରିବାକୁ ଦଳ ପ୍ରତିଶୃତି ଦେଇଛି। ଏହା ବ୍ୟତୀତ ଦେଶରେ ସରକାର ଗଠନ ହେଲେ ଦଳ ଜାତି ଭିତ୍ତିକ ଜନଗଣନା କରିବ। ସଂରକ୍ଷଣର ସର୍ବାଧିକ ସୀମା ୫୦ ପ୍ରତିଶତରୁ ବୃଦ୍ଧି କରାଯିବ ବୋଲି ଦଳ ପ୍ରତିଶୃତି ଦେଇଛି। କଂଗ୍ରେସ ଏହା ମଧ୍ୟ କହିଛି ଯେ ସମସ୍ତ ବିଭାଗର ଗରିବଙ୍କ ପାଇଁ କୌଣସି ଭେଦଭାବ ନକରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବ। ସରକାର ଆସିବା ପରେ ରାଜ୍ୟ ସରକାରଙ୍କ ପରାମର୍ଶରେ ନୂତନ ଶିକ୍ଷା ନୀତିରେ ସଂଶୋଧନ କରାଯିବ। ଦଳ ଏହାର ନିର୍ବାଚନ ଘୋଷଣା ପତ୍ରରେ କହିଛି ଯେ ଦୁର୍ନୀତି ମାମଲାରୁ ରକ୍ଷା ପାଇବା ପାଇଁ ବିଜେପି ହାତ ଧରିଥିବା ସେହି ନେତାଙ୍କ ସହ ଜଡ଼ିତ ମାମଲା ପୁନର୍ବାର ତଦନ୍ତ କରାଯିବ।

 

Read More
{}{}